ETV Bharat / state

ଅମଳକ୍ଷମ ହେଲାଣି ଧାନ, ଚିହ୍ନଟ ହୋଇପାରୁନାହାନ୍ତି ଚାଷୀ

author img

By

Published : Nov 14, 2021, 10:37 AM IST

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅଧିକାଂଶ ସ୍ଥାନରେ ଧାନ କ୍ଷେତରେ ପାଚି ସାରିଲାଣି । କିନ୍ତୁ ଚାଷୀଙ୍କ ଧାନବିକ୍ରି ପାଇଁ ପୁଣିଥରେ ସମସ୍ୟା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଅମଳକ୍ଷମ ହେଲାଣି ଧାନ, କିନ୍ତୁ ଚିହ୍ନଟ ହୋଇନି ଚାଷୀ

ବୌଦ୍ଧ: ଜିଲ୍ଲାରେ ଅମଳକ୍ଷମ ହେବାକୁ ବସିଲାଣି ଧାନ । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଅଧିକାଂଶ ସ୍ଥାନରେ ଧାନ କ୍ଷେତରେ ପାଚି ସାରିଲାଣି । କିନ୍ତୁ ଚାଷୀଙ୍କ ଧାନବିକ୍ରି ପାଇଁ ପୁଣିଥରେ ସମସ୍ୟା ଆରମ୍ଭ ହୋଇଯାଇଛି । ବୌଦ୍ଧ ଜିଲ୍ଲାର ସାମ୍ପୋଚ ସମବାୟ ସମିତି ଅନ୍ତର୍ଗତ ଅନେକ ଚାଷୀଙ୍କ ପଞ୍ଜିକରଣ ଠିକରେ ହୋଇ ନଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଗତ ବର୍ଷଠାରୁ ଏହି ପଞ୍ଜିକରଣରେ ସ୍ବଚ୍ଛତା ଆଣିବାକୁ ସରକାର ସମବାୟ ସହିତ ରାଜସ୍ବ ଓ କୃଷି ବିଭାଗର କର୍ମଚାରୀ ମିଳିତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏହି ରିପୋର୍ଟ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ ନକରି କେବଳ କାଗଜପତ୍ରରେ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି । ଏନେଇ ସାମ୍ପୋଚ ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ବୌଦ୍ଧ ଏଆରସିଏସ, ଘଟଣାକୁ ସ୍ବୀକାର କରିବା ସହିତ ଏହାର ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି ।

ତେବେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଚାଷୀଙ୍କ ସ୍ବାର୍ଥ ରକ୍ଷା କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.