ETV Bharat / state

କୋରୋନା କାଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସ୍କୁଲ ଫି ଛାଡ ପାଇଁ ଦାବି

କୋରୋନା କାଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଫେଲ ମାରିଛି ଅନଲାଇନ ଶିକ୍ଷା ବ୍ୟବସ୍ଥା । ଘରୋଇ ସ୍କୁଲର ଫିକୁ ଛାଡ କରିବାକୁ ଦାବି । ଅଧିକ ପଢନ୍ତୁ....

parents demanding Waive the fee due to pandemic
ସ୍କୁଲ ଫି’ ଛାଡ କରିବାକୁ ଦାବି
author img

By

Published : Oct 16, 2020, 7:49 AM IST

ବୌଦ୍ଧ: କୋରୋନା ପାଇଁ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଗୋଟିଏ ପଟେ ଅନଲାଇନ ଶିକ୍ଷା ଫେଲ ମାରିଥିବା ବେଳେ ବିଦ୍ୟାର୍ଥୀ ଅଭାବରୁ ଜିଲ୍ଲାର ତିନୋଟି ବ୍ଲକର 135 ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ପ୍ରାଥମିକ ଶିକ୍ଷା ଧିରେ ଧିରେ ସୁଧୁରିବା ସମୟରେ କଣ୍ଟାମାଳ ବ୍ଲକରେ କିନ୍ତୁ ଶିକ୍ଷକ ରାଜନୀତି ଯୋର ଯୋଗୁଁ ଶିକ୍ଷା ବ୍ୟବସ୍ଥା ଠପ ହୋଇ ଗଲାଣି ।

ସ୍କୁଲ ଫି’ ଛାଡ କରିବାକୁ ଦାବି

ଅନ୍ୟପଟେ ଘରୋଇ ସ୍କୁଲର ଫିକୁ ଛାଡ କରିବାକୁ ଦାବି କରାଯାଇଛି । ଫି ଛାଡ କରିବାକୁ ଦାବି କରି ଜିଲ୍ଲା ଅଭିଭାବକ ସଂଘ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । କୋରୋନ ସଂକ୍ରମଣ ଯୋଗୁଁ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗୋଟିଏ ଦିନରେ ବୌଦ୍ଧରୁ ସତୁରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତ ଙ୍କ ସଂଖ୍ୟା 2400 ପାର କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.