ETV Bharat / state

ଜନଶୁଣାଣିରେ ଜିଲ୍ଲାବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

author img

By

Published : Apr 11, 2023, 12:23 PM IST

ବୌଦ୍ଧ ଜିଲ୍ଲାରେ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାବାସୀଙ୍କୁ ସମସ୍ୟା ବୁଝିଛନ୍ତି ଜିଲ୍ଲାପାଳ । ମାଓ ଅଧ୍ୟୁଷିତ ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

public hearing programme in boudh
ଜନଶୁଣାଣୀରେ ଜିଲ୍ଲାବାସୀଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ

ବୌଦ୍ଧ: ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖ ଶୁଣିଲେ ଜିଲ୍ଲାପାଳ । ବୌଦ୍ଧ ଜିଲ୍ଲାରେ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାବାସୀଙ୍କୁ ସମସ୍ୟା ବୁଝିଛନ୍ତି ଜିଲ୍ଲାପାଳ । ବର୍ତ୍ତମାନ ମଧ୍ୟ ସେଠାରେ ପାନୀୟଜଳ, ଆବାସ, ଗମନାଗମନ, ମନରେଗା ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ନେଇ ଅଭିଯୋଗ ହୋଇଛି । ତାର ସମାଧାନ ଦିଗରେ ଜନଶୁଣାଣିରେ ଆଲୋଚନା ହୋଇଛି ।

ବଣ ଜଙ୍ଗଲ ଘେରା ଜିଲ୍ଲାର ଉପାନ୍ତ ପଞ୍ଚାୟତରେ ପହଞ୍ଚିଥିଲେ ଜିଲ୍ଲାପାଳ । ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଥିବା ଉକ୍ତ ପଞ୍ଚାୟତରେ ସରକାରୀ ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ବେଳେ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ବଣ ଜଙ୍ଗଲରେ ବସବାସ କରୁଥିବା ଗରିବ ହିତାଧିକାରୀ ଜଙ୍ଗଲ ଓହ୍ଲାଇ ଆସିଥିଲେ ଦିନେ ମାଓବାଦୀଙ୍କ ଗୁପ୍ତ ବିଚରଣ ଅଞ୍ଚଳ ବର୍ତ୍ତମାନ ଧୀରେଧୀରେ ସାମାନ୍ୟ ଅଞ୍ଚଳରେ ପରିଣତ ହେବା ସହିତ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାରେ ଲାଗିଛି । ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଏହି ପଞ୍ଚାୟତକୁ ପୂର୍ବରୁ ଯୋଗାଯୋଗର ଅବ୍ୟବସ୍ଥା ହେତୁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନଥିଲା । କିନ୍ତୁ ପରିବର୍ତ୍ତିତ ସମୟରେ ଏଠାରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ।

ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ତଳଗାଁ ପଞ୍ଚାୟତ ରେ ପହଞ୍ଚି ଲୋକଙ୍କ ଦୁଃଖ ଓ ସମସ୍ୟା ଶୁଣିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୌଦ୍ଧ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ତଳଗାଁ ଠାରେ ପହଞ୍ଚିଥିଲେ । ତଳଗାଁ ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ହିତାଧିକାରୀ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇବାକୁ ଆସିଥିଲେ । ଜିଲ୍ଲାପାଳ ପ୍ରାୟ ଦୁଇ ଶହ ଜଣ ଅସହାୟ, ଭିନ୍ନକ୍ଷମ, ରୋଗୀ, ବୃଦ୍ଧଙ୍କୁ ସରକାରୀ ନିୟମ ପ୍ରକାରେ ସହାୟତା ଯୋଗାଇ ଦେଇଥିଲେ । ତେବେ ତଳଗାଁ ପଞ୍ଚାୟତରେ ଗମନାଗମନ ଠାରୁ ନେଇ ଆବାସ, ପାନୀୟଜଳ, ମନରେଗା ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ଦାବି କରାଯାଇଛି ।

ଗୋଟିଏ ପଟରେ ବୌଦ୍ଧ ଜିଲ୍ଲାପାଳ ଓ ଏସପିଙ୍କ ତଳଗାଁ ଠାରେ ଯୁଗ୍ମ ଜନଶୁଣାଣି ଚାଲିଥିବା ବେଳେ ଅନ୍ୟ ପଟରେ ପଞ୍ଚାୟତର ଦୁର୍ଗମ ବଡ ଖଜୁରୀ ଗ୍ରାମରେ ବୌଦ୍ଧ ବନ ବିଭାଗ ଓ ମହାନଦୀ ବନ୍ୟପ୍ରାଣୀ ବିଭାଗ ମିଳିତ ଚଢ଼ାଉ କରି ଜଣେ ବାଘ ଶିକାରୀକୁ କାବୁ କରିଥିବା ସୂଚନା ମିଳିଛି । ବିଶ୍ବାମିତ୍ର ନାମକ ବାଘ ଶିକାରୀକୁ କାବୁ କରାଯାଇ ତା ଘରୁ ଏକ ଦେଶୀ ବନ୍ଧୁକ ଓ ବାଘ ଚମ, କଟୁରୀ, ଭୁଜାଲି ଓ ଦୁଇଟି ଟାଙ୍ଗିଆ ଜବତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.