ETV Bharat / state

ଦୁଇ ବର୍ଷ ପରେ ବଡଦାଣ୍ଡରେ ବଡ ଠାକୁର, ଶ୍ରଦ୍ଧାଳୁ ହେଲେ ଭାବବିହ୍ଵଳ - ବୌଦ୍ଧରେ ରଥଯାତ୍ରା

ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡକୁ ଭକ୍ତଙ୍କ ଗହଣରେ ଓହ୍ଲାଇଲେ ଚତୁର୍ଦ୍ଧା ବିଗ୍ରହ । ବଡ ଠାକୁରଙ୍କ ବଡ ଯାତ୍ରା ପାଇଁ ଆଜି ଚଳଚଞ୍ଚଳ ବଡଦାଣ୍ଡ ।

ଦୁଇ ବର୍ଷ ପରେ ବଡଦାଣ୍ଡରେ ବଡ ଠାକୁର, ଶ୍ରଦ୍ଧାଳୁ ହେଲେ ଭାବ ବିହ୍ଵଳ

author img

By

Published : Jul 1, 2022, 9:19 PM IST

ବୌଦ୍ଧ: ବଡଦାଣ୍ଡକୁ ଓହ୍ଲାଇଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରଥଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏହା ପୁଣି ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ଜଗନ୍ନାଥ ମନ୍ଦିରରେ ଆଜି ଶ୍ରଦ୍ଧାର ସହିତ ରଥଯାତ୍ରା ପାଳନ କରାଯାଉଛି । ଚତୁର୍ଦ୍ଧା ବିଗ୍ରହଙ୍କ ଆଜି ସକାଳୁ ନୀତିକାନ୍ତି ସମାପନ ହେବା ପରେ ବ୍ରାହ୍ମଣ ସେବାୟତଙ୍କ ଗହଣରେ କାଳିଆ ଠାକୁରଙ୍କ ସହିତ ବଡଭାଇ ବଳଭଦ୍ର ଓ ମା' ସୁଭଦ୍ରା ବଡଦାଣ୍ଡକୁ ଓହ୍ଲାଇଛନ୍ତି । ଦୁଇ ବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭାବବିହ୍ବଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।

ଦୁଇ ବର୍ଷ ପରେ ବଡଦାଣ୍ଡରେ ବଡ ଠାକୁର, ଶ୍ରଦ୍ଧାଳୁ ହେଲେ ଭାବ ବିହ୍ଵଳ

ବୌଦ୍ଧ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମିଟିର ସହଯୋଗରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଶାନ୍ତି ଶୃଙ୍ଖଳାର ସହିତ କାଳିଆ ସାଆନ୍ତେଙ୍କ ପହଣ୍ଡି ବିଜେ କରାଯାଇଛି । ଖୋଦ୍ ବୌଦ୍ଧ ଜିଲ୍ଲାପାଳ ମହାପ୍ରଭୁଙ୍କୁ ପହଣ୍ଡି କରି ବେଶ୍ ଭାବ ବିହ୍ଵଳ ହୋଇପଡିଥିବାର ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.