ETV Bharat / state

ପାଇପ ବିଛା କାର୍ଯ୍ୟକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

ବୌଦ୍ଧ ଜିଲ୍ଲାର ତିତିରିକଟାଠାରେ ପ୍ରତିଷ୍ଠା ହୋଇଥିବା ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀକୁ ଜଳଯୋଗାଣ ପାଇଁ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା ବେଳେ ଗତକାଲି(ଶୁକ୍ରବାର) ପୁଣି କାର୍ଯ୍ୟ ଆରମ୍ଭ ହେବାରୁ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅଧିକ ପଢନ୍ତୁ...

ପାଇପ ବିଛା କାର୍ଯ୍ୟକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ
ପାଇପ ବିଛା କାର୍ଯ୍ୟକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ
author img

By

Published : Mar 13, 2021, 11:59 AM IST

ବୌଦ୍ଧ: ପୁଣିଥରେ ପାଇପ ବିଛା କାର୍ଯ୍ୟକୁ ନେଇ ଦେଖାଦେଇଛି ବିବାଦ । କାର୍ଯ୍ୟ ଆରମ୍ଭ ହେବାରୁ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ବୌଦ୍ଧ ଜିଲ୍ଲାର ତିତିରିକଟାଠାରେ ପ୍ରତିଷ୍ଠା ହୋଇଥିବା ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀକୁ ଜଳଯୋଗାଣ ପାଇଁ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ସୂଚନା ମୁତାବକ, ଶ୍ୟାମସୁନ୍ଦରପୁର ନିକଟସ୍ଥ ମହାନଦୀରୁ କମ୍ପାନୀକୁ ଜଳଯୋଗାଣ ପାଇଁ ପ୍ରସ୍ତାବ ରହିଛି । ତେବେ କେତେକ ଗ୍ରାମର ଅଧିବାସୀ ନିଜ ଜମି ଓ ଜଙ୍ଗଲ ଜମିକୁ ଆର୍ଥିକ ସହାୟତା ନେଇ ସହମତି ପ୍ରଦାନ କରିଥିବା ବେଳେ ଫକୀରପୁର ଗ୍ରାମବାସୀ ଆରମ୍ଭରୁ ଏହାକୁ ବିରୋଧ କରି ଆସୁଛନ୍ତି ।

ପାଇପ ବିଛା କାର୍ଯ୍ୟକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

ଶୁକ୍ରବାର ପୁଣିଥରେ ଏହି ପାଇପ ବିଛା କାର୍ଯ୍ୟ ବୌଦ୍ଧ ପୋଲିସ ଉପସ୍ଥିତିରେ ଆରମ୍ଭ ହେବାକୁ ବସିଥିବା ବେଳେ ଫକୀରପୁର ଗ୍ରାମବାସୀ ଏହାକୁ ପ୍ରବଳ ବିରୋଧ କରିଥିଲେ । ଫଳରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପାଇପ ବିଛା କାର୍ଯ୍ୟ ବନ୍ଦ ରହିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ଅନୁସାରେ ଏଠାରେ କମ୍ପାନୀ ପ୍ରତିଷ୍ଠା ଦ୍ବାରା ଚାଷ କାର୍ଯ୍ୟଠାରୁ ଆରମ୍ଭ କରି ପରିବେଶ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେବା ଆଶଙ୍କା ରହିଛି ।

ସେପଟେ କମ୍ପାନୀ ପକ୍ଷରୁ ଆସନ୍ତା ଦିନରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.