ETV Bharat / state

ତହସିଲଦାରଙ୍କ ଦୁର୍ବ୍ୟବହାର ବିରୋଧରେ ବିକ୍ଷୋଭ - ଜିଲ୍ଲାପାଳଙ୍କ ଦାବିପତ୍ର

ତହସିଲଦାର ର୍ଦୁବ୍ୟବହାର ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ...

ତହସିଲଦାରଙ୍କ ଦୁର୍ବ୍ୟବହାର ବିରୋଧରେ ବିକ୍ଷୋଭ
ତହସିଲଦାରଙ୍କ ଦୁର୍ବ୍ୟବହାର ବିରୋଧରେ ବିକ୍ଷୋଭ
author img

By

Published : Jul 28, 2021, 8:33 AM IST

ବୌଦ୍ଧ: ଖଣି ଲୁଟକୁ ନେଇ ପ୍ରତିବାଦରେ ଆନ୍ଦୋଲନରତ ଜନନେତାଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାରକୁ ନେଇ ବିକ୍ଷୋଭ । ରାସ୍ତାକୁ ଓହ୍ଲାଇଛନ୍ତି ବିଭୋକ୍ଷକାରୀ । ତହସିଲଦାର ର୍ଦୁବ୍ୟବହାର ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଭିଯୋଗକାରୀ ।

ତହସିଲଦାରଙ୍କ ଦୁର୍ବ୍ୟବହାର ବିରୋଧରେ ବିକ୍ଷୋଭ

ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅଧିନରେ ଖରଭୂଇଁ ଅଞ୍ଚଳରେ ଥିବା ଷ୍ଟୋନ କ୍ରସର ଯୋଗୁଁ ଅଞ୍ଚଳରେ ପରିବେଶ ପ୍ରଦୂଷଣ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ଏପରିକି ଜୀବନ ଜୀବିକା ସହ ଜଡିତ ଚାଷବାସ ମଧ୍ୟ ପ୍ରଭାବିତ ହେଉଛି । ନିୟମକୁ ଉଲ୍ଲଙ୍ଘନ କରାଯାଇ ମାଟି ତଳୁ ପଥର ଖୋଳାଯାଇ ପରିବେଶକୁ ପ୍ରଦୂଷଣ କରାଯାଉଥିବା ଅଭିଯୋଗ ହେଉଛି ।

ତେବେ ଏହି ଷ୍ଟୋନ କ୍ରସର ବିରୋଧୀ ଆନ୍ଦୋଳନ ସହ ଜଡିତ ନାଗରିକଙ୍କୁ ହରଭଙ୍ଗା ତହସିଲଦାର ଆପୋଷ ସମାଧାନ କରିବା ବଦଳରେ ଅଶାଳୀନ ମନ୍ତବ୍ୟ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଖରଭୂଇଁ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ବୌଦ୍ଧ ସହରରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି । ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.