ETV Bharat / state

ଶୁଣିଲାନି ପ୍ରାଣୀଧନ ବିଭାଗ, ଜନଶୁଣାଣିରେ ଅଭିଯୋଗ ନେଇ ପହଞ୍ଚିଲା ଛେଳି

author img

By

Published : Mar 28, 2023, 12:28 PM IST

ଛେଳି ପାଳକଙ୍କ ଦୁଃଖ ଶୁଣିଲାନି ପ୍ରାଣୀଧନ ବିଭାଗ । ଶେଷରେ ଛେଳିକୁ କୋଳରେ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସ୍ଥାନରେ ପହଞ୍ଚିଲେ ହିତାଧିକାରୀ । ଅଧିକ ପଢନ୍ତୁ

public hearing program
public hearing program

public hearing program

ବୌଦ୍ଧ: ଛେଳିର ସମସ୍ୟା ନେଇ ବାରମ୍ବାର ଗୁହାରି ପରେ ଚାଷୀଙ୍କ ଦୁଃଖ ଶୁଣିଲାନି ପ୍ରାଣୀଧନ ବିଭାଗ । ଶେଷରେ ହିତାଧିକାରୀ ଛେଳିକୁ କୋଳେଇ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ପହଞ୍ଚି ଜଣାଇଥିଲେ ନିଜ ଦୁଃଖ । ଜିଲ୍ଲାପାଳ ତୁରନ୍ତ ହିତାଧିକାରୀଙ୍କ ସହାୟତା ପାଇଁ ନିର୍ଦ୍ଦେଶ ଦେବା ପରେ ଚାଷୀଙ୍କ ସମସ୍ୟାର ହୋଇଥିଲା ସମାଧାନ । ଏହାଛଡା ଜିଲ୍ଲାପାଳ ଜନଶୁଣାଣୀ କାର୍ଯ୍ୟକ୍ରମରେ ବହୁ ଅସହାୟ, ଗରିବ, ଦୁଃଖୀ,ରୋଗୀ, ଭିନ୍ନକ୍ଷମଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରୟାସ କରିଥିଲେ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଦପଲା ଠାରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ବର୍ଷ ପରେ ଏଠାରେ ଜନଶୁଣାଣୀ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଅଞ୍ଚଳର ଶତାଧିକ ହିତାଧିକାରୀ ନିଜ ଦୁଃଖ ଜଣାଇବାକୁ ପହଞ୍ଚିଥିଲେ । ଅନେକ ଅସହାୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟ ନାଗରିକଙ୍କୁ ଜିଲ୍ଲାପାଳ ସରକାରୀ ନିୟମ ପ୍ରକାରେ ସହାୟତା ପ୍ରଦାନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ଶୁଣ୍ଢିପଦର ଅଞ୍ଚଳର ଜନୈକ ଛେଳିଚାଷୀ ନିଜ ଛେଳିକୁ କୋଳେଇ ଆଣି ଗୁହାରି କରୁଥିବା ଘଟଣା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା । ବାରମ୍ବାର ହିତାଧିକାରୀ ଜଣକ ନିଜ ଛେଳିର ସ୍ବାସ୍ଥ୍ୟ ସମସ୍ୟା ନେଇ ପ୍ରାଣୀଧନ ବିଭାଗରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ସେହିପରି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଦପଲା ଗସ୍ତ ସମୟରେ ସେ ଦପଲା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହିତ ପାଞ୍ଚଟି ପ୍ରାଥମିକ ବିଦ୍ୟାଳୟ ସମେତ ଦପଲା ଓ ଶୁଣ୍ଢିପଦର ସ୍ଥିତ 5t ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ । ତେବେ ଉକ୍ତ ଦୁଇ 5t ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଛଡା ଜିଲ୍ଲାପାଳ ପଦରପଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିଦର୍ଶନ କରି ଏଠାରେ ଏକ ସ୍ବାସ୍ଥ୍ୟ ମେଳା ଓ ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡା ସରଞ୍ଜାମର ବ୍ୟବସ୍ଥା କରିଥିବା ସୂଚନା ମିଳିଛି ।

ତେବେ ବୌଦ୍ଧ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ଯୋଗୁଁ କଣ୍ଟାମାଳ ବ୍ଲକର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ସେପଟେ ଗତ ସପ୍ତାହରେ ଜିଲ୍ଲାପାଳ ବହିରା ଓ ବାଦିକଟା ଗ୍ରାମର 5t ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ମନ୍ଥରତାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ବର୍ତ୍ତମାନ ଉକ୍ତ ଦୁଇ ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.