ETV Bharat / state

Panchayat Polls: ମୁଣ୍ଡାପଡା ପଞ୍ଚାୟତର ସ୍ଥିତି ପରଖିଲା ଇଟିଭି ଭାରତ - panchayat polls ground report in boudha

ବୌଦ୍ଧ ବ୍ଲକ ଅଧିନସ୍ଥ ମୁଣ୍ଡାପଡା ପଞ୍ଚାୟତରେ ପହଞ୍ଚିଲା ଇଟିଭି ଭାରତ । ପଞ୍ଚାୟତଟି ଆବାସ ଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ନେଇ ବେଶ ଚର୍ଚ୍ଚାରେ ରହିଥିଲା । ତେବେ କଣ ରହିଛି ଏହି ପଞ୍ଚାୟତରେ ସମସ୍ୟା ? ଅଧିକ ପଢନ୍ତୁ

ମୁଣ୍ଡାପଡା ପଞ୍ଚାୟତ
ମୁଣ୍ଡାପଡା ପଞ୍ଚାୟତ
author img

By

Published : Jan 28, 2022, 10:15 PM IST

ବୌଦ୍ଧ: ବୌଦ୍ଧ ବ୍ଲକ ଅଧିନସ୍ଥ ମୁଣ୍ଡାପଡା ପଞ୍ଚାୟତରେ ପହଞ୍ଚିଲା ଇଟିଭି ଭାରତ । ପଞ୍ଚାୟତଟି ଆବାସ ଦୁର୍ନୀତି ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ନେଇ ବେଶ ଚର୍ଚ୍ଚାରେ ରହିଥିଲା । ତେବେ କଣ ରହିଛି ଏହି ପଞ୍ଚାୟତରେ ସମସ୍ୟା ? କିଭଳି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ ଜନତା ? କଣ ହେବ ନିର୍ବାଚନୀ ମୁଦ୍ଦା ? ତମାମ ପ୍ରସଙ୍ଗ ଓ ସମସ୍ୟାକୁ ଜାଣିବା ପାଇଁ ପଞ୍ଚାୟତରେ ପହଞ୍ଚିଥିଲା ଆମ ଟିମ ।

ମୁଣ୍ଡାପଡା ପଞ୍ଚାୟତର ସ୍ଥିତି ପରଖିଲା ଇଟିଭି ଭାରତ

ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ 20 କିମି ଦୂରରେ ତଥା ଜିଲ୍ଲାର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ପଞ୍ଚାୟତ ଟିଏ ହେଉଛି ମୁଣ୍ଡାପଡା । ଜିଲ୍ଲାରେ ଥିବା ମୋଟ 69 ପଞ୍ଚାୟତ ମଧ୍ୟରୁ ଏହି ପଞ୍ଚାୟତ ଟି ବେଶ ଚର୍ଚ୍ଚିତ । କାରଣ ଏଠି ଦୂର୍ନୀତି ଚରମ ସୀମାରେ ପହଞ୍ଚିଛି । ଆଉ ଏହି ଦୂର୍ନୀତି ଖାଲି ଜିଲ୍ଲା ମଧ୍ୟରେ ସୀମିତ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ଅଭିଯୋଗ ।

ଚଳିତ ନିର୍ବାଚନରେ ମୋଟ 4 ଜଣ ସରପଞ୍ଚ ପ୍ରାର୍ଥୀ ଥିବାବେଳେ ବିକାଶ ହିଁ ପ୍ରମୁଖ ମୁଦ୍ଦା ହେବ ବୋଲି ଭୋଟର କହିଛନ୍ତି । ତେବେ ଏହି ଚର୍ଚ୍ଚିତ ପଞ୍ଚାୟତର କିଏ ହେବ ଆଗାମୀ ସରପଞ୍ଚ ଓ ପଞ୍ଚାୟତବାସୀଙ୍କ କଣ କରିବେ ବିକାଶ ଏବେ ତାହା ଉପରେ ନଜର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.