ETV Bharat / state

ଦିବ୍ୟାଙ୍ଗ ଦୁଃଖ ଶୁଣି ରହିପାରିଲେନି ଜିଲ୍ଲାପାଳ, ଘରେ ପହଞ୍ଚି କଲେ ସାହାଯ୍ୟ

author img

By

Published : Feb 23, 2023, 2:31 PM IST

ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଘରେ ପହଞ୍ଚି ଦିବ୍ୟାଙ୍ଗ ଚିକିତ୍ସା ପାଇଁ ସହାୟତା ପ୍ରଦାନ ନେଇ କହିଲେ ବୌଦ୍ଧ ଜିଲ୍ଲାପାଳ। ଅଧିକ ପଢନ୍ତୁ

public hearing program in boudh
public hearing program in boudh
public hearing program in boudh

ବୌଦ୍ଧ: ଜନଶୁଣାଣୀ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ । ଗାଁରେ ପହଞ୍ଚି ଗରିବ ହିତାଧିକାରୀଙ୍କ ଘରକୁ ଘର ବୁଲି ବୁଲି ସମସ୍ୟା ଶୁଣିବା ପରେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ । ସୋମବାର ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଉପାନ୍ତ ତଥା ମାଓ ଅଧ୍ୟୁଷିତ ଉମା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପାନ୍ତ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିବା ଖବର ପାଇ ଅଞ୍ଚଳର ଶହ ଶହ ହିତାଧିକାରୀ ଉମା ଠାରେ ପହଞ୍ଚି ଥିଲେ। ସରକାରୀ ଯୋଜନା ତଥା ସହାୟତାରୁ ବଞ୍ଚିତ ହିତାଧିକାରୀ ମାନେ ସାମାଜିକ ସୁରକ୍ଷା, ରାସନ, ଆବାସ ଭଳି ଯୋଜନାରେ ସହାୟତା ପାଇବା ପାଇଁ ଜିଲ୍ଲାପାଳ ନିକଟରେ ଗୁହାରି କରିଥିଲେ । ଏହାପରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କହିଥିଲେ ।

ବୌଦ୍ଧ ଜିଲ୍ଲାର ଉପାନ୍ତ ଉମା ପଞ୍ଚାୟତ ରେ ଗମନାଗମନର ଅବ୍ୟବସ୍ଥା ଯୋଗୁଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁ ନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି ହୋଇଥିବା ବେଳେ ଉମା ପଞ୍ଚାୟତ ସମେତ ନାରାୟଣପ୍ରସାଦ,ଖମନମୁଣ୍ଡା, ଆମ୍ବଗାଁ, ଖୁଣ୍ଟିଗୋରା, ବରଗାଁ ଭଳି ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କୁ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ବିଶେଷ ଭାବରେ ଫଟାମୁଣ୍ଡା ରାସ୍ତାରେ ଏକ ସେତୁ ନିର୍ମାଣ, ଘଣ୍ଟାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ, ଖଇରମାଳ ବିଦ୍ୟାଳୟରେ ଶିକ୍ଷକ ଅଭାବ, କନକୁଟୁରା ଅଙ୍ଗନବାଡି କେନ୍ଦ୍ରର ବିଭିନ୍ନ ସମସ୍ୟାର ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଥିଲା । ଏହି ଜନଶୁଣାଣୀରେ ମୋଟ 234 ଗୋଟି ମାମଲା ମଧ୍ୟରୁ ତୁରନ୍ତ 200 ଜଣଙ୍କ ସମସ୍ୟାର ସମାଧାନ କରାଯାଇଥିଲା।

ଏହାପରେ ଅପରାହ୍ନରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ପଲସାଗୋରା ପଞ୍ଚାୟତ ପରା ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗ୍ରାମବାସୀଙ୍କ ସହିତ ଶ୍ମଶାନ ଘାଟ, ଅଙ୍ଗନବାଡି କେନ୍ଦ୍ର, କଲ୍ୟାଣ ମଣ୍ଡପ, ଖେଳପଡିଆର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ପରା ଗ୍ରାମର ବୃଦ୍ଧ ତଥା ମାନସିକ ଭିନ୍ନକ୍ଷମ ଗୋପୀନାଥ ସୁନାଙ୍କ ଅସୁସ୍ଥତା ତଥା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ସୂଚନା ପାଇଥିଲେ।

ଏହାପରେ ନିଜେ ଚାଲି ଚାଲି ଯାଇ ଗୋପୀନାଥ ସୁନାଙ୍କ ଘରେ ପହଞ୍ଚିଥିଲେ ଜିଲ୍ଲାପାଳ । ସେଠାରେ ଗୋପୀନାଥଙ୍କ ପରିବାର ସହିତ ଜିଲ୍ଲାପାଳ ଆଲୋଚନା କରିବା ସହିତ ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ ସହିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ପରା ଗ୍ରାମ ଗସ୍ତ ସମୟରେ ଅନେକ ସମସ୍ୟାର ଆଶୁ ସମାଧାନ ହୋଇ ପାରିଥିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.