ETV Bharat / state

ଆସୁଛି ବର୍ଷା ଋତୁ, ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି - ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା

ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିଲେ ବନ୍ୟାଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ରହୁଥିବାବେଳେ ସମନ୍ୱୟ ଅଭାବରୁ ସମସ୍ୟା ବଢିଯାଇଥାଏ । ଯାହାର ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି। ଅଧିକ ପଢନ୍ତୁ

ବନ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

author img

By

Published : May 28, 2023, 10:46 AM IST

ବନ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

ବୌଦ୍ଧ: ବନ୍ୟା ମୁକାବିଲା ନିମନ୍ତେ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି । ବୌଦ୍ଧ ଜିଲ୍ଲାର 24ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କଣ୍ଟାମାଳ ବ୍ଲକର ଅଧିକାଂଶ ପଞ୍ଚାୟତ ତେଲନଦୀର ଅବବାହିକାରେ ରହିଛି । ତେବେ ଲୋକଙ୍କ ଜୀବନ ରେଖା କୁହାଯାଉଥିବା ତେଲନଦୀ ବର୍ଷା ଦିନରେ ପୁଣିଥରେ ଲୋକଙ୍କ ଦୁଃଖ ପାଲଟିଯାଏ । ପ୍ରତ୍ୟେକ ବର୍ଷ ତେଲନଦୀରେ ବନ୍ୟାଜଳ ଆସି କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବିଛିନ୍ନ ହୋଇ ରହିଥାଏ । ତେବେ ବ୍ଲକରେ ଏକ ମାତ୍ର ବନ୍ୟା ଆଶ୍ରୟସ୍ଥଳୀ କୁଳୁତାଯୋ ରଠାରେ ରହିଛି । ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ଅଧିବାସୀ ଏହାଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥାନ୍ତି । ଏଣୁ କଣ୍ଟାମାଳ ବ୍ଲକର ମନମୁଣ୍ଡା, ପଲସାଗୋରା ଓ କଣ୍ଟାମାଳଠାରେ ମଧ୍ୟ ଆଉ 3ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।

ବର୍ଷା ଦିନ ଆସିଲେ ମନେପଡେ ନଦୀକୂଳିଆ ଲୋକଙ୍କ ଦୁଃଖ । ପ୍ରତ୍ୟେକ ବର୍ଷ ଏଭଳି ବନ୍ୟାଞ୍ଚଳବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବାବେଳେ ସମନ୍ୱୟ ଅଭାବରୁ ଅଞ୍ଚଳରେ ସମସ୍ୟା ବଢିଯାଇଥାଏ । ଏହାର ପ୍ରତିକାର ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କୁ ସହାୟତା କରାଯିବ ତାହା ଉପରେ ପ୍ରାଥମିକତା ଦିଆଯାଇଛି । ଏଥି ନିମନ୍ତେ ଦୀର୍ଘ ମିଆଦୀ ଯୋଜନାର ଅଭାବ କାରଣରୁ ପ୍ରତ୍ୟେକ ବର୍ଷ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳେ।

ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ ସମେତ ଅନେକ ପାହାଡି ନଦୀନାଳ ପ୍ରଵାହିତ ହେଉଛି । ତେବେ ପ୍ରତ୍ୟେକ ବର୍ଷ ଏସବୁ ନଦୀନାଳରେ ବନ୍ୟାଜଳ ଆସୁଥିବାରୁ ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟୁଛି । ସେହିପରି ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟାଜଳ ଯୋଗୁଁ କ୍ଷତି ହୋଇଥାଏ । ବୌଦ୍ଧ ବ୍ଲକର ବାଉଁଶୁଣୀ, ବହିରା, ତେଲବନ୍ଧ ପଞ୍ଚାୟତର ବିଭିନ୍ନ ନଦୀକୂଳିଆ ଗ୍ରାମ ଓ ହରଭଙ୍ଗା ବ୍ଲକର ସରସରାଠାରୁ ନେଇ କୁଶଙ୍ଗ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଥାଏ ।

ବିଶେଷ ଭାବରେ ମହାନଦୀରେ ବନ୍ୟା ଯୋଗୁଁ ବୌଦ୍ଧ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଯାଇଥିବା ପୁରୁଣା ଜଗନ୍ନାଥ ସଡକ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଥାଏ । ବନ୍ୟା ସମୟରେ ସ୍ଥାନାନ୍ତରିତ ପ୍ରକ୍ରିୟା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବାବେଳେ ଜିଲ୍ଲାର ସୀମାନ୍ତ ତଥା କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମବାସୀଙ୍କ ଦୁଃଖ ବି ବେଶ ବଢିଯାଇଥାଏ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ସମୟରେ କୃଷି ଠାରୁ ନେଇ ଗୃହପାଳିତ ପଶୁ ଓ ରାସ୍ତାଘାଟର ବ୍ୟାପକ କ୍ଷତି ଘଟୁଥିବାବେଳେ ହରଭଙ୍ଗା ବ୍ଲକରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ବିଛିନ୍ନତା ହେତୁ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥାଏ ।

ଗତବର୍ଷ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ସମୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ରହିଥିଲା । ଅନେକ ସ୍ଥାନରେ ଘାଇ ସୃଷ୍ଟି ହେବା ସହ ରାସ୍ତା ଧୋଇ ନେଇଥିଲା । ତେବେ ଆଗକୁ ବର୍ଷା ଋତୁ ଆସୁଥିବାରୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଲାଇଫ ବୋଟ ପ୍ରସ୍ତୁତ ରଖାଯିବାକୁ ନିର୍ଦ୍ଦେଶ ଥିବାବେଳେ ଉଭୟ ମଣିଷ ଓ ପଶୁମାନଙ୍କ ପାଇଁ ଶୁଖିଲା ଖାଦ୍ୟ ମହଜୁଦ ପାଇଁ କୁହାଯାଇଛି । ଏହାସହ ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀକୂଳଗୁଡିକର ତଟ ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇ ପଡିଛି । ସେହିପରି ଜିଲ୍ଲାର 4ଟି ସ୍ଥାନରେ ନିର୍ମାଣ ହୋଇଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ, ପାନୀୟଜଳ ତଥା ରକ୍ଷଣାବେକ୍ଷଣ ଭଳି ସମସ୍ୟା ଲାଗିରହୁଥିବାରୁ ଜିଲ୍ଲାର 3 ଟି ବ୍ଲକର ବିଡିଓ ଏନେଇ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.