ETV Bharat / state

ଅନ୍ଧବିଶ୍ବାସର ଗନ୍ତାଘର ପାଲଟିଛି ବୌଦ୍ଧ: ଡାକ୍ତରଖାନା ନୁହେଁ, ଝଡାଫୁଙ୍କା ଉପରେ ବିଶ୍ବାସ

author img

By

Published : Sep 9, 2019, 1:16 PM IST

ଏବେ ବି ସରିନି ଅନ୍ଧବିଶ୍ବାସ । ଖୋଦ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅସହାୟ ବାପାମାଆ । ଡାକ୍ତରଖାନାରେ ନୁହେଁ ଝଡାଫୁଙ୍କାକୁ ଆପଣାଉଛନ୍ତି ବୌଦ୍ଧ ହରଭଙ୍ଗା ବ୍ଲକର ସୁଶାନ୍ତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସ୍ବାସ୍ଥ୍ୟ ବିଭାଗରେ ଚାକିରି କରି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅସହାୟ ବାପା । ଡାକ୍ତରଖାନା ପରିବର୍ତ୍ତେ ଝଡାଫୁଙ୍କା କରିବାକୁ ମନବଳାଇଛନ୍ତି ଅଭିଭାବକ । ଦୀର୍ଘଦିନ ଧରି 5 ବର୍ଷ ଝିଅର ଜ୍ବର କମୁନାହିଁ । ସେପଟେ କୁଆଡେ ଡାକ୍ତର ଚିକିତ୍ସା କରିବାକୁ ମନା କରୁଥିବା କହୁଛନ୍ତି ଝିଅ ଅହଲ୍ୟାର ବାପା ।

ଏହି ଘଟଣା ହେଉଛି ବୌଦ୍ଧ ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ବ୍ଲକ କାର୍ଯ୍ୟାଳୟର ଠିକ ପଛ ପାର୍ଶ୍ଵରେ ରହୁଥିବା ଠିଡିକାଯୋର ଗାଁର ସୁଶାନ୍ତଙ୍କ ଝିଅ ଅହଲ୍ୟାର । ସେ ପ୍ରଥମ ଶ୍ରେଣୀରେ ପାଠପଢୁଥିବାବେଳେ ଦିନେ ସ୍କୁଲ ଛୁଟି ପରେ ଫେରିବା ସମୟରେ କୁଆଡେ ଗୋଟିଏ ଅଶରୀରୀ ଦେବୀ ଅପହୃତ କରିନେଇ ଦୀର୍ଘ ସମୟ ପରେ ଘରେ ଆଣି ଛାଡିଥିବା ସୁଶାନ୍ତ କହିଛନ୍ତି । ଆଉ ସେବେଠାରୁ ଝିଅର ଦେହରୁ ଦେବୀ ଓହ୍ଲାଉ ନାହାଁନ୍ତି, ଦେହରେ ପ୍ରବଳ ଜ୍ବର ଓ ଜ୍ବାଳା ଅନୁଭୂତ ହେଉଛି । ଏଭଳି କିଛି ଅବାସ୍ତବ କଥା କହିଛନ୍ତି ସୁଶାନ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପୁଣି ସୁଶାନ୍ତ ଚାରିଛକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସଫେଇ କର୍ମଚାରୀ । ଝିଅ ଅହଲ୍ୟାକୁ ଡାକ୍ତରଖାନାରେ ଦେଖାଇବାରୁ ଡାକ୍ତର ମଧ୍ୟ କୁଆଡେ ଦେବୀ ର ପ୍ରକୋପ ଯୋଗୁଁ ଚିକିତ୍ସା କରିବାକୁ ମନା କରିଛନ୍ତି ବୋଲି ସେ କହିଛନ୍ତି । ଆଉ ତାପରେ ଦୀର୍ଘ ଦିନ ହେଲା ଝିଅକୁ ବିଭିନ୍ନ ଝଡାଫୁଙ୍କା କରୁଛନ୍ତି ।

ସେଥିପାଇଁ ସୁଶାନ୍ତ ଝିଅକୁ ସାଙ୍ଗରେ ଧରି ରବିବାର ବୌଦ୍ଧର ରୁଦ୍ର ଭୈରବଙ୍କ ପୀଠକୁ ଯାଇ ମନ୍ତୁରା ପାଣି ଓ ରିଷ୍ଟ ନାସକ ସୂତା ହାତରେ ବାନ୍ଧି ଫେରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଆମେ ଆଧୁନିକ ଯୁଗର ଚନ୍ଦ୍ର ପୃଷ୍ଠରେ ବାସ କରିବାର ସ୍ବପ୍ନ ଦେଖୁଥିବାବେଳେ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ପାଇଁ ଦେବାଦେବୀ ଓ ଝଡାଫୁଙ୍କାର ସହାୟତା ନେବା କେତେଦୂର ଯୁକ୍ତିଯୁକ୍ତ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ଅସହାୟ ପିତାମାତା ।ଦୀର୍ଘ ଦିନ ହେଲା ଝିଅ ଦେହରୁ ଜ୍ବର କମୁନାହିଁ ।ଏପଟେ ଡାକ୍ତର ମଧ୍ୟ କୁଆଡେ ଚିକିତ୍ସା କରିବାକୁ ମନା କରିଦେଇଛନ୍ତି ।ଫଳରେ ଏବେ ଝଡାଫୁଙ୍କା ଓ ଦେବାଦେବୀଙ୍କ ଶରଣରେ ପିତାମାତା ।
ଝିଅ ଅହଲ୍ୟା ର ବୟସ ମାତ୍ର ପାଞ୍ଚ ବର୍ଷ ।ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ଝିଅକୁ ଦିନେ ସ୍କୁଲ ଛୁଟିପରେ ଫେରିବା ସମୟରେ କୁଆଡେ ଗୋଟିଏ ଅଶରୀରୀ ଦେବୀ ଅପହୃତ କରିନେଇ ଦୀର୍ଘ ସମୟ ପରେ ଘରେ ଆଣି ଛାଡିଥିଲେ ।ଆଉ ସେବେ ଠାରୁ ଝିଅର ଦେହରୁ ଦେବୀ ଓହ୍ଲାଉ ନାହାନ୍ତି, ଦେହରେ ପ୍ରବଳ ଜ୍ବର ଓ ଜ୍ବାଳା ଅନୁଭୂତ ହେଉଛି ।ଏଭଳି କିଛି ଅବାସ୍ତବ ଭଳି ମନେ ହେଉଥିବା ଅନୁଭୂତି କହୁଛନ୍ତି ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ବ୍ଲକ କାର୍ଯ୍ୟାଳୟ ର ଠିକ ପଛ ପାର୍ଶ୍ଵରେ ଥିବା ଠିଡିକାଯୋର ଗାଁର ସୁଶାନ୍ତ ।ପୁଣି ସୁଶାନ୍ତ ଚାରିଛକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଜଣେ ସଫେଇ କର୍ମଚାରୀ ।ଝିଅ ଅହଲ୍ୟା କୁ ଡାକ୍ତରଖାନାରେ ଦେଖାଇବାରୁ ଡାକ୍ତର ମଧ୍ୟ କୁଆଡେ ଦେବୀ ର ପ୍ରକୋପ ଯୋଗୁଁ ଚିକିତ୍ସା କରିବାକୁ ମନା କରିଛନ୍ତି ।ଆଉ ତାପରେ ଦୀର୍ଘ ଦିନ ହେଲା ଝିଅକୁ ବିଭିନ୍ନ ଝଡାଫୁଙ୍କା ଓ ଦେବୀପୀଠକୁ ନେଇ କୀଳା ଚାଲିଛି ।ବୌଦ୍ଧ ର ରୁଦ୍ର ଭୈରବ ଙ୍କ ପୀଠରେ ପୂର୍ବରୁ ନିଜ ପତ୍ନୀ ଅନୁରୀ ଭଲ ହୋଇଥିବାରୁ ରବିବାର ଝିଅକଙ ସାଙ୍ଗରେ ଧରି ସପତ୍ନୀକ ପୀଠରେ ପହଞ୍ଚି ମନ୍ତୁରା ପାଣି ଓ ରିଷ୍ଟ ନାସକ ସୂତା ହାତରେ ବାନ୍ଧି ଫେରିଥିଲେ ।କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଆମେ ଆଧୁନିକ ଯୁଗର ଚନ୍ଦ୍ର ପୃଷ୍ଠରେ ବାସ କରିବାର ସ୍ବପ୍ନ ଦେଖୁଥିବା ବେଳେ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ପାଇଁ ଦେବାଦେବୀ ଓ ଝଡାଫୁଙ୍କା ର ସହାୟତା ନେବା କେତେଦୂର ଯୁକ୍ତିଯୁକ୍ତ ।

Body:ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ସୁଶାନ୍ତ।

Conclusion:ବାଇଟ-୧-ସୁଶାନ୍ତ ବାରିକ, ଅହଲ୍ୟା ର ପିତା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.