ETV Bharat / state

ଓଲଟିଲା ଘରୋଇ ବସ, ଅଳ୍ପକେ ବର୍ତ୍ତିଲେ 50 ଯାତ୍ରୀ - ବୌଦ୍ଧରେ ଓଲଟିଲା ଘରୋଇ ବସ

ସୋମବାର ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ଠାରେ ଏକ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇଛି । ଯେଉଁଥିରେ ସୌଭାଗ୍ୟ ବଶତଃ 50 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଓଲଟିଲା ଘରୋଇ ବସ
ଓଲଟିଲା ଘରୋଇ ବସ
author img

By

Published : Feb 8, 2021, 4:53 PM IST

ବୌଦ୍ଧ: ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ସୋମବାର ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ଠାରେ ଏକ ଘରୋଇ ବସ ଦୁର୍ଘଟଣାଗସ୍ତ ହୋଇଛି । ଯେଉଁଥିରେ ସୌଭାଗ୍ୟ ବଶତଃ 50 ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି ।

ଓଲଟିଲା ଘରୋଇ ବସ

ସୂଚନା ଅନୁଯାୟୀ, ସୋମବାର ସକାଳୁ ଘରୋଇ ବସଟି ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଏକ 11 କେଭି ବିଦ୍ୟୁତ ତାରରେ ଲାଗି ଓଲଟି ପଡିଥିଲା । ସୌଭାଗ୍ୟବଶତଃ ଉକ୍ତ ତାରରେ କିଛି ସମୟ ପାଇଁ ବିଦ୍ୟୁତ ସଂଯୋଗ ନଥିଲା । ଏଣୁ 50 ଜଣ ଯାତ୍ରୀ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବିଭିନ୍ନ ସ୍ଥାନରେ ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ, ସଚେତନତା ଅଭାବ, ବେପରୁଆ ଗାଡି ଚାଳନା ଓ ଦ୍ରୃତ ଗାଡି ଚାଳନା ଭଳି ବିଭିନ୍ନ କାରଣ ଯୋଗୁଁ ପ୍ରତ୍ୟେକ ଦିନ ଏଭଳି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.