ETV Bharat / state

ଗୋଚାଲାଣ ରୋକିବା ଓ ଗୋଚର ଜମି ଜବରଦଖଲ ମୁକ୍ତ ପାଇଁ ଦାବି - ବିଶ୍ବ ପ୍ରାଣୀ ଦିବସ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାଣୀ ବିଭାଗ ପକ୍ଷରୁ ବିଶ୍ବ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଆୟୋଜିକ କାର୍ଯ୍ୟକ୍ରମରେ ବର୍ତ୍ତମାନ ସମୟରେ ପ୍ରାଣୀମାନଙ୍କ ପ୍ରତି ହେଉଥିବା କ୍ରୁରତାକୁ ନେଇ ସମସ୍ତେ ଚିନ୍ତା ପ୍ରକାଶ କରିଥିଲେ । ଅଧିକ ପଢ଼ନ୍ତୁ

prevention of illegal cow smuggling
prevention of illegal cow smuggling
author img

By ETV Bharat Odisha Team

Published : Oct 5, 2023, 2:03 PM IST

ଗୋଚର ଜମି ଜବରଦଖଲ ମୁକ୍ତ ପାଇଁ ଦାବି

ବୌଦ୍ଧ : ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋଚର ଜମି ଜବରଦଖଲ ନେଇ ଅଭିଯୋଗ ହୋଇଛି । ତେବେ ଗତକାଲି ବିଶ୍ବ ପ୍ରାଣୀ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାଣୀ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ପ୍ରାଣୀ ବିଶେଷଜ୍ଞ, ସ୍ବେଚ୍ଛାସେବୀ ଯୋଗ ଦେଇ ବର୍ତ୍ତମାନ ସମୟରେ ପ୍ରାଣୀମାନଙ୍କ ପ୍ରତି ହେଉଥିବା କ୍ରୁରତାକୁ ନେଇ ସମସ୍ତେ ଚିନ୍ତା ପ୍ରକାଶ କରିଥିଲେ ।

ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୋପାଳନ ସହିତ ଜଡିତ ଚାଷୀ ଏହାକୁ କେବଳ ବ୍ୟବସାୟ ଭିତ୍ତିକ କରି ଗାଈଗୋରୁଙ୍କୁ ରାସ୍ତା ଦାଣ୍ଡରେ ଛାଡି ଦେଉଛନ୍ତି । ଫଳରେ ଅନେକ ସମୟରେ ସଡକ ଦୁର୍ଘଟଣା ଘଟି ଉଭୟ ମଣିଷ ଓ ପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାଛଡା ଅନେକ ସମୟରେ ନୀରିହ ଜୀବ ଖାଦ୍ୟ ଅନ୍ୱେଷଣରେ ପଲିଥିନ ଓ ଅନ୍ୟାନ୍ୟ ଅଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ୁଛି । ଏହାଛଡା ବିଭିନ୍ନ ସମୟରେ ଗାଈ, ଛେଳି, ମେଣ୍ଢା, କୁକୁଡା ଆଦି ପ୍ରାଣୀଙ୍କୁ ପରିବହନ ସମୟରେ ଅତ୍ୟନ୍ତ କ୍ରୃରତା ପ୍ରଦର୍ଶନ କରାଯାଉ ଥିବାରୁ ଏନେଇ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ଥିବା ଗୋଚାରଣ ଭୂମି ଜବରଦଖଲ ଯୋଗୁଁ ପଶୁ ପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଗୋରୁ ଚାଲାଣ ଗାଡିକୁ ଜବତ କଲେ ସ୍ଥାନୀୟ ବାସିନ୍ଦା

ତେବେ ଜିଲ୍ଲାରେ କେବଳ ଗୋଟିଏ ଦୁଇଟି ଗୋଶାଳା ରହିଥିବା ବେଳେ ଦ୍ବୀପଗ୍ରାମ ମର୍ଜାକୁଦ ଠାରେ ଗୋଶାଳା ପ୍ରତିଷ୍ଠା ପାଇଁ ଦାବି କରାଯାଇଛି । ସେହିପରି ଜିଲ୍ଲାର ଅଧିକାଂଶ ସ୍ଥାନରେ ଗୋଚର ଜମି ଜବରଦଖଲ ଯୋଗୁଁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇ ଜମିକୁ ଜବରଦଖଲ ମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ସହମତି ପ୍ରକାଶ ପାଇଥିଲା । ସେହିପରି ଜିଲ୍ଲାର ପ୍ରାଣୀ କଲ୍ୟାଣ ବିଭାଗରେ ଆବଶ୍ୟକ କର୍ମଚାରୀ ନଥିବାରୁ ବିଭିନ୍ନ ସ୍ଥାନରେ ପ୍ରାଣୀ ସେବା ଅନେକ ସମୟରେ ବାଧାପ୍ରାପ୍ତ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାଣୀ ସେବା କେନ୍ଦ୍ରରେ ତାଲା ଝୁଲି ରହୁଥିବା କାରଣରୁ ପ୍ରାଣୀ ଚିକିତ୍ସା ଠିକରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ ପଦକ୍ଷେପ ଗ୍ରହଣ କରିବାକୁ ଗୋସେବକ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.