ETV Bharat / state

ଆଜିର ଦିନରେ ମହାନଦୀ ବନ୍ୟାରେ ବୁଡିଥିଲା ବୌଦ୍ଧ, ଦେଖନ୍ତୁ ଫଟୋ - boudh floods photogrphy

୩୮ ବର୍ଷ ତଳେ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତ୍ରରେ ବୌଦ୍ଧ ସହରରେ ମହାନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ମହାନଦୀ ବନ୍ୟାର ଅନେକ ବିରଳ ଫଟୋଚିତ୍ର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଅଧିକ ପଢନ୍ତୁ...

ଆଜିର ଦିନରେ ମହାନଦୀ ବନ୍ୟାରେ ବୁଡିଥିଲା ବୌଦ୍ଧ, ଦେଖନ୍ତୁ ଫଟୋ

author img

By

Published : Sep 1, 2020, 11:01 PM IST

ବୌଦ୍ଧ: ଠିକ ଆଜିର ଦିନରେ ୧୯୮୨ ମସିହାରେ ମହାନଦୀରେ ବନ୍ୟା ଜଳ ଆସି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିତ୍ପାତ ଘଟାଇଥିଲା । ଏଥିସହିତ ହୀରାକୁଦ ନଦୀବନ୍ଧ ନିର୍ମାଣ ପୂର୍ବରୁ ମଧ୍ୟ ହୋଇଥିବା ମହାନଦୀ ବନ୍ୟାର ଅନେକ ବିରଳ ଫଟୋଚିତ୍ର ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ଅତୀତ ଫଟୋଚିତ୍ରରେ ମହାନଦୀର ପ୍ରଳୟଙ୍କରୀ ବନ୍ୟା

ମହାନଦୀରେ ଚଳିତ ବର୍ଷର ବନ୍ୟା ଜଳ ହ୍ରାସ ପାଉଛି । ତେବେ ଆଜକୁ ଠିକ ୩୮ ବର୍ଷ ତଳେ ଅଗଷ୍ଟ ୩୧ ତାରିଖ ମଧ୍ୟ ରାତ୍ରରେ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ମହାନଦୀର ବନ୍ୟା ଜଳ ପଶିଥିଲା । ମହାନଦୀର ପ୍ରଳୟଙ୍କରୀ ବନ୍ୟା ବୌଦ୍ଧ ସହରର ପ୍ରାୟ ଅଶୀ ପ୍ରତିଶତ ଅଞ୍ଚଳକୁ ଜଳମଗ୍ନ କରି ରଖିଥିଲା । ଆଉ ଏହି ଦୃଶ୍ୟ ଗୁଡିକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା ଲେନ୍ସରେ ଉତ୍ତୋଳନ କରିଥିଲେ ।

ତେବେ ଗଡଜାତ ଶାସନ କାଳରେ ହୀରାକୁଦ ନଦୀବନ୍ଧ ନିର୍ମାଣ ପୂର୍ବରୁ ଏଭଳି ବନ୍ୟା ପ୍ରାୟ ପ୍ରତ୍ୟେକ ବର୍ଷ ହେଉଥିବା ବେଳେ ୧୯୩୮ ମସିହାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ଅନୁଭୂତି ତଥା ସେ ସମୟର ଫଟୋଚିତ୍ର ଏବେ ପୁରୁଣା ସ୍ମୃତି ହୋଇ ରହିଛି ।

ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କେବଳ ତଳି ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସ୍ଥାନରୁ ବନ୍ୟା ଜଳ ହ୍ରାସ ପାଇବାରେ ଲାଗିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.