ETV Bharat / state

'ଆମ ପୋଲିସ ଭାଇ ନିର୍ଦ୍ଦୋଷ' - ନିର୍ଦ୍ଦୋଷ

ପୋଲିସ ଅଫିସରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିବାକୁ ଛାତ୍ରଛାତ୍ରୀଙ୍କ ଅବିଭାବକ ଓ ଅଞ୍ଚଳବାସୀ ମିଳିତ ହୋଇ ବୌଦ୍ଧ ଆଦର୍ଶ ଥାନା ଘେରାଉ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Sep 1, 2019, 6:09 PM IST

Updated : Sep 1, 2019, 6:55 PM IST

ବୌଦ୍ଧ: ଭାଇରାଲ ଭିଡିଓର ସାଇଡ ଇଫେକ୍ଟ । ବୌଦ୍ଧରେ ଘଟିଛି ବିରଳ ଘଟଣା । ପୋଲିସ ଅଫିସରଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିବାକୁ ବୌଦ୍ଧ ଆଦର୍ଶ ଥାନା ଘେରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଅଭିଯୋଗ ଗ୍ରହଣ କରୁନି, ପୋଲିସ ନ୍ୟାୟ ଦେବାରେ ବିଫଳ, ଥାନାକୁ ଦୌଡିଦୌଡି ନୟାନ୍ତ, ଏମିତି ଅନେକ ଅଭିଯୋଗ ସାଧାରଣ ଲୋକଙ୍କ ପକ୍ଷରୁ ହୋଇଥାଏ । ଅନେକ ଘଟଣା ଅଭିଯୋଗରେ ସତ୍ୟତା ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ବୌଦ୍ଧର ଏହି ଘଟଣା ଏପରି ଅଭିଯୋଗକୁ ଭୁଲ ପ୍ରମାଣିତ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ନିକଟରେ କିଛି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସାମାଜିକ ଯୁବକ ଅସଦାଚରଣ କରିଥିଲେ । ଏହାପରେ ପୋଲିସ ସେହି ଯୁବକଙ୍କୁ ସର୍ବସମ୍ମୁଖରେ ମାଡ ମାରିବାର ଭିଡିଓ ଭାଇରାଲ ହୋଇଥିଲା । ପରେ ସେହି ଘଟଣାରେ 4ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ବୌଦ୍ଧ ପୋଲିସର ଏହି ଭାଇରାଲ ଭିଡିଓ ଘଟଣା ଏବେ ରୋଚକ ମୋଡ ନେଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ସ୍ଥାନୀୟ ଅଭିଭାବକ ।

ଏନେଇ ବୌଦ୍ଧ ଆଦର୍ଶ ଥାନାକୁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଅଞ୍ଚଳବାସୀ ମିଳିତ ହୋଇ ଘେରାଉ କରିଛନ୍ତି । ପୋଲିସ କର୍ମଚାରୀଙ୍କ ନିଲମ୍ବନକୁ ଏକ ପାଖିଆ ଭାବେ ବିଚାର କରାଯାଇ, ନିଷ୍ପତ୍ତି ନିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଭୁଲ ନିଷ୍ପତ୍ତି ନିଆଯାଇ ସେମାନଙ୍କୁ ଦଣ୍ଡିତ କରାଯାଇଥିବା ଅଭିଭାବକ ମତ କହିଛନ୍ତି । ଏହାର ପୁନର୍ବିଚାର ସହ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଥାନାଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଏଥିସହିତ ଛାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଅବିଭାବକ ମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଭାଇରାଲ ଭିଡିଓର ସାଇଡ ଇଫେକ୍ଟ ଆଜି ବୌଦ୍ଧ ରେ ଦେଖିବାକୁ ମିଳିଥିଲା ।ଛାତ୍ରଛାତ୍ରୀ ଙ୍କ ଅବିଭାବକ ଓ ଅଞ୍ଚଳବାସୀ ମିଳିତ ହୋଇ ବୌଦ୍ଧ ଥାନା ଘେରାଉ ସହ ପୋଲିସ ଅଧୀକ୍ଷକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ପୋଲିସ କର୍ମଚାରୀଙ୍କ ନିଲମ୍ବନ କୁ ଏକ ପାଖିଆ ଭାବେ ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବୌଦ୍ଧ ପୋଲିସର ଭାଇରାଲ ଭିଡିଓ ଘଟଣା ଏବେ ଧିରେ ଧିରେ ରୋଚକପୂର୍ଣ ମୋଡ ନେବାରେ ଲାଗିଛି । ସ୍କୁଲ ଓ କଲେଜରେ ପାଠ ପଢୁଥିବା ଛାତ୍ରୀ ଙ୍କ କେତେକ ଅବିଭାବକ ମାନେ ରବିବାର ମିଳିତ ଭାବେ ବୌଦ୍ଧ ଥାନାକୁ ଆସି ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।ଏକ ପାଖିଆ ଭାବେ ଭୁଲ ନିଷ୍ପତ୍ତି କରାଯାଇ ସେମାନଙ୍କୁ ଦଣ୍ଡିତ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ଅସଦାଚରଣ ମାମଲାରୁ ପୋଲିସର ଏହି ଭାଇରାଲ ଭିଡିଓ ଘଟଣା ଏବେ ଭିନ୍ନ ମୋଡ ନେବାରେ ଲାଗିଛି ।ଏହି ଘଟଣାରେ ଚାରି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ସହିତ ସହରକୁ ପାଠପଢିବାକୁ ଆସୁଥିବା ଛାତ୍ରୀ ଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ଅବିଭାବକ ମାନେ ଦାବୀ କରିଛନ୍ତି ।ଏହାର ପୁନର୍ବିଚାର ତଥା ନିରପେକ୍ଷ ତଦନ୍ତ ପାଇଁ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଥାନାରେ ପ୍ରଦାନ କରିଥିଲେ ।

Body:ଭାଇରାଲ ଭିଡିଓର ସାଇଡ ଇଫେକ୍ଟ, ପୋଲିସ ସପକ୍ଷରେ ଅବିଭାବକ ।

Conclusion:ବାଇଟ-୧-ଗିତାଞ୍ଜଳୀ ପ୍ରଧାନ,ଅବିଭାବକ
ବାଇଟ-୨-ରାଜୀବ ଲୋଚନ ମାହାର,ଅବିଭାବକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Sep 1, 2019, 6:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.