ETV Bharat / state

ଅସ୍ଥାୟୀ ପରିବା ବଜାରରେ ପ୍ରଶାସନର ଚଢ଼ାଉ, ଫାଇନ ଗଣିଲେ ଉଲ୍ଲଙ୍ଘନକାରୀ

author img

By

Published : May 26, 2021, 7:20 AM IST

କଟକଣା ଉଲ୍ଲଙ୍ଘନ କରୁଛନ୍ତି ପରିବା ବ୍ୟବସାୟୀ । ବୌଦ୍ଧ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ, ଫାଇନ ଦେଲେ ଉଲ୍ଲଙ୍ଘନକାରୀ । ଅଧିକ ପଢନ୍ତୁ...

ଅସ୍ଥାୟୀ ପରିବା ବଜାରରେ ପ୍ରଶାସନର ଚଢ଼ାଉ, ଫାଇନ ଦେଲେ ଉଲ୍ଲଙ୍ଘନକାରୀ

ବୌଦ୍ଧ: ଲକଡାଉନ ସମୟରେ ପରିବା ବଜାରରେ ଅସମ୍ଭାଳ ଭିଡ । ଅମାନିଆଙ୍କୁ ସାବାଡ କରି ପରିବା ବଜାରରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଫାଇନ ଆଦାୟ କରାଯାଉଛି ।

ଜିଲ୍ଲାରେ ବେକାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଏଭଳି ପରିସ୍ଥିତିରେ ଲକଡାଉନ କଟକଣାକୁ ଖାତିରି ନକରି ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଯୋଗୁଁ ବିଶେଷ ଚିନ୍ତା ବଢିଯାଉଛି । ଲକଡାଉନ ସମୟରେ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଅସ୍ଥାୟୀ ବଜାରରେ ସୋମବାର ଠାରୁ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଫଳରେ ମଙ୍ଗଳବାର ବୌଦ୍ଧ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର ଅଧିକାରୀ ପ୍ରମୁଖ ପୋଲିସ ଉପସ୍ଥିତିରେ ବୌଦ୍ଧ ସ୍ଥିତ ଭୈରବୀ ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ସ୍ଥାନରେ ବସିଥିବା ଅସ୍ଥାୟୀ ପରିବା ବଜାର ଉପରେ ଚଢ଼ାଉ କରିଥିଲେ ।

ଏହିସମୟରେ କୋରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଅନେକ ପରିବା ବ୍ୟବସାୟୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ବୁଧବାର ଠାରୁ ଏହି ଚଢ଼ାଉ ଆହୁରି ଯୋରଦାର କରାଯିବ ବୋଲି ପୌର ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ପୌର ବିଭାଗର ଅବହେଳା ଯୋଗୁଁ ପରିବା ବଜାରରେ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ସେପଟେ ସରସରା ଗ୍ରାମକୁ 4 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇ ଥିବାବେଳେ ଗ୍ରାମର କେତେକ ଅମାନିଆ ବାରିକେଟ ଭାଙ୍ଗି ଦେଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.