ETV Bharat / state

ରାସ୍ତା ପାଇଁ ରାସ୍ତା ରୋକ

author img

By

Published : Jul 6, 2020, 6:26 PM IST

Updated : Jul 6, 2020, 6:36 PM IST

ରାସ୍ତା ପାଲଟିଛି ମରଣଯନ୍ତା । ସ୍ଥାୟୀ ରାସ୍ତା ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରୁ ।

ରାସ୍ତା ପାଇଁ ରାସ୍ତା ରୋକ
ରାସ୍ତା ପାଇଁ ରାସ୍ତା ରୋକ

ବୌଦ୍ଧ: ରାସ୍ତା ପାଇଁ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଧିବାସୀ । ବିଭିନ୍ନ ସରକାରୀ ଅନୁଷ୍ଠାନ ସହ ସାଧାରଣ ଲୋକ ପ୍ରତ୍ୟହ ଏହି ରାସ୍ତା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲାରୁ । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ସତ୍ତ୍ବେ କେହି କର୍ଣ୍ଣପାତ ନକରିବାରୁ ସୋମବାର ସ୍ଥାନୀୟ ଅଧିବାସୀ ମିଶି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଏଫସିଆଇ ଗୋଦାମର ଟ୍ରକ ସବୁ ଅଟକି ରହିଛି ।

ରାସ୍ତା ପାଇଁ ରାସ୍ତା ରୋକ

ତେବେ ବୌଦ୍ଧ ବ୍ରିଜ ଛକ ନିକଟସ୍ଥ ଜାତୀୟ ରାଜପଥ ଠାରୁ ମାତ୍ର ଦୁଇ ଶହ ମିଟର ରାସ୍ତା ଟୁଟୁସିଙ୍ଘା ହାଇସ୍କୁଲକୁ ସଂଯୋଗ ହୋଇଛି । ଯେଉଁଠି ବର୍ତ୍ତମାନ ଏକ କ୍ବାରେନଟାଇନ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ । ଏହା ସହିତ ଏହି ରାସ୍ତା ଉପରେ କେନ୍ଦୁପତ୍ର ଡିଭିଜନ,ଏଫସିଆଇ ଗୋଦାମ, କୁଷ୍ଠାଶ୍ରମ ଓ ସ୍ଥାନୀୟ ଅଧିବାସୀ ପ୍ରତ୍ୟେକ ଦିନ ନିର୍ଭରଶୀଳ । କିନ୍ତୁ ବର୍ଷା ଦିନ ଆସିଗଲେ ଏହି ରାସ୍ତା ଏକ ପ୍ରକାର ମରଣଯନ୍ତା ପାଲଟି ଯାଉଛି । ତେବେ ଏହି ରାସ୍ତା ବୌଦ୍ଧ ପଞ୍ଚାୟତ ସମିତି ଓ ପୌରାଞ୍ଚଳର ସୀମାରାସ୍ତା ହୋଇଥିବାରୁ ଏହି ରାସ୍ତାର ଉନ୍ନତି ହୋଇପାରୁ ନଥିବା ଅଭିଯୋଗ ହେଉଛି । ତୁରନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Jul 6, 2020, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.