ବୌଦ୍ଧ: ପଞ୍ଚାୟତ ମହାବିଦ୍ୟାଳୟରେ ଆରମ୍ଭ ହେଲା +2 ଇ ଆଡମିସନ ପ୍ରକ୍ରିୟା । ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସମସ୍ତ ଚାରୋଟି ବର୍ଗରେ ଥିବା ୪୮୪ ଟି ସିଟ ପାଇଁ ଏହି ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ବୌଦ୍ଧ ଜିଲ୍ଲାର ସର୍ବ ପୁରାତନ ମହାବିଦ୍ୟାଳୟରେ ଆରମ୍ଭ ହେଲା ଯୁକ୍ତ ଦୁଇ ଆଡମିଶନ ପ୍ରକ୍ରିୟା । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇର ସମସ୍ତ ଚାରୋଟି ବର୍ଗର ୪୮୪ ଟି ସିଟ ପାଇଁ ଆଡମିସନ ଆରମ୍ଭ ହୋଇଛି । ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାରେ ୧୯୬ ,ବିଜ୍ଞାନରେ ୧୨୮, ବାଣିଜ୍ୟରେ ୧୨୮ ଓ ଭୋକେସନାଲରେ ୩୨ଟି ସିଟ ରହିଥିବାବେଳେ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ବିତୀୟ ପସନ୍ଦରେ ଆଡମିସନ ନେଉଥିବା ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।
ସେପଟେ କେନ୍ଦ୍ରୀୟ ବିଦ୍ୟାଳୟ ଭଳି କେତୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ମାର୍କସିଟ କିମ୍ବା କୌଣସି ସାର୍ଟିଫିକେଟ ନଥିବାରୁ ଆଡମିସନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଛି । ଯାହପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଅଣ୍ଡରଟେକିଂ ଦ୍ବାରା ସେମାନଙ୍କୁ ଆଡମିସନ ସୁଯୋଗ ଦିଆଯାଉଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ