ETV Bharat / state

ପ୍ରାଣୀଧନ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ, ସେବା ପାଇବେ ପଶୁପକ୍ଷୀ - ବୌଦ୍ଧ

କୋରୋନା ସମୟରେ ପ୍ରାଣୀଧନ ଚିକିତ୍ସକଙ୍କ ବିଭିନ୍ନ ଦାବି ନେଇ କରିଥିବା ଆନ୍ଦୋଳନକୁ ଦେଖି ଶନିବାର ଠାରୁ ସମୂହ ଛୁଟିରେ ଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ପ୍ରାଣୀଧନ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ, ସେବା ପାଇବେ ପଶୁପକ୍ଷୀ

author img

By

Published : May 15, 2021, 10:16 AM IST

ବୌଦ୍ଧ: ଜିଲ୍ଲାରେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ । ଏଥିସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏପଟେ ଗତକାଲି(ଶୁକ୍ରବାର) ବୌଦ୍ଧ ଜିଲ୍ଲାର ଆଉଜଣେ ପ୍ରଶାସନିକ ଅଧିକାରୀ କୋରୋନାରେ ଆଖି ବୁଜିଥିବା ସୂଚନା ମିଳିଛି । ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଅଳ୍ପ ଦିନ ତଳେ ବୌଦ୍ଧରେ ଯୋଗଦାନ କରିଥିବା ଏହି ପ୍ରଶାସନିକ ଅଧିକାରୀ ଜଣକ ଶୁକ୍ରବାର ଭୁବନେଶ୍ବରଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ପ୍ରାଣୀଧନ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ, ସେବା ପାଇବେ ପଶୁପକ୍ଷୀ

ଏନେଇ ପ୍ରଶାସନିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସେପଟେ କୋରୋନା ସମୟରେ ପ୍ରାଣୀଧନ ଚିକିତ୍ସକଙ୍କ ବିଭିନ୍ନ ଦାବି ନେଇ ଶନିବାର ଠାରୁ ସମୂହ ଛୁଟିରେ ଯିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ପ୍ରମୁଖ ସଚିବ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ତିନି ମାସ ପାଇଁ ପୂର୍ବ ଭଳି ସେବା ଯୋଗାଇବାକୁ ଚିକିତ୍ସକମାନେ ରାଜି ହୋଇଥିବାରୁ ପଶୁପାଳକମାନେ ଖୁସି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଙ୍ଗଲରେ ବନ୍ୟପ୍ରାଣୀ ଜଳକଷ୍ଟ ସମ୍ମୁଖୀନ ହେବା ଆଶଙ୍କା ଥିବାରୁ ବୌଦ୍ଧ ବନଖଣ୍ଡର ପୁରୁଣାକଟକ ରେଞ୍ଜର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ପାଇଁ ଓ୍ବାଟର ରିଜର୍ଭର ନିର୍ମାଣ କରାଯାଇଛି । ତେବେ କୋରୋନା ସଂକ୍ରମଣର ଭୟ ଉଭୟ ପାଳିତ ପଶୁପକ୍ଷୀ ଓ ବନ୍ୟପ୍ରାଣୀ ପ୍ରତି ରହିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.