ETV Bharat / state

42ଶହ ଗ୍ରେଡପେ ଦାବିରେ ଅଟଳ ଅମଲା, ଲୋକେ ହନ୍ତସନ୍ତ - ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ସରକାରୀ ଅମଲାଙ୍କ ସମୂହ ଛୁଟି ଯୋଗୁଁ ଠପ ହୋଇ ପଡିଛି ସମସ୍ତ ଉନ୍ନୟନ କାର୍ଯ୍ୟ । ଫଳରେ ଜିଲ୍ଲାର ବିଭିନ୍ନ ବିଭାଗକୁ ସମସ୍ୟା ନେଇ ଆସୁଥିବା ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

bureaucrats protest
bureaucrats protest
author img

By

Published : Jun 7, 2023, 8:54 AM IST

bureaucrats protest

ବୌଦ୍ଧ: ସପ୍ତମ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ରାଜ୍ୟବ୍ୟାପୀ ଅମଲାମାନେ ସମୂହ ଛୁଟିରେ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପ୍ରଥମ ଦିନରୁ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଏନଜିଓ ସିସି, ସରକାରୀ କର୍ମଚାରୀ ସଂଘ, ବନ ସେବା ସଂଘ ଭଳି ଅନେକ ସଂଘ ଏକତ୍ରିତ ହୋଇ ମିଳିତ ଅମଲା ମଞ୍ଚ ମାଧ୍ୟମରେ ସମୂହ ଛୁଟିରେ ରହିଛନ୍ତି । ଏଥି ସହିତ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲା କଲେକ୍ଟେରିଏଟ ସମେତ ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ,ତହସିଲର ସମସ୍ତ ଅମଲା କର୍ମଚାରୀ ମାନେ ଏଥିରେ ସାମିଲ ହୋଇଛନ୍ତି ।

ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶହ ଶହ ଅମଲାଙ୍କ ଛୁଟି ଯୋଗୁଁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଖୋଲା ଥିଲେ ମଧ୍ୟ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । କେବଳ ବିଭାଗୀୟ ଅଧିକାରୀ ନନ ଷ୍ଟାଫ, ଆଉଟ ସୋର୍ସିଂ କର୍ମଚାରୀଙ୍କ ମାଧ୍ୟମରେ କିଛିଟା କାର୍ଯ୍ୟ ହେଉଥିଲେ ମଧ୍ୟ ଅଧିକାଂଶ କାର୍ଯ୍ୟ ଆଦୌ ଆଗେଇ ପାରୁନାହିଁ । ଜିଲ୍ଲାର ଶହ ଶହ ଅମଲା 42 ଶହ ଗ୍ରେଡପେ ଦାବିରେ ଅଡି ବସିବା ସହିତ ଏହାର ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।

ହେଲେ ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ହିତାଧିକାରୀଙ୍କ ସମେତ ସାର୍ଟିଫିକେଟ, ଶିକ୍ଷା, ପାନୀୟଜଳ, ପ୍ରାଣୀଧନ, ସ୍ବାସ୍ଥ୍ୟ,ସାମାଜିକ ସୁରକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି । ହିତାଧିକାରୀଙ୍କ ସମସ୍ୟାକୁ ନେଇ ଅମଲା ସଂଘ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ଏହାଛଡା ବାହାନଗା ରେଳ ଦୁର୍ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି ।

ଆନ୍ଦୋଳନ ସମୟରେ ମଧ୍ୟ ଅମଲା ସଂଘ ପକ୍ଷରୁ ଯଥା ସମ୍ଭବ ଦୁର୍ଘଟଣା ପ୍ରପୀଡ଼ିତଙ୍କୁ ସହଯୋଗ କରାଯିବା ନେଇ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଅମଲା ମାନଙ୍କ ଧାରଣ ବିକ୍ଷୋଭ ସପ୍ତମ ଦିନରେ ପହଞ୍ଚି ଥିବା ବେଳେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ସବୁ ପ୍ରକାରର କାର୍ଯ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡିଛି । କର୍ମଚାରୀଙ୍କ ଉପସ୍ଥାନ ସରକାରୀ କାର୍ଯ୍ୟାଳୟରେ ରହୁନଥିବାରୁ କେତେକ କାର୍ଯ୍ୟକ୍ରମରେ ତାଲା ଝୁଲୁଥିବା ମଧ୍ୟ ପରିଲକ୍ଷିତ ହୋଇଛି । ତେବେ ଏଭଳି ସମୟରେ ଅମଲା ମାନଙ୍କ ଦାବିକୁ ନେଇ ସରକାର କେବେ ଓ କିଭଳି ପଦକ୍ଷେପ ଗ୍ରହଣ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.