ETV Bharat / state

ଦିବ୍ୟାଙ୍ଗ ଦମ୍ପତିଙ୍କ ଅକୁହା କଥା, ପରିବାର ପ୍ରତିପୋଷଣ ପାଇଁ ଆପଣେଇଛନ୍ତି ଭିକ୍ଷାବୃତ୍ତି

ପରିବାରରେ ସାତ ପ୍ରାଣୀ । ପାଞ୍ଚ ସନ୍ତାନର ଜନକ ପିଲାଙ୍କୁ ପାଠ ପଢାଇବାକୁ ନିରୁପାୟ ହୋଇ ଶେଷରେ ଭିକ୍ଷା କରିବାକୁ ବାଧ୍ୟ ହୋଇଛନ୍ତି ଦିବ୍ୟାଙ୍ଗ ଦମ୍ପତି ।

author img

By

Published : Oct 18, 2019, 11:56 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗରିବୀର ଦୁର୍ଦ୍ଦିନ ଭିତରେ ଦିବ୍ୟାଙ୍ଗ ଦମ୍ପତି । କଣ୍ଟାମାଳ ବ୍ଲକର ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ତୁବୁଡା ଗାଁ ରେ ବାସ କରନ୍ତି ଦୃଷ୍ଟି ବାଧିତ ଧନେଶ୍ବର ତାଣ୍ଡିଆ ଓ ପତ୍ନୀ ସୁକାନ୍ତି । ଉଭୟଙ୍କ ଚାରୋଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଏତେ ବଡ ପରିବାରକୁ ଚଳାଇବା ପାଇଁ ସାଜିଛନ୍ତି ଅକ୍ଷମ ।

ଅସହାୟ ଦିବ୍ୟାଙ୍ଗଙ୍କ ଅକୁହା କଥା...

ପାଠ ପଢିବା ବୟସରେ ଭିକ୍ଷା ବୃତ୍ତି ଆପଣେଇଛନ୍ତି କୁନି କୁନି ଝିଅ । ଏବେ ବଡଝିଅ ନବମ ଶ୍ରେଣୀରେ ପଢୁଥିବା ଥିବା ବେଳେ ଓ ଅନ୍ୟ ଦୁଇ ଜାଆଁଳା ଝିଅ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ପରିବାର ଅକ୍ଷମ ହେତୁ ଭିକ୍ଷା ମାଗିବାକୁ ବାଧ୍ୟ ହୋଇଛନ୍ତି କୁନି ଝିଅ ।

ଏହି ଦିବ୍ୟାଙ୍ଗ ଦମ୍ପତିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଭିକ୍ଷା କରୁଥିବା ଛୋଟ ପିଲାଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଯୋଜନାରେ ଅନ୍ତ୍ରଭୁକ୍ତ କରିବାକୁ ମଧ୍ୟ ଦାବି ହୋଇଛି । ଏପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ସରକାରୀ ଘର ଖଣ୍ଡେ ମିଳି ନଥିବାରୁ ଚାଳ ଘରେ ବାସ କରୁଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପରିବାରରେ ସାତ ପ୍ରାଣୀ କୁଟୁମ୍ବ ।ପାଞ୍ଚ ପାଞ୍ଚଟି ସନ୍ତାନ ର ଜନକ ପିଲାଙ୍କୁ ପାଠ ପଢାଇବାକୁ ନିରୁପାୟ ହୋଇ ଶେଷରେ ଭିକ୍ଷା କରିବାକୁ ମଧ୍ୟ ପଛାଉ ନାହାନ୍ତି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ତୁବୁଡା ଗାଁ ।ଗାଁର ଏକ ପରିବାର ହେଲେ ଦୃଷ୍ଟି ବାଧିତ ଧନେଶ୍ୱର ଓ ତାଙ୍କ ଶାରୀରିକ ଭିନ୍ନକ୍ଷମ ପତ୍ନୀ ସୁକାନ୍ତି ।ଉଭୟଙ୍କ ଚାରୋଟି ଝିଅ ଓ ଗୋଟିଏ ପୁଅ ।ଏତେ ବଡ ବଡ ପରିବାର କୁ ଚଳାଇବା ଉଭୟ ଭିନ୍ନକ୍ଷମ ସ୍ବାମୀ ସ୍ତ୍ରୀ ଙ୍କ କଷ୍ଟ ସାଧ୍ୟ ହୋଇଥିବା ବେଳେ ଝିଅ ମାନେ ପାଠ ପଢିବାର ଚିନ୍ତା ଏବେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ କରିଛି ।ଝିଅ ମାନେ ଛୋଟ ଥିଲା ବେଳେ ପିତାମାତାଙ୍କ ଭିକ୍ଷା ଚଳି ଯାଉଥିଲା ।କିନ୍ତୁ ଏବେ ବଡଝିଅ ନବମ ଶ୍ରେଣୀରେ ଓ ଅନ୍ୟ ଦୁଇ ଜାଆଁଳା ଝିଅ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ହେତୁ ପିତାମାତାଙ୍କ ଭିକ୍ଷା ହେତୁ ସେମାନଙ୍କୁ ଅନ୍ୟର ଟାହିଟାପରା ର ଶରବ୍ୟ ହେବାକୁ ପଡୁଛି ।ଏଣୁ ଭିକ୍ଷା ନକରି ଅନ୍ୟ କୌଣସି ସରକାରୀ ଯୋଜନା ରେ ଉକ୍ତ ପରିବାରକୁ ସାମିଲ କରାଗଲେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରନ୍ତା ।ଏଠାରେ ପ୍ରକାଶ ଥାଉକି ଅଦ୍ୟାବଧି ଏହି ଅସହାୟ ପରିବାରକୁ ସରକାରୀ ଘର ଖଣ୍ଡେ ମିଳି ନଥିବାରୁ ସେମାନେ ଏକ ନଡାଛପର ଘରେ ବାସ କରୁଛନ୍ତି ।ତୁରନ୍ତ ଏହି ପରିବାର କୁ ଜିଲ୍ଲା ପ୍ରଶାସନ ସହାୟତା କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।

Body:ପିଲାଙ୍କ ପାଠପଢା ପାଇଁ ଦିବ୍ୟାଙ୍ଗ ଦମ୍ପତି କରୁଛନ୍ତି ଭିକ୍ଷା ବୃତ୍ତି ।

Conclusion:ବାଇଟ-୧-ଧନେଶ୍ୱର ତାଣ୍ଡିଆ,ଭିନ୍ନକ୍ଷମ ଅବିଭାବକ
ବାଇଟ-୨-ସବ୍ୟସାଚୀ ବସ୍ତିଆ,ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.