ETV Bharat / state

ନୂତନ ପଥର କୁଆଁରୀ ଲିଜ୍‌ ସହ ପୁରୁଣା କ୍ରସରକୁ ତୀବ୍ର ବିରୋଧ - boudh news

ପ୍ରସ୍ତାବିତ ନୂତନ ପଥର ଖାଦାନ ଲିଜ୍‌ ଓ ପୁରୁଣା କ୍ରସରକୁ ସ୍ଥାନୀୟ ଜନସାଧାରଣ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ତୀବ୍ର ବିରୋଧ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନର ଦାୟିତ୍ବହୀନତାକୁ ଦୃଷ୍ଟିରେ ରଖି ଅସନ୍ତୋଷ ଦେଖାଦେଇଥିଲା ।

od_boudh_stonecrusher
ନୂତନ ପଥର କୁଆଁରୀ ଲିଜ୍‌ ଓ ପୁରୁଣା କ୍ରସରକୁ ତୀବ୍ର ବିରୋଧ
author img

By

Published : Feb 9, 2020, 12:42 AM IST

ବୌଦ୍ଧ: ପ୍ରସ୍ତାବିତ ନୂତନ ପଥର ଖାଦାନ ଲିଜ୍‌ ଓ ପୁରୁଣା କ୍ରସରକୁ ସ୍ଥାନୀୟ ଜନସାଧାରଣ ଓ ନିର୍ବାଚିତ ଜନପ୍ରତିନିଧିଙ୍କ ତୀବ୍ର ବିରୋଧ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ଛତରଙ୍ଗ ପଞ୍ଚାୟତର ବାଇଁଶପଡା ଓ ଖରଭୂଇଁ ଅଞ୍ଚଳରେ ନୂତନ ପଥର ଖାଦାନ ଲିଜ ପ୍ରଦାନକୁ ତୀବ୍ର ବିରୋଧ କରାଯାଇଛି ।

ନୂତନ ପଥର କୁଆଁରୀ ଲିଜ୍‌ ଓ ପୁରୁଣା କ୍ରସରକୁ ତୀବ୍ର ବିରୋଧ

ଶୁକ୍ରବାର ଏନେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟଠାରେ ଜନଶୁଣାଣି ଆୟୋଜନ କରାଯାଇଥିଲା, କିନ୍ତୁ ସେଠାରେ ଛତରଙ୍ଗ ପଞ୍ଚାୟତର ସରପଞ୍ଚ, 9 ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଓ ଅଞ୍ଚଳବାସୀ ପହଞ୍ଚି ଏହି ନୂତନ ଖାଦାନ ଲିଜ ଓ ପୁରୁଣା ଥିବା 3ଟି ପଥର କ୍ରସରକୁ ବନ୍ଦ କରିବା ନିମନ୍ତେ ନିଜର ପକ୍ଷ ରଖିଥିଲେ । ସ୍ଥାନୀୟ ସରଳ ତଥା ନିରୀହ ଲୋକଙ୍କ ଜମିକୁ ଚଞ୍ଚକତା କରି ସେଠାରେ ପଥର କ୍ରସର କରାଯାଇଥିବା ବେଳେ ଚର୍ମରୋଗଠାରୁ ଆରମ୍ଭ କରି ପାନୀୟ ଜଳ ଦୂଷିତ ହୋଇଥିଲା । ଫଳରେ ଶହଶହ ସଂଖ୍ୟାରେ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ତେବେ ଏନେଇ ସ୍ଥାନୀୟ ଲୋକମାନେ ଗୁହାରୀ କଲେ ଓଲଟା ସେମାନଙ୍କୁ ପୋଲିସର ଭୟ ଦେଖା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଣି କେଉଁ କାରଣରୁ ନୂତନ ପଥର ଖାଦାନ ଲିଜ୍‌ ପାଇଁ ଜନ ଶୁଣାଣି କରାଯାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଞ୍ଚଳର ଦୁଃଖ ନବୁଝି ଯଦି ଏଭଳି କାର୍ଯ୍ୟ ଜାରି ରହେ ତାହାଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରସ୍ତାବିତ ନୂତନ ପଥର ଖାଦାନ ଲିଜ ଓ ପୁରୁଣା କ୍ରସରକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ନିର୍ବାଚିତ ଜନ ପ୍ରତିନିଧି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ଛତରଙ୍ଗ ପଞ୍ଚାୟତ ର ବାଇଶପଡା ଓ ଖରଭୂଇଁ ଅଞ୍ଚଳରେ ନୂତନ ପଥର ଖାଦାନ ଲିଜ ପ୍ରଦାନ କୁ ତୀବ୍ର ବିରୋଧ କରାଯାଇଛି ।ଶୁକ୍ରବାର ଏଥି ନିମନ୍ତେ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ଆୟୋଜନ କରାଯାଇଥିଲା ।କିନ୍ତୁ ସେଠାରେ ଛତରଙ୍ଗ ପଞ୍ଚାୟତ ର ସରପଞ୍ଚ ,ନ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଓ ଅଞ୍ଚଳବାସୀ ପହଞ୍ଚି ଏହି ନୂତନ ଖାଦାନ ଲିଜ ଓ ପୁରୁଣା ଥିବା ତିନୋଟି ପଥର କ୍ରସରକୁ ବନ୍ଦ କରିବା ନିମନ୍ତେ ନିଜର ପକ୍ଷ ରଖିଥିଲେ ।ସ୍ଥାନୀୟ ସରଳ ତଥା ନିରୀହ ଲୋକଙ୍କ ଜମିକୁ ଚଞ୍ଚକତା କରି ସେଠାରେ ପଥର କ୍ରସର କରାଯାଇଥିବା ବେଳେ ଚର୍ମରୋଗ ଠାରୁ ଆରମ୍ଭ କରି ପାନୀୟ ଜଳ ଦୂଷିତ ହେବା ଫଳରେ ଶହଶହ ସଂଖ୍ୟା ରେ କିଡନୀ ରୋଗୀ ଙ୍କ ମୃତ୍ୟୁ ହୋଇସାରିଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଲୋକମାନେ ଗୁହାରୀ କଲେ ଓଲଟା ସେମାନଙ୍କୁ ପୋଲିସର ଭୟ ଦେଖା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।ତେବେ ଏ ସମ୍ପର୍କରେ ପୂର୍ବରୁ ସ୍ଥାନୀୟ ଜନ ପ୍ରତିନିଧି ମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୁଣି କେଉଁ କାରଣ ରୁ ନୂତନ ପଥର ଖାଦାନ ଲିଜ ପାଇଁ ଜନ ଶୁଣାଣି କରାଯାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଅଞ୍ଚଳର ଦୁଃଖ ନବୁଝି ଯଦି ଏଭଳି କାର୍ଯ୍ୟ ଜାରିରହେ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ସୂଚନା ଦେଇଛନ୍ତି ।

Body:ନୂତନ ପଥର କ୍ବାରୀ ଲିଜ ଓ ପୁରୁଣା କ୍ରସରକୁ ତୀବ୍ର ବିରୋଧ ।

Conclusion:ବାଇଟ-୧-ଉତ୍ତର ଭୋକ୍ତା, ବାଇଶପଡା
ବାଇଟ-୨-ପରଦେଶୀ ଭୋଇ,ଖରଭୂଇଁ
ବାଇଟ-୩-ବଂଶୀଧର ଜାନୀ,ସଭାପତି, କନ୍ଧସମାଜ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.