ETV Bharat / state

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆହ୍ବାନ - ବୌଦ୍ଧରେ ପଞ୍ଚାୟତ ବୈଠକରେ ସାମିଲ ହେଲେ ମନ୍ତ୍ରୀ

ବୌଦ୍ଧ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କର୍ମଚାରୀଙ୍କୁ ନେଇ ବରିଷ୍ଠ ଅଧିକାରୀମାନେ ପଞ୍ଚାୟତ ସୁଦୃଢ ଦିଗରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ପାଇଁ ଆହ୍ୱାନ

author img

By

Published : Oct 20, 2022, 2:07 PM IST

ବୌଦ୍ଧ: ଜିଲ୍ଲାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରୀୟାଶୀଳ ପାଇଁ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗୁରୁତ୍ବାରୋପ । ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କର୍ମଚାରୀଙ୍କୁ ନେଇ ବରିଷ୍ଠ ଅଧିକାରୀମାନେ ପଞ୍ଚାୟତ ସୁଦୃଢ ଦିଗରେ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ଦୃଢିଭୂତ କରିବାକୁ ସମୀକ୍ଷା ବୈଠକରେ ଆହ୍ବାନ ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବୁଧବାର ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା,ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ପାଇଁ ଆହ୍ୱାନ

ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଆବାସ ଯୋଜନା, ପାନୀୟଜଳ ଓ ମନରେଗା ଯୋଜନାରେ ବ୍ୟାପକ ତ୍ରୁଟି ଓ ସମସ୍ୟା ରହିଥିବାରୁ ରାଜ୍ୟର ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲାର ଏହି ଆବାସ ଯୋଜନାର ରିପୋର୍ଟକୁ ଭିତ୍ତିକରି ଜିଲ୍ଲାପାଳ କେତେକ ଜିଆରଏସ ଓ ପିଇଓଙ୍କ ଦରମାକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ବୁଧବାର ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପଞ୍ଚାୟତର ସମସ୍ତ କର୍ମଚାରୀମାନେ ଏସବୁ ସମସ୍ୟାର ସମାଧାନ କରି ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ଆଗେଇ ଆସିବେ ବୋଲି କହିଥିଲେ । ଜିଲ୍ଲାର ସମସ୍ତ 69 ପଞ୍ଚାୟତର ଜିଆରଏସ, ପିଇଓ ଏବଂ ବିଡ଼ିଓ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ । ଏହା ସହିତ ରାଜ୍ୟ ପଞ୍ଚାୟତ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.