ETV Bharat / state

ଟଳିଲା ବନ୍ୟା ଆଶଙ୍କା, ବିଚ୍ଛିନ୍ନାଞ୍ଚଳରେ ଏକମାତ୍ର ଦେଶୀ ଡଙ୍ଗା ଭରସା - ତଳିଆ ଅଞ୍ଚଳରେ ଦୁର୍ଦ୍ଦଶା

ବୌଦ୍ଧରେ ବନ୍ୟା ଆଶଙ୍କା ଟଳିଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଦୁଃଖ ବଢ଼ି ଯାଇଛି । ଦୂଷିତ ଜଳ କାରଣରୁ ଲୋକେ ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କା ରହିଥିବାରୁ ବିପନ୍ନଙ୍କ ନିକଟରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ
ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ
author img

By

Published : Aug 4, 2023, 9:24 PM IST

ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ବୌଦ୍ଧ: ଲଗାଣ ବର୍ଷା ଆଣି ଦେଇଛି ଦୁଃଖ । ବନ୍ୟା ଆଶଙ୍କା ଟଳିଥିବାବେଳେ ତଳିଆ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଦୁଃଖ ବଢ଼ି ଯାଇଛି । ଗତ 3 ଦିନ ଧରି କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଥିବାବେଳେ ଅନେକ ସ୍ଥାନରେ ଡଙ୍ଗାର ସାହାଯ୍ୟ ନିଆଯାଇଥିବା ଦେଖିବାକୁ ମିଳିଛି । ତେବେ ସେସବୁ ଅଞ୍ଚଳ ସ୍ବାସ୍ଥ୍ୟ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଆଜି ବନ୍ୟାପାଣି ହଟିବା ପରେ ଡାକ୍ତରୀ ଦଳ ସମ୍ପୃକ୍ତ ସ୍ଥାନରେ ପହଞ୍ଚିବା ସହିତ ଚିକିତ୍ସା ଆରମ୍ଭ କରିଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଟଳିବା ପରେ ବର୍ତ୍ତମାନ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସହିତ ଅନ୍ୟାନ୍ୟ ସହାୟତା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଶାସନିକ ସ୍ତରରେ ସମସ୍ତ ଚେଷ୍ଟା କରାଯାଉଛି ।

ଗତ 3 ଦିନ ଧରି ବନ୍ୟା ଘେରରେ ଥିବା ହିତାଧିକାରୀ, ସେମାନଙ୍କ ନିକଟରେ ଯଥେଷ୍ଟ ବିଳମ୍ବରେ ସରକାରୀ ସହାୟତା ପହଞ୍ଚି ଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ କିଭଳି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ସେନେଇ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ବନ୍ୟା ପରେ ଦୂଷିତ ଜଳ କାରଣରୁ ଲୋକେ ବିଭିନ୍ନ ରୋଗର ଶିକାର ହେବାର ଆଶଙ୍କା ରହିଛି। ଏଣୁ ବିପନ୍ନଙ୍କ ନିକଟରେ ଡାକ୍ତରୀ ଟିମ୍ ପଠାଯାଇଛି।"

ଏହା ବି ପଢନ୍ତୁ...କୁଜଙ୍ଗରେ 40 ଫୁଟର ଘାଇ, ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

ତେବେ ମହାନଦୀ କୂଳରେ ଅବସ୍ଥିତ ହରଭଙ୍ଗା ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି । ଜିଲ୍ଲାର ମହାନଦୀ କୂଳରେ ଥିବା ପୁରୁଣା ଜଗନ୍ନାଥ ସଡକର ପାର୍ଶ୍ବରେ ଥିବା ବିଭିନ୍ନ ଗାଁ ବନ୍ୟା ଜଳ ଘେରରେ ରହିଥିବାବେଳେ ଆଜି ଏଥିରୁ ମୁକ୍ତି ମିଳିଛି । ତେବେ ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଦୁଃଖ ବଢିଯାଇଛି । ହରଭଙ୍ଗା ବ୍ଲକର କୁଡାସିଙ୍ଗା ଓ ମାରଡା ଭଳି ଗ୍ରାମ ପାଣି ଘେରରେ ରହିଛି । ଗୁରୁବାର କୁଡାସିଙ୍ଗା ଗ୍ରାମରେ ଡଙ୍ଗା ଚାଲିଥିବା ଦେଖିବାକୁ ମିଳିଥିଲା ।

ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସରକାରୀ ସହାୟତା ଯଥେଷ୍ଟ ବିଳମ୍ବରେ ପହଞ୍ଚି ଥିବା ସ୍ଥାନୀୟ ଅଧିବାସୀମାନେ ଅଭିଯୋଗ କରିଛନ୍ତି । ତେବେ ବନ୍ୟାପାଣି ହ୍ରାସ ହେବା ପରେ ସେଠାରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଥିବା ସୂଚନା ମିଳିଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.