ETV Bharat / state

ପ୍ରଭାସିନୀ ଦାସ ହେଲେ ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା - ବୌଦ୍ଧ ରାଜନୀତି ଖବର

ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା ହେଲେ ଉପାନ୍ତ ଅଞ୍ଚଳର ବିଜେଡି ଯୁବ ମହିଳା ନେତ୍ରୀ ପ୍ରଭାସିନୀ ଦାସ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୌଦ୍ଧ ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୭ଟି ଆସନରେ ବିଜୟୀ ହୋଇଥିଲା । ଅଧିକ ପଢ଼ନ୍ତୁ

ପ୍ରଭାସିନୀ ଦାସ ହେଲେ ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା

author img

By

Published : Mar 13, 2022, 9:37 PM IST

ବୌଦ୍ଧ: ଜିଲ୍ଲା ପରିଷଦର ଅଧ୍ୟକ୍ଷା ହେଲେ ଉପାନ୍ତ ଅଞ୍ଚଳର ବିଜେଡି ଯୁବ ମହିଳା ନେତ୍ରୀ ପ୍ରଭାସିନୀ ଦାସ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୌଦ୍ଧ ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୭ଟି ଆସନରେ ବିଜୟୀ ହୋଇଥିଲା । କେବଳ ଦୁଇଟି ଆସନରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ । ବୌଦ୍ଧରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ପ୍ରଭାସିନୀ ଦାସ ।

ପ୍ରଭାସିନୀ ଦାସ ହେଲେ ବୌଦ୍ଧ ଜିଲ୍ଲା ପରିଷଦର ଅଧ୍ୟକ୍ଷା

ବୌଦ୍ଧରେ ଅଧ୍ୟକ୍ଷ ଆସନ ସଂରକ୍ଷିତ ହୋଇ ରହିଛି । ଆଜି(ରବିବାର) ବୌଦ୍ଧ DRDA ସଭାଗୃହରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । ଜିଲ୍ଲାର ଉପାନ୍ତ ମହାଲିକପଡା ଗ୍ରାମର ଏହି ଯୁବ ନେତ୍ରୀ ଜଣକ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେହିପରି ଜିଲ୍ଲା ବିଜେଡି ସଭାପତି ତଥା କଣ୍ଟାମାଳ ବିଧାୟକ ମଧ୍ୟ ମହିଳାଙ୍କ ଉନ୍ନତି ପାଇଁ ତଥା ଅଧୁରା ରହିଥିବା କାର୍ଯ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇପାରିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.