ETV Bharat / state

ବିବାଦରେ ପଞ୍ଚାୟତ କାର୍ଯ୍ୟାଳୟ କୋଠା - ଦୁଇ ଗୋଷ୍ଠୀର ବିବାଦ

ଗତ ଦୁଇ ବର୍ଷ ପୂର୍ବେ ବୌଦ୍ଧର ହରଭଙ୍ଗା ବ୍ଲକରେ ରାଧାନଗର ନାମରେ ଏକ ନୂଆ ଗ୍ରାପଞ୍ଚାୟତ ଗଠନ କରାଯାଇ ଏହାର ନୂତନ କୋଠା ନିର୍ମାଣ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ କାର୍ଯ୍ୟକ୍ଷମ ହୋଇପାରୁନି ପଞ୍ଚାୟତ କାର୍ଯ୍ୟାଳୟ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 2, 2019, 10:24 PM IST

ବୌଦ୍ଧ: ଦୀର୍ଘ ଦିନ ହେଲା ନିର୍ମାଣ ହୋଇଛି ପଞ୍ଚାୟତ କାର୍ଯ୍ୟାଳୟ କୋଠା । ହେଲେ ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ କାର୍ଯ୍ୟକ୍ଷମ ହୋଇ ପାରୁନି ଏହି ଘର । ଯାହାର ସିଧାସଳଖ ପ୍ରଭାବ ପଡୁଛି ହିତାଧିକାରୀଙ୍କ ଉପରେ । ଏଭଳି ଘଟଣା ଦେଖିବାକୁ ମିଳିଛି ହେଉଛି ବୌଦ୍ଧର ହରଭଙ୍ଗା ବ୍ଲକ ଅଧିନସ୍ଥ ରାଧାନଗର ପଞ୍ଚାୟତରେ ।

ଦୁଇ ବର୍ଷ ପୂର୍ବେ ଏହି ଜିଲ୍ଲାରେ ନୂତନ ଗ୍ରାମପଞ୍ଚାୟତ ଭାବେ ରାଧାନଗର ଗଠନ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର କାର୍ଯ୍ୟାଳୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି ।

ଗୋଟିଏ ଗୋଷ୍ଠୀ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସପକ୍ଷରେ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଛି । ଆଉ ଏହା ଯୋଗୁଁ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକେ । ଫଳରେ ହିତାଧିକାରୀ ବିଭିନ୍ନ କାର୍ଯ୍ୟାଳୟ ପୂର୍ବ ପଞ୍ଚାୟତ ମଥୁରା ଉପରେ ନିର୍ଭରଶୀଳ ରହୁଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏପଟେ ପଞ୍ଚାୟତ କାର୍ଯ୍ୟାଳୟରେ ସମସ୍ୟା ଥିବାରୁ ସରକାରୀ ଯୋଜନା ଠିକ ଭାବେ ଏଠାରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ତେବେ ନିର୍ବାହୀ ଅଧିକାରୀ କିମ୍ବା ବିଡ଼ିଓ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ସମାଧାନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Intro:ଦୀର୍ଘ ଦିନ ହେଲା ନିର୍ମାଣ ହୋଇଛି ପଞ୍ଚାୟତ କାର୍ଯ୍ୟାଳୟ କୋଠା ।ହେଲେ ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ କାର୍ଯ୍ୟକ୍ଷମ ହୋଇ ପାରୁନି ଲକ୍ଷ ଲକ୍ଷ ଟଙ୍କାର କୋଠା ।ଏହାର ସିଧାସଳଖ ପ୍ରଭାବ ପଡୁଛି ହିତାଧିକାରୀଙ୍କ ଉପରେ ।ଏପଟେ ବିଡ଼ିଓ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ନୂତନ ପଞ୍ଚାୟତ ଭାବେ ରାଧାନଗର ପଞ୍ଚାୟତ ଗଠନ କରାଯାଇ ନୂତନ କୋଠା ଦୁଇ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା ।କିନ୍ତୁ ରାଧାନଗର ଠାରେ ପଞ୍ଚାୟତ ମୁଖ୍ୟାଳୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି ।ଗୋଟିଏ ଗୋଷ୍ଠୀ ନିର୍ମାଣ ସ୍ଥାନର ସପକ୍ଷରେ ଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରୁଛନ୍ତି ।ଆଉ ଏଥିରେ ବିଶେଷ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକ ।ଫଳରେ ହିତାଧିକାରୀ ପୂର୍ବ ପଞ୍ଚାୟତ ମଥୁରା ଉପରେ ନିର୍ଭରଶୀଳ ରହୁଛନ୍ତି ।
ପଞ୍ଚାୟତ କାର୍ଯ୍ୟାଳୟ ସମସ୍ୟା ଥିବାରୁ ସରକାରୀ ଯୋଜନାଠିକରେ ପଞ୍ଚାୟତ ରେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।ନିର୍ବାହୀ ଅଧିକାରୀ କିମ୍ବା ବିଡ଼ିଓ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ସମାଧାନ କରିବାକୁ ପଞ୍ଚାୟତବାସୀ ଦାବୀ କରିଛନ୍ତି ।

Body:ବିବାଦରେ ପଞ୍ଚାୟତ କାର୍ଯ୍ୟାଳୟ କୋଠା ।

Conclusion:ବାଇଟ-୧-ରଘୁନାଥ ବେହେରା, ପଞ୍ଚାୟତ ବାସୀ
ବାଇଟ-୨-ବିଷ୍ଣୁ ବେହେରା, ଅଞ୍ଚଳବାସୀ
ବାଇଟ-୩-ଇଶ୍ଵର ଚନ୍ଦ୍ର ବେହେରା, ଗାନ୍ଧୀ ଗ୍ରାମ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.