ETV Bharat / state

ବୌଦ୍ଧରେ ବାଦଲଫଟା ବର୍ଷା, ଡାକ୍ତରଖାନାର ବିଭିନ୍ନ ସ୍ଥାନ ଜଳମଗ୍ନ - ବୌଦ୍ଧ ମୁଖ୍ୟ ଡାକ୍ତରଖାନା

ଲଘୁଚାପ ଯୋଗୁଁ ରାଜ୍ୟ ସମେତ ବୌଦ୍ଧରେ ଲଗାଣ ବର୍ଷା ହୋଇଛି । ଫଳରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ବାଦଲଫଟା ବର୍ଷା, ଡାକ୍ତରଖାନା ବିଭିନ୍ନ ସ୍ଥାନ ଜଳମଗ୍ନ

author img

By

Published : Sep 14, 2021, 4:05 PM IST

ବୌଦ୍ଧ: ଜିଲ୍ଲାରେ ବାଦଲଫଟା ବର୍ଷାରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ପଶିଯିବାରୁ ରୋଗୀ ଓ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବୌଦ୍ଧରେ ବାଦଲଫଟା ବର୍ଷା, ଡାକ୍ତରଖାନା ବିଭିନ୍ନ ସ୍ଥାନ ଜଳମଗ୍ନ

ଜିଲ୍ଲାରେ ତିନି ଦିନ ଧରି ବର୍ଷା ଲାଗି ରହିବା ଫଳରେ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ ଓ ବିଭିନ୍ନ ନଦୀନାଳ ଫୁଲି ଉଠିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବଲାସିଙ୍ଘା ଓ ତେଲିବନ୍ଧ ନିକଟରେ 57 ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟା ପାଣି ପ୍ରବାହିତ ହୋଇଥିଲା । ତେବେ ଲଗାଣ ବର୍ଷା ଯୋଗୁଁ ବର୍ଷା ପାଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ପଶିଯିବାରୁ ରୋଗୀ ଓ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଜିଲ୍ଲା ରେଜିଷ୍ଟ୍ରି କାର୍ଯ୍ୟାଳୟ ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯାଇଥିଲା ।

ବିଶେଷ ଭାବରେ ସ୍ବତନ୍ତ୍ର କ୍ୟାବିନ, ରକ୍ତ ପରୀକ୍ଷା କେନ୍ଦ୍ର, ଏକ୍ସରେ ଭଳି ବିଭିନ୍ନ ସ୍ଥାନରେ ପାଣିର ଢେଉ ମାରିଥିଲା । ଅନେକ ସ୍ଥାନରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ କେତେକ ଅଞ୍ଚଳକୁ ଯୋଗାଯୋଗ ହୋଇପାରିନାହିଁ । ଜିଲ୍ଲା କଚେରୀ ପଡିଆ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାବେଳେ ଖୋଦ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ବିରାଟକାୟ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇ ରହିଥିଲା । ଶେଷରେ ଓଡ୍ରାଫ ସଦସ୍ୟମାନେ ପହଞ୍ଚି ଗଛକାଟି ସଫା କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.