ETV Bharat / state

ସଭାପତି ନିର୍ବାଚନ ପାଇଁ ମତଦାନ ଶେଷପରେ ସମବାୟ ସମିତି ସଦସ୍ୟ ଗିରଫ - ବିଳାସପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବୌଦ୍ଧ ଜିଲ୍ଲାରେ ସମବାୟ ସମିତିର ସଭାପତି ପାଇଁ ମତଦାନ ସରୁ ସରୁ ୮ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Police arrested 8 persons after Cooperative elections in Boudh
Cooperative Election: ମତଦାନ ସରୁସରୁ ୮ଜଣଙ୍କୁ ଗିରଫ କଲା ପୋଲିସ
author img

By

Published : Jul 15, 2022, 8:01 PM IST

ବୌଦ୍ଧ: ସମବାୟ ସମିତିର ସଭାପତି ପାଇଁ ସରିଲା ମତଦାନ । ଆଉ ମତଦାନ ସରୁ ସରୁ ସଦସ୍ୟ ମାନଙ୍କୁ ଉଠାଇନେଲା ପୋଲିସ । ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ସମବାୟ ସମିତିରେ ଘଟିଛି । ସୂଚନା ମୁତାବକ ବିଳାସପୁର ସମବାୟ ସମିତିର ସଭାପତି ପଦ ପାଇଁ ୨ ଗୋଷ୍ଠୀ ମଧ୍ୟରେ ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ।

Cooperative Election: ମତଦାନ ସରୁସରୁ ୮ଜଣଙ୍କୁ ଗିରଫ କଲା ପୋଲିସ

ଏହାକୁ ନେଇ ମନମୁଣ୍ଡା ପୋଲିସ ଗୋଟିଏ ଗୋଷ୍ଠୀର ଜଣଙ୍କୁ ଗିରଫ କରିଥିବାବେଳେ, ଶୁକ୍ରବାର ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ସମିତିରେ ସମୁଦାୟ ୧୪ ଜଣ ଭୋଟରଙ୍କ ମଧ୍ୟରୁ ୧୨ଟି ମତଦାନ ହୋଇଥିବାବେଳେ ୯ଟି ଭୋଟ ପାଇ ପ୍ରଭାସ କ୍ଷେତୀ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।

ତେବେ ମତଦାନ ସରିବା କ୍ଷଣି ମନମୁଣ୍ଡା ପୋଲିସ ପୂର୍ବରୁ ଅଭିଯୋଗ ଥିବା ଆଧାରରେ ୮ ଜଣ ସଦସ୍ୟ ଭୋଟରଙ୍କୁ ସଙ୍ଗେ ସଙ୍ଗେ ଉଠାଇ ନେଇ ଗିରଫ କରିଥିଲା । ବର୍ତ୍ତମାନ ବିଳାସପୁର ସମବାୟ ସମିତିର ଏଭଳି ଘଟଣା କୁନେଇ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.