ETV Bharat / state

ଅବ୍ୟବସ୍ଥା ଘେରରେ ଜିଲ୍ଲା ଶିକ୍ଷା ବିଭାଗ: ଖାଲି ପଡିଛି ପଦବୀ, ଅଧିକାରୀଙ୍କୁ ମିଳୁଛି ଅତିରିକ୍ତ ଦାୟିତ୍ବ

author img

By

Published : Nov 19, 2022, 10:50 PM IST

ଜିଲ୍ଲାର ଶିକ୍ଷା ବିଭାଗରେରେ ଅଚଳାବସ୍ଥା । ଏଣେ ପଦବୀ ଖାଲି ପଡିଥିବା ବେଳେ ଜଣେ ଅଧିକାରୀଙ୍କୁ ଚାରିରୁ ପାଞ୍ଚଟି ଦାୟିତ୍ୱ ମିଳିବା ନେଇ ଅସନ୍ତୋଷ । ବିଭିନ୍ନ ଦାବି ନେଇ ଜିଲ୍ଲା ମିଳିତ ଶିକ୍ଷକ ମହାସଂଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ଜିଲ୍ଲା ଶିକ୍ଷା ବିଭାଗ
ଅବ୍ୟବସ୍ଥା ଘେରରେ ଜିଲ୍ଲା ଶିକ୍ଷା ବିଭାଗ

ବୌଦ୍ଧ: ଜିଲ୍ଲାର ଶିକ୍ଷା ବିଭାଗରେ ଦେଖାଦେଇଛି ଅଚଳାବସ୍ଥା । ଦୀର୍ଘ ଦିନ ହେଲା ବିଭାଗର ବିଭିନ୍ନ ପଦ ପଦବୀ ଖାଲି ପଡିଛି । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସମସ୍ୟା ଲାଗିରହିଛି । ଶିକ୍ଷା ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କିନ୍ତୁ ଅନେକ ବିଦ୍ୟାଳୟ ଏପରିକି 5T ବିଦ୍ୟାଳୟରେ ସମସ୍ୟାର ଲମ୍ବା ତାଲିକା ଦେଖିବାକୁ ମିଳିଛି ।

ଅବ୍ୟବସ୍ଥା ଘେରରେ ଜିଲ୍ଲା ଶିକ୍ଷା ବିଭାଗ

ଜିଲ୍ଲାର ହରଭଙ୍ଗା ଓ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିବା ବେଳେ ଆଉ 10 ଦିନ ପରେ ବୌଦ୍ଧ ବିଇଓ ମଧ୍ୟ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ତାହା ମଧ୍ୟ ଖାଲି ପଡିବା ପରି ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ଜିଲ୍ଲା ସଦର ମହକୁମାର ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୁଇରୁ ତିନି ବର୍ଷ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବ ବେଳେ ଶିକ୍ଷା ବିଭାଗର ଜଣେ ଜଣେ ଅଧିକାରୀଙ୍କୁ 4ରୁ 5ଟି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି ।

ଫଳରେ ଅନେକ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହେଉଥିବା ବେଳେ କଣ୍ଟାମାଳ ବ୍ଲକରେ ସର୍ବାଧିକ ସମସ୍ୟା ଦେଖାଦେଇଛି । ଏପରିକି ଖୋଦ୍‌ ଜିଲ୍ଲା ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ 5ଟି ଦାୟିତ୍ୱ ଦିଆଯିବାକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହୋଇଛି । ସେପଟେ ଶନିବାର ବୌଦ୍ଧର ମିଳିତ ଶିକ୍ଷକ ମହାସଂଘ ପକ୍ଷରୁ ଠିକା ନିଯୁକ୍ତି ଉଛେଦ ସହିତ କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନ୍‌ସନ୍‌ ଯୋଜନା ଲାଗୁ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.