ETV Bharat / state

ଅପହଞ୍ଚ ଅଞ୍ଚଳରେ କେବେ ପହଞ୍ଚିବ ବିକାଶର ଗାଡି ?

ସରକାରୀ ଯୋଜନାର ତଥା ବିକାଶରେ ବାଧକ ସାଜିଛି ପାହାଡି ଝରଣା । ଝରଣାର ଅପର ପାର୍ଶ୍ଵରେ ଥିବା ପାଞ୍ଚରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ନିକଟରେ ଆବାସ, ବିଦ୍ୟୁତ, ପାନୀୟଜଳ, ସ୍ବାସ୍ଥ୍ୟ ସେବା ସବୁକିଛି ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଅପହଞ୍ଚ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : Sep 30, 2022, 1:00 PM IST

ଅପହଞ୍ଚ ଅଞ୍ଚଳରେ କେବେ ପହଞ୍ଚିବ ବିକାଶର ଗାଡି
ଅପହଞ୍ଚ ଅଞ୍ଚଳରେ କେବେ ପହଞ୍ଚିବ ବିକାଶର ଗାଡି

ବୌଦ୍ଧ: ସରକାରୀ ଯୋଜନାର ବାଟ ଓଗାଳିଛି ପାହାଡି ଝରଣା । ଝରଣାର ଅପର ପାର୍ଶ୍ଵରେ ଥିବା ପାଞ୍ଚରୁ ଉର୍ଦ୍ଧ୍ବ ଗ୍ରାମବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଇବାକୁ ପଡୁଥିବାର ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଟିକରପଡା ପଞ୍ଚାୟତରେ ।

ଅପହଞ୍ଚ ଅଞ୍ଚଳରେ କେବେ ପହଞ୍ଚିବ ବିକାଶର ଗାଡି

ତେବେ ସୂଚନା ଅନୁଯାୟୀ, ଟିକରପଡା ପଞ୍ଚାୟତର ପାହାଡି ଝରଣା ଦମଣ୍ଡା ନାଳର ଅପର ପାର୍ଶ୍ଵରେ ଥିବା ସାଲଦରଙ୍ଗା, ଲକଡପାଜୁ, ଦମଣ୍ଡା ଭଳି ପାଞ୍ଚରୁ ଊର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଓ ଏହାର ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଇଥାନ୍ତି । ଏସବୁ ଅଞ୍ଚଳକୁ ଯୋଗାଯୋଗ ସୁବିଧା ନ ଥିବା ହେତୁ ସେଠାରେ ଆବାସ, ବିଦ୍ୟୁତ୍‌, ପାନୀୟ ଜଳ, ସାମାଜିକ ସୁରକ୍ଷା, ରାସନ,ସ୍ବାସ୍ଥ୍ୟ ସେବା ସବୁକିଛି ଅପହଞ୍ଚ ହୋଇରହିଛି । ସରକାରୀ ଯୋଜନା ଠାରୁ ଢେର ଦୂରରେ ଥିବା ଏଠାକାର ଅଧିବାସୀ ବାଧ୍ୟ ହୋଇ ତନ୍ତ୍ର ମନ୍ତ୍ର ଗୁଣିଗାରେଡି ଭଳି ଅନ୍ଧବିଶ୍ବାସର ସହାୟତା ନେଇଥାନ୍ତି । ଶିଶୁଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର କିମ୍ବା ଉପକେନ୍ଦ୍ର ନ ଥିବାରୁ ସେଠାରେ ଶିକ୍ଷା ଓ ସୁଷମ ଖାଦ୍ୟକୁ ନେଇ ବାରମ୍ବାର ଆଶଙ୍କା ସୃଷ୍ଟି ହୋଇଥାଏ । ସାଧାରଣ ଜୀବନ ଶୈଳୀ ଠାରୁ ଢେର ଦୂରରେ ଏମାନଙ୍କ ମଧ୍ୟରୁ କେତେକ ଠିକରେ ଓଡ଼ିଆ କହିନପାରି କଥିତ ଭାଷା ରୂପେ କୁଇ ଭାଷାକୁ ଗ୍ରହଣ କରିଥାନ୍ତି । ଅତି ଜରୁରୀ କାର୍ଯ୍ୟ ପଡିଲେ ହିଁ ଏମାନେ ପାହାଡ ଜଙ୍ଗଲ ଓହ୍ଲାଇ ଆସିଥାନ୍ତି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ବିଚିତ୍ର ବ୍ୟବସ୍ଥା: ସଧବାଙ୍କୁ ମିଳୁଛି, ବୌଦ୍ଧରେ ବିଧବା ମହିଳା ଭତ୍ତା ପାଇବାରୁ ବଞ୍ଚିତ

ତେବେ ଏନେଇ ଲକଡପାଜୁର ପୁଷ୍ପାଞ୍ଜଳି ମଲ୍ଲିକ କହିଛନ୍ତି, ‘‘ଆମକୁ କୌଣସି ଭତ୍ତା ମିଳୁନାହିଁ । ଏଥିସହ ରାସ୍ତା ମଧ୍ୟ ଖରାପ ରହିଛି। ଏନେଇ ଯିବା ଆସିବା ଅସୁବିଧା ହେଉଛି । ଯଦି କାହାର ଦେହ ଅସୁସ୍ଥ ରହୁଛି ତାହାଲେ ସେମାନଙ୍କୁ ଖଟରେ ବୁହା ହୋଇକି ନେବାକୁ ପଡୁଛି। "

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.