ETV Bharat / state

ମଣ୍ଡିରେ ତିନିମାସ ଧରି ପଡି ରହିଛି ଧାନ, କଲବଲ ହେଉଛି ଚାଷୀ

author img

By

Published : Feb 4, 2020, 12:48 PM IST

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ରି କରିପାରୁନି ଚାଷୀ । ଦୀର୍ଘ ତିନି ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ନ ପାରି କଲବଲ ହେଉଛି ଚାଷୀ ।

paddy problem
ବୌଦ୍ଧ ଧାନ ମଣ୍ଡିରେ ଅଚଳାବସ୍ଥା

ବୌଦ୍ଧ: ମଣ୍ଡିରେ ଧାନ ବିକ୍ରି କରିପାରୁନି ଚାଷୀ । ଦୀର୍ଘ ତିନି ମାସ ଧରି ମଣ୍ଡିରେ ଧାନ ବିକ୍ରି କରି ନ ପାରି କଲବଲ ହେଉଛି ଚାଷୀ । ଆଗାମୀ ଦିନରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଚାଷୀ ଜଣକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ଏପଟେ ଚାଷୀ ବର୍ଷର ପରିଶ୍ରମକୁ ବିକ୍ରି କରି ନପାରି ହନ୍ତସନ୍ତ ହେଉଛି ।

ଏଭଳି ଅଭିଯୋଗ ଆସିଛି, ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ମଣ୍ଡିରୁ । ପଦାମାଳ ଗ୍ରାମର ନବୀନ ମହାକୁଳ ନିଜ ସାତ ଏକର ଜମିରେ ଉପାର୍ଜିତ ଧାନ ବିକ୍ରି ପାଇଁ ୧୩୦ ନମ୍ବରରେ ଟୋକନ ପାଇଥିଲେ । ମାତ୍ର ତିନିମାସରୁ ଊର୍ଦ୍ଧ୍ବ ହେଲାଣି, ଏଯାଁଏ ଧାନ ବିକ୍ରି ହୋଇଯିବା ପରିବର୍ତ୍ତେ ମଣ୍ଡିରେ ପଡିରହିଛି ।

ବୌଦ୍ଧ ଧାନ ମଣ୍ଡିରେ ଅଚଳାବସ୍ଥା

କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଧାନ ବିକ୍ରି ହୋଇପାରୁ ନଥିବାରୁ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ସେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରି ଏହାର ସମାଧାନ କରିବାକୁ କହିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଆତ୍ମହତ୍ୟା କରିବେ ବୋଲି ଚାଷୀ ନବୀନ ମହାକୁଳ ଧମକ ଦେଇଛନ୍ତି ।

ତେବେ ତ୍ରୃଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି । ସେପଟେ ଯୋଗାଣ ବିଭାଗ ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ ଆବଶ୍ୟକ ସାହାଯ୍ୟ କରାଯିବ ବୋଲି କହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ତିନି ମାସ ହେଲାଣି ମଣ୍ଡି ରେ ଧାନ ବିକ୍ରି କରିନପାରି କଲବଲ ହେଉଛି ଚାଷୀ ।ଆଗାମୀ ଦିନରେ ଚାଷୀ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ରେ ଲାଗି ରହିଛି ଅଚଳାବସ୍ଥା ।ଏପଟେ ଚାଷୀ ବର୍ଷର ପରିଶ୍ରମ କୁ ବିକ୍ରି କରି ନପାରି କଲବଲ ହେଉଛନ୍ତି ।ଦୀର୍ଘ ତିନି ମାସ ହେଲା ଧାନ ବିକ୍ରି କରି ନପାରି ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଭଳି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ମଣ୍ଡି ରୁ । ପଦାମାଳ ଗ୍ରାମର ନବୀନ ମହାକୁଳ ନିଜ ସାତ ଏକର ଜମିରେ ଉପାର୍ଜିତ ଧାନ ବିକ୍ରି ପାଇଁ ୧୩୦ ନମ୍ବର ରେ ଟୋକନ ପାଇଥିଲେ ।କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଧାନ ବିକ୍ରି ହୋଇପାରୁ ନଥିବାରୁ ସେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରି ଏହାର ସମାଧାନ ନହେଲେ ଆଗାମୀ ଦିନରେ ଧାରଣା ଦେବା ସହ ଆବଶ୍ୟକ ପଡିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।ତେବେ ତ୍ରୃଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି ।ସେପଟେ ଯୋଗାଣ ବିଭାଗ ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ ଆବଶ୍ୟକ ସାହାଯ୍ୟ କରାଯିବ ବୋଲି କହିଛି ।

Body:ତିନି ମାସ ହେଲାଣି ଧାନ ବିକ୍ରି ନହେବାରୁ ଧାରଣାରେ ବସିବେ ଚାଷୀ

Conclusion:ବାଇଟ-୧-ନବୀନ ମହାକୁଳ,ଚାଷୀ, ପଦାମାଳ
ବାଇଟ-୨-କେଦାର ସାହୁ, ମାନବାଧିକାର କର୍ମୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.