ETV Bharat / state

ଜିଲ୍ଲା ସଂଗ୍ରହାଳୟରେ ରାଜାଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ - ଓଡ଼ିଶାର ପ୍ରଥମ ସଂଗ୍ରହାଳୟ

ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟରେ ଭଞ୍ଜ ବଂଶୀୟ ଶାସକଙ୍କ ନାମରେ ସ୍ମୃତିପୀଠ ସ୍ଥାପନ କରିବାକୁ ମତ ପ୍ରକାଶ ପାଇଛି । ଐତିହ୍ୟ ସମ୍ପନ୍ନ କଚେରୀ କୋଠା ନିର୍ମାଣର ଶହେ ବର୍ଷ ପୂର୍ତ୍ତି ହେବା ଅବସରରେ ସଂଗ୍ରହାଳୟକୁ ଉଦଘାଟନ କରାଯାଇଥିଲା । ଅଧିକ ପଢ଼ନ୍ତୁ..

Proposal of establishment of bhanja king memorial in boudh museum
ଜିଲ୍ଲା ସଂଗ୍ରହାଳୟରେ ରାଜାଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ
author img

By

Published : Feb 2, 2021, 10:28 PM IST

ବୌଦ୍ଧ: ଏକ ମାସ ପୂର୍ବେ ଐତିହ୍ୟ ସମ୍ପନ୍ନ କଚେରୀ କୋଠା ନିର୍ମାଣର ଶହେ ବର୍ଷ ପୂର୍ତ୍ତି ହୋଇଥିଲା । ଏହି ଅବସରରେ ଜିଲ୍ଲା ପ୍ରଶାସନ ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ଉଦଘାଟନ କରାଯାଇଥିଲା । ବର୍ତ୍ତମାନ ଭଞ୍ଜ ବଂଶୀୟ ଶାସକଙ୍କ ନାମରେ ସଂଗ୍ରହାଳୟ ପରିସରରେ ସେମାନଙ୍କ କିଛି ସ୍ମୃତିପୀଠ କିମ୍ବା ତାଙ୍କ ନାମରେ କୋଠରୀ ନାମିତ କରିବାକୁ ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଛନ୍ତି ।

ଜିଲ୍ଲା ସଂଗ୍ରହାଳୟରେ ରାଜାଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ପ୍ରସ୍ତାବ

ଗତ ଜାନୁଆରୀ ମାସ 2 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଆଧୁନିକ ବୌଦ୍ଧ ଗଡଜାତର ରୂପରେଖ ପ୍ରଦାନ କରିଥିବା ରାଜାଙ୍କ ସ୍ମୃତିପୀଠ ସ୍ଥାପନ ପାଇଁ ବୁଦ୍ଧିଜୀବୀ ମତ ଦେଇଛନ୍ତି । 1921 ମସିହାରେ ରାଜା ଶାସନ କାଳରେ ନିର୍ମିତ ରାଜାଙ୍କ କଚେରୀ କୋଠାକୁ ସଂଗ୍ରହାଳୟରେ ପରିଣତ କରାଯାଇଥିଲା । ଅନେକ ନେତା, ମନ୍ତ୍ରୀ ଓ ବହୁ ପ୍ରଶାସନିକ ଅଧିକାରୀ ଏହି ସଂଗ୍ରହାଳୟ ବୁଲି ଦେଖିବା ସହ ଏଭଳି ନିଆରା ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ଏହି କଚେରୀ କୋଠା ଆଧୁନିକ ବୌଦ୍ଧ ନିର୍ମାଣର ସ୍ବତନ୍ତ୍ର ରୂପରେଖ ପ୍ରଦାନ କରିଛି । ଏଥିରେ ବୌଦ୍ଧର ଭଞ୍ଜ ବଂଶୀୟ ଶାସକଙ୍କ ଅବଦାନ କିଛି କମ ନଥିଲା । ତେଣୁ ଏହି ସଂଗ୍ରହାଳୟ ପରିସରରେ ରାଜାଙ୍କ ନାମରେ କିଛି ସ୍ମୃତିପୀଠ ସ୍ଥାପନ କରିବାକୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଏହି ସଂଗ୍ରହାଳୟରେ ରାଜାଙ୍କ ସମୟର ଅସ୍ତ୍ରଶସ୍ତ୍ର ଓ ସେ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ସଂଗ୍ରହ ହୋଇ ରହିଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.