ETV Bharat / state

ଆଉ ଶୁଭୁନି ନେତ୍ରାନନ୍ଦଙ୍କ ଦାସକାଠିଆ ସ୍ବର, ସହାୟତା ଅପେକ୍ଷାରେ ପାଲା କଳାକାର - pala artists now in distress condition

ଅସହାୟ ଅବସ୍ଥାରେ ପୂର୍ବତନ ପାଲା କଳାକାର । ଦିନେ ଦାସକାଠିଆ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଚାର କରୁଥିବା କଳାକାର ଏବେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଯାପନ କରୁଛନ୍ତି । ଏ କାହାଣୀ ହେଉଛି ବୌଦ୍ଧ ଜିଲ୍ଲାର ନେତ୍ରାନନ୍ଦ ସାହୁଙ୍କର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

PALA ARTIST
ସହାୟତା ଅପେକ୍ଷାରେ ପାଲା କଳାକାର
author img

By

Published : Dec 29, 2019, 10:27 PM IST

ବୌଦ୍ଧ: ଦିନେ ତାଙ୍କ ଦାସକାଠିଆ ବାଣ୍ଟୁଥିଲା ସଚେତନତାର ବାର୍ତ୍ତା । ଗାଁ ଗହଳିରେ ଲୋକଙ୍କୁ ମ୍ୟାଲେରିଆ, ଡେଙ୍ଗୁ, ଏଡସ୍ ଭଳି ରୋଗ ସମ୍ପର୍କରେ ସଚେତନ କରାଇବା ପାଇଁ ତାଙ୍କ ଦାସକାଠିଆ ପାଲଟିଥିବା ଅନନ୍ୟ ମାଧ୍ୟମ । ହେଲେ ସମୟ ବଦଳିଛି, ଆଉ ତାଙ୍କ ଦାସକାଠିଆ ନିରବି ଯାଇଛି । କାରଣ ଦାସକାଠିଆ ବଜେଇବା ପାଇଁ ତାଙ୍କ ଦେହରେ ଆଉ ବଳ ନାହିଁ । ପକ୍ଷାଘାତରେ ଆକ୍ରାନ୍ତ ହୋଇ ଜୀବନ ହୋଇପଡିଛି ଦୁର୍ବିସହ ।

ସହାୟତା ଅପେକ୍ଷାରେ ପାଲା କଳାକାର

ଆମେ କହୁଛୁ ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ସାଲିଗାଁର ଷାଠିଏ ବର୍ଷୀୟ ନେତ୍ରାନନ୍ଦ ସାହୁଙ୍କ କଥା । ଆଗରୁ ପାଲା ଓ ଦାସକାଠିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ମଣିଷଟି ଆଜି ରୋଗରେ ପୀଡିତ । ନା ଦେହରେ ଆଉ ବଳ ଅଛି, ନା ସମ୍ବଳ । ଏକମାତ୍ର ସାହାରା ପାଲଟିଛନ୍ତି ପତ୍ନୀ ।

ଦିନେ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ(ଡେଙ୍ଗୁ, ମ୍ୟାଲେରିଆ, ଏଡସ, ଶିଶୁକନ୍ୟା ସୁରକ୍ଷା, ପାଇଖାନା ବ୍ୟବହାର)କୁ ଦାସକାଠିଆ ମାଧ୍ୟମରେ କେବଳ ବୌଦ୍ଧ ଜିଲ୍ଲାରେ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ସମ୍ବର୍ଦ୍ଧନା ପାଇଥିଲେ ସେ ।

ହେଲେ ପ୍ରାୟ ଦୁଇ ବର୍ଷ ତଳେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ହୋଇଯାଇଛନ୍ତି । ଦୈନନ୍ଦିନ କାର୍ଯ୍ୟ ପାଇଁ ଏକମାତ୍ର ସାହାରା ପାଲଟିଥିବା ପତ୍ନୀଙ୍କ ଉପରେ ନିର୍ଭରଶୀଳ । ଘରେ କେହି ରୋଜଗାର କ୍ଷମ ବ୍ୟକ୍ତି ନଥିବାରୁ ମାଗିଯାଚି ଆଣିଲେ ପେଟ ପୁରୁଛି । ଏପରି ସ୍ଥିତିରେ ସରକାରୀ ସବୁ ଯୋଜନା ତାଙ୍କ ପାଇଁ ବାଟ ଭୁଲି ଯାଇଛି । ଏହି ଦମ୍ପତିକୁ ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ଅସହାୟ ଅବସ୍ଥାରେ ପୂର୍ବତନ ପାଲା କଳାକାର ।ଦିନେ ଦାସକାଠିଆ ମାଧ୍ୟମରେ ସଚେତନତା ର ବାର୍ତ୍ତା ପ୍ରଚାର କରୁଥିବା ଏହି କଳାକାର ଏବେ ପକ୍ଷାଘାତ ରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୟନୀୟ ଜୀବନ ଯାପନ କରୁଛନ୍ତି ।
ବୌଦ୍ଧ ଜିଲ୍ଲା ବଢିଗାଁ ପଞ୍ଚାୟତ ଅନ୍ତର୍ଗତ ସାଲିଗାଁ ର ଷାଠିଏ ବର୍ଷିଅ ନେତ୍ରାନନ୍ଦ ସାହୁ ।ପିଲାଟି ଦିନରୁ ପାଲା ପ୍ରତି ଆକର୍ଷିତ ହୋଇ ଏଗାର ବର୍ଷ ବୟସରୁ ପାଲାରେ ଦାସକାଠିଆ ପରିବେଷଣ କରିଆସୁଥିଲେ ।ପରବର୍ତ୍ତୀ କାଳରେ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ(ଡେଙ୍ଗୁ, ମ୍ୟାଲେରିଆ, ଏଡସ,ଶିଶୁ କନ୍ୟା ସୁରକ୍ଷା, ପାଇଖାନା ବ୍ୟବହାର )କୁ ଦାସକାଠିଆ ମାଧ୍ୟମରେ କେବଳ ବୌଦ୍ଧ ଜିଲ୍ଲାରେ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ସମ୍ବର୍ଦ୍ଧନା ମଧ୍ୟ ପାଇଥିଲେ ।କିନ୍ତୁ ନେତ୍ରାନନ୍ଦ ଙ୍କ ପ୍ରଶଂସା ର ଖୁସି ବେସିଦିନ ରହିଲା ନାହିଁ ।ପ୍ରାୟ ଦୁଇ ବର୍ଷ ତଳେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ହେଲେ ।ଏବେ ସେ ଦୈନନ୍ଦିନ କାର୍ଯ୍ୟ ପାଇଁ ନିଜ ସଂସାରର ଏକମାତ୍ର ସାହାରା ପତ୍ନୀ ଙ୍କ ଉପରେ ନିର୍ଭରଶୀଳ ।କିନ୍ତୁ ଦୁଃଖ ର କଥା ସେ ଏ ସମ୍ପର୍କରେ ବାରମ୍ବାର ପଞ୍ଚାୟତ ର ବଡ ବାବୁ ମାନଙ୍କୁ ଗୁହାରୀ କଲେ ମଧ୍ୟ କେହି ତାଙ୍କ ଦୁଃଖ ପ୍ରତି କର୍ଣ୍ଣପାତ କରିନଥିଲେ ।ଏକ ଭଙ୍ଗା ଦଦରା ଚାଳ ଘରେ ନିଜ ପତ୍ନୀ ଗାଁରୁ କିଛି ମାଗିଯାଚି ଆଣିଲେ ପେଟକୁ ଦାନା ମିଳୁଛି ।ଉଭୟ ପତିପତ୍ନୀ ବାର୍ଦ୍ଧକ୍ୟ ରେ ଉପନୀତ ସହ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ଠାରୁ ଏମାନେ ଢେର ଦୂରରେ ।କଳାକାର ଭାବେ ଭତ୍ତା ପାଇବା କଥା ଛାଡନ୍ତୁ, ଏଭଳି ଜଣେ ବର୍ଷିଆନ କଳାକାରଙ୍କ କରୁଣ କାହାଣୀ ସମସ୍ତଙ୍କୁ ଦୁଃଖିତ କରିଛି ।ଏହି ଅସହାୟ କଳାକାର ବୃଦ୍ଧ ଦମ୍ପତ୍ତିଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Body:ସଚେତନତା ର ବାର୍ତ୍ତା ପ୍ରଚାର କରୁଇ ପାଲା କଳାକାର ଏବେ ଅସହାୟ ଅବସ୍ଥାରେ ।

Conclusion:ବାଇଟ-୧-ନେତ୍ରାନନ୍ଦ ସାହୁ,ଅସହାୟ ଦୁସ୍ଥ କଳାକାର
ବାଇଟ-୨-ଦିଲ୍ଲୀପ କୁମାର ଗାଇଗୌରିଆ, ଗ୍ରାମବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.