ETV Bharat / state

Panchayat Election: ବୌଦ୍ଧରେ ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା, ପୋଲିସର କଡା ନଜର

author img

By

Published : Jan 29, 2022, 12:47 PM IST

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ଘୋଡ଼ା ବେପାର । ଅଧିକ ପଢନ୍ତୁ

ଜିଲ୍ଲାରେ ବୃଦ୍ଧି ପାଉଛି ରାଜନୈତିକ ଉଷ୍ମତା, ପୋଲିସର କଡା ନଜର

ବୌଦ୍ଧ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଫେବୃୟାରୀ ୧୬ ରୁ ୨୪ ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । ବର୍ତ୍ତମାନ ଗାଁ ମୁହାଁ ବିଭିନ୍ନ ଦଳର ପ୍ରାର୍ଥୀ । ବୌଦ୍ଧ ଜିଲ୍ଲାର ସମସ୍ତ ୬୯ ଗୋଟି ପଞ୍ଚାୟତ ମଧ୍ୟରୁ କେବଳ ବହିରା ସରପଞ୍ଚ ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିବା ବେଳେ ଅନ୍ୟ ସବୁଆଡେ ନିର୍ବାଚନୀ ମାହୋଲ ସରଗରମ ରହିଛି ।

ଜିଲ୍ଲାର ସମସ୍ତ ୯ଟି ଜିଲ୍ଲା ପରିଷଦ ଆସନରେ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଗଲାଣି ଘୋଡ଼ା ବେପାର । ପଞ୍ଚାୟତରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଭୋଜିଭାତର ଆୟୋଜନ କରିବା ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର ଦେଉଥିବା ଅଭିଯୋଗ ହୋଇଛି ।

ସ୍ବଚ୍ଛ ତଥା ଅବାଧ ପଞ୍ଚାୟତ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପାଇଁ ଏହା ବଡ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି । ବିଶେଷ ଭାବରେ ଜିଲ୍ଲାର କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳ ଅତ୍ୟନ୍ତ ଉତ୍ତେଜନା ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସେଠାରେ ପୋଲିସ ଭ୍ୟାନ ଓ ଗାଡିର ଅଭାବ ଏବେ ଚିନ୍ତାର କାରଣ ପାଲଟିଛି ।

ସେପଟେ ହରଭଙ୍ଗା ବ୍ଲକ ପୀତାମ୍ବରପୁର ପଞ୍ଚାୟତର ଜନୈକ ସମିତି ସଭ୍ୟ ପ୍ରାର୍ଥୀ ନିଜକୁ ୨୧ ବର୍ଷ ହୋଇଥିବା ଦର୍ଶାଇ ନିର୍ବାଚନ ନାମାଙ୍କନ ଦାଖଲ ପତ୍ର ଦାଖଲ କରିଥିଲେ । ତଦନ୍ତ ସମୟରେ ତାହା ଜାଲ ଦସ୍ତାବିଜ ବୋଲି ଜଣାପଡିବା ପରେ ହରଭଙ୍ଗା ବିଡ଼ିଓ ସ୍ମିତା ରଥ ଏନେଇ ପୁରୁଣାକଟକ ଥାନାରେ ଏତଲା ଦାଏର କରିଛନ୍ତି । ଯାହା ଜିଲ୍ଲାରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.