ETV Bharat / state

ରଜ ପାଇଁ ଉତ୍ସବ ମୁଖର ଗାଁ ଠୁ ସହର , ପିଠାମିଠାରେ ମହକୁଛି ଚତୁର୍ଦ୍ଦିଗ

author img

By

Published : Jun 15, 2023, 11:56 AM IST

ଗାଁ ଠାରୁ ନେଇ ସହର ସବୁଠି ଉତ୍ସବର ମାହୋଲ । ରଜଦୋଳି ସହିତ ପାରମ୍ପରିକ ପିଠାପଣା ଓ ଖିଲି ପାନର ମଜା ଉଠାଇ ବେଶ ଆନନ୍ଦ ଉଲ୍ଲାସର ସହିତ ରଜ ମଉଜକୁ କୁମାରୀ କନ୍ୟାମାନେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ

second day of raja festival
second day of raja festival
second day of raja festival

ବୌଦ୍ଧ: ଆଜି ପବିତ୍ର ରଜ ସଂକ୍ରାନ୍ତି । ଆଉ ଏଥିପାଇଁ ଜିଲ୍ଲାର କୋଣ ଅନୁକୋଣରେ ପୁରା ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ରଜ ଦୋଳି କଟମଟଠାରୁ ନେଇ ବନସ୍ତେ ଡାକିଲା ଗଜ ଭଳି ଗୀତର ତାଳରେ ଝିଅମାନେ ନାଚଗୀତରେ ମସଗୁଲ ରହିଛନ୍ତି । ପାଦରେ ଅଳତା ଆଉ ହାତରେ ମେହେନ୍ଦି ଲଗାଇ ନିଜ ସାଙ୍ଗ ସାଥୀଙ୍କ ସହିତ ରଜର ମଜା ଉଠାଉଛନ୍ତି । ଆଉ ତା ସହିତ ପାରମ୍ପରିକ ପିଠାପଣା ଓ ଖିଲିପାନର ମଜା ଉତ୍ସବକୁ ଆହୁରି ଅଧିକ ମଜାଦାର କରିଛି ।

ଗାଁ ଠାରୁ ନେଇ ସହର ସବୁଠି ରଜର ମାହୋଲ । ବୌଦ୍ଧ ଜିଲ୍ଲା ସଦର ମହକୁମା ସମେତ କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଏହି ପାରମ୍ପରିକ ରଜ ଉତ୍ସବ ନିମନ୍ତେ ବେଶ ଆନନ୍ଦ ଉଲ୍ଲାସର ମାହୋଲ ସୃଷ୍ଟି ହୋଇଛି । ଗତକାଲି ପହିଲି ରଜ ନିମନ୍ତେ ଝିଅମାନେ ଆକର୍ଷଣୀୟ ବେଶ ଭୁଷାରେ ସଜ୍ଜିତ ହୋଇ ହାତରେ ମେହେନ୍ଦି ଓ ପାଦରେ ଅଳତା ଲଗାଇ ରଜଦୋଳିରେ ଝୁଲିଥିଲେ । ଏହା ସହିତ ପାରମ୍ପରିକ ପିଠାପଣା ତଥା ବିଶେଷ ଭାବରେ ପ୍ରସ୍ତୁତ ପୋଡପିଠା ତିଆରି କରାଯାଇ ନିଜ ପରିବାର ଓ ପଡୋଶୀଙ୍କ ସହିତ ଦିଆନିଆ ହେଉଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ରଜ ଉତ୍ସବରେ ମୁଖ୍ୟ ଆକର୍ଷଣ ହୋଇଥାଏ ଖିଲିପାନ । ବୌଦ୍ଧ ଗାନ୍ଧି ଛକର ପ୍ରସିଦ୍ଧ ଖିଲିପାନ ଦୋକାନରେ ପହିଲି ରଜ ଅବସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସେହିପରି ଆଜିର ରଜ ସଂକ୍ରାନ୍ତି ପାଇଁ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ କୁମାରୀ କନ୍ୟାମାନେ ନିଜ ସାଙ୍ଗ ସାଥିଙ୍କ ଗହଣରେ ବେଶ ଧୁମଧାମରେ ରଜ ଉତ୍ସବ ପାଳନ କରୁଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ବଡବଡ ଗଛରେ ରସି ସାହାଯ୍ୟରେ ଦୋଳି ପ୍ରସ୍ତୁତ କରାଯାଇଥିବା ବେଳେ ସହରାଞ୍ଚଳରେ କୁମାରୀମାନେ ଅସ୍ଥାୟୀ ଦୋଳି ପ୍ରସ୍ତୁତ କରି ରଜ ଦୋଳିର ମଜା ନେଇଛନ୍ତି ।

ସେହିପରି ଗତକାଲି ସଂନ୍ଧ୍ୟାରେ ପହିଲି ରଜ ପାଇଁ ବୌଦ୍ଧର ମହାନଦୀ ବିହାର ପାର୍କ ଠାରେ ଯୁବତୀ ଓ ମହିଳାମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ସେମାନେ ସେଠାରେ ଦୋଳିରେ ଝୁଲିବା ସହିତ ଗୁପଚୁପ, ଚାଟ୍‌ର ମଜା ନେଇଥିଲେ । ସେପଟେ ଆଜି ରଜର ଦ୍ୱିତୀୟ ଦିନରେ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ପୀଠରେ ସକାଳୁ ରଜ ସଂକ୍ରାନ୍ତି ପାଇଁ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ପରେ ରଜ ମଉଜରେ ମାତି ଉଠିଛନ୍ତି । ଜିଲ୍ଲାର ପୁରପଲ୍ଲୀରେ ପିଠାମିଠାରେ ଚତୁର୍ଦ୍ଦିଗ ମହକି ଉଠୁଥିବା ବେଳେ କବାଡି, ଖୋଖୋ, ତାସପାଲି, ଲୁଡୁପାଲି ଖେଳର ମଜା ଉଠାଉଥିବା ପରିଲକ୍ଷିତ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.