ETV Bharat / state

Panchayat Polls: ବୌଦ୍ଧ ସାତ ନମ୍ବର ଜିଲ୍ଲା ପରିଷଦ ଜୋନରେ ସ୍ଥିତି ପରଖିଲା ETV Bharat

author img

By

Published : Jan 30, 2022, 10:17 AM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା । ଆଉ ଏହି ରାଜନୈତିକ ଉଷ୍ମତା ଭିତରେ ସାତ ନମ୍ବର ଜିଲ୍ଲା ପରିଷଦ ଜୋନରେ ସ୍ଥିତି ପରଖିଲା ଇଟିଭି ଭାରତ । ଅଧିକ ପଢନ୍ତୁ

Panchayat Election: ବୌଦ୍ଧ ସାତ ନମ୍ବର ଜିଲ୍ଲା ପରିଷଦ ଜୋନରେ ସ୍ଥିତି ପରଖିଲା ଈଟିଭି ଭାରତ

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । ୨୬ ରୁ ୨୮ ଯାଏଁ ୩ ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ । ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି ।

ସେହିଭଳି କେଉଁ ମୁଦ୍ଦାକୁ ନେଇ ନିର୍ବାଚନ ଲଢିବେ ଓ କିଭଳି ବିପକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜିମାତ୍ କରିବେ ତାକୁ ନେଇ କରୁଛନ୍ତି ରଣକୌଶଳ ।ବୌଦ୍ଧ ଜିଲ୍ଲାର ସମସ୍ତ ନଗୋଟି ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ଭୋଟ ହାତେଇବା ପାଇଁ ଡୋରଟୁ ଡୋର କ୍ୟାମ୍ପେନକୁ ଜାରଦାର କରିଛନ୍ତି । ତେବେ ପୂର୍ବ ଜିଲ୍ଲା ପରିଷଦ ନିର୍ବାଚନରେ ସାତ ନମ୍ବର ଜୋନ ହାତେଇଥିବା ବିଜେପି ଏଥର ନିଜ ଗଡ ରକ୍ଷା କରିବ ନା ଶାସକ ବିଜେଡି ଏହି ଗଡରେ ଧଶେଇ ପଶିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

ବିଜେପି ଦଳ ପକ୍ଷରୁ ଜିଲ୍ଲାର ଜଣାଶୁଣା ଚାଷୀ ନେତା ତଥା ପୂର୍ବ ନିର୍ବାଚନର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ମହାପାତ୍ର ସାତ ନମ୍ବର ଜୋନରେ ପ୍ରାର୍ଥୀ ହୋଇଥିବା ବେଳେ ଗେରୁଆ ଗଡକୁ ଦଖଲ ପାଇଁ ବିଜେଡି ଦଳ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ବଜିତ ମିଶ୍ର ଦାୟିତ୍ୱ ନେଇଛନ୍ତି । ଏବଂ କଂଗ୍ରେସ ପକ୍ଷରୁ ଯୁବ ନେତା ରୋହିତେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.