ETV Bharat / state

ବଢୁଛି ନିର୍ବାଚନୀ ହିଂସା, ଶୁଣ୍ଢିପଦରରେ ସ୍ବଚ୍ଛ ଓ ଅବାଧ ନିର୍ବାଚନକୁ ନେଇ ପ୍ରଶ୍ନବାଚୀ - ଶୁଣ୍ଢିପଦର ପଞ୍ଚାୟତରେ ନିର୍ବାଚନୀ ହିଂସା

ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତରେ ବଢୁଛି ନିର୍ବାଚନୀ ହିଂସାକାଣ୍ଡ । ପଞ୍ଚାୟତରେ ସ୍ବଚ୍ଛ ଓ ଅବାଧ ନିର୍ବାଚନକୁ ନେଇ ଉଠିଲା ପ୍ରଶ୍ନ । ଅଧିକ ପଢନ୍ତୁ

ବଢୁଛି ନିର୍ବାଚନୀ ହିଂସା, ଶୁଣ୍ଢିପଦରରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ନେଇ ପ୍ରଶ୍ନବାଚୀ

author img

By

Published : Feb 4, 2022, 1:13 PM IST

ବୌଦ୍ଧ: ପଞ୍ଚାୟତ ନିର୍ବାଚନକୁ ନେଇ ବୌଦ୍ଧରେ ନିର୍ବାଚନୀ ଉଷ୍ଣତା ବଢିବା ସହ ବୃଦ୍ଧି ପାଉଛି ହିଂସାକାଣ୍ଡ । ଯାହା ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନର ମୁଣ୍ଡବିନ୍ଧା ସାଜିଛି । ଜିଲ୍ଲାର ସମସ୍ତ ୯ ଗୋଟି ଜିଲ୍ଲା ପରିଷଦ ଜୋନ ସହିତ 69 ଗୋଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି । ଗାଁ ଗାଁରେ ଭୋଜିଭାତ ଓ ମଦ ମାଂସର ଆସର ଜମୁଛି । ତେବେ ସବୁଠାରୁ ଉତ୍ତେଜନା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତ ।

ବଢୁଛି ନିର୍ବାଚନୀ ହିଂସା, ଶୁଣ୍ଢିପଦରରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ନେଇ ପ୍ରଶ୍ନବାଚୀ

ପୂର୍ବରୁ ଦୁଇ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ପୁଣିଥରେ ସେହି ପଞ୍ଚାୟତରେ ଗତ ବୁଧବାର ରାତିରେ ଏକ ଗୋଷ୍ଠୀର ସମର୍ଥକଙ୍କ ଆକ୍ରମଣରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ଏବେ ବି ସେମାନେ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ ମନମୁଣ୍ଡା ପୋଲିସ ଉଭୟ ପକ୍ଷର ତିନି ଜଣଙ୍କୁ ଗିରଫ କରାଯାଇଛି ।

ଜଣେ ସରପଞ୍ଚ ପ୍ରାର୍ଥୀ ସମବାୟ ସଂପାଦକଙ୍କ ପତ୍ନୀ ହୋଇଥିବା ବେଳେ ଅନ୍ୟ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପତ୍ନୀ ରହିଛନ୍ତି । ପଞ୍ଚାୟତର ଏଭଳି ବାରମ୍ବାର ହିଂସାକାଣ୍ଡ ଘଟୁଥିବା ଯୋଗୁଁ ଏଠାରେ ସ୍ବଚ୍ଛ ତଥା ଅବାଧ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି । ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଶୁଣ୍ଢିପଦର ପଞ୍ଚାୟତରେ ବ୍ୟାପକ ପୋଲିସ ମୁତୟନ ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.