ବୌଦ୍ଧ: ଖୋଲା ଆକାଶ ତଳେ ମଣ୍ଡି ଖୋଲିଛି । ସମବାୟ ସମିତିର ନିଜସ୍ବ କାର୍ଯ୍ୟାଳୟ କିମ୍ବା ସ୍ଥାୟୀ ମଣ୍ଡି ନଥିବାରୁ ଚାଷୀ ଶୀତକାକରରେ ନିଜ ଧାନକୁ ଦିନ ଦିନ ଧରି ଜଗି ରହିଛି । ଏଭଳି ଅଭାବନୀୟ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲାର ଆମ୍ବଝରୀ ସେବା ସମବାୟ ସମିତିର । ଯେଉଁ ଠାରେ ନିଜସ୍ବ କାର୍ଯ୍ୟାଳୟ ନଥିବାରୁ ଖୋଦ ସମବାୟ ସଂପାଦକଙ୍କ ଗୃହରେ ଚାଲିଛି ଅଫିସ ଓ ଏକ ପଡିଆରେ ଚାଷୀଙ୍କ ଧାନକ୍ରୟ କରାଯାଉଛି ।
ସ୍ଥାୟୀ ମଣ୍ଡି ନଥିବାରୁ ଚାଷୀମାନେ ମଧ୍ୟ ପ୍ରତ୍ୟେକ ବର୍ଷ ଏଭଳି ଅସୁବିଧାର ସମ୍ମୁଖୀନ ହୋଇ ଦିନ ଦିନ ଧରି ଶୀତକାକରରେ ଧାନକୁ ଜଗି ରହୁଛନ୍ତି । ଏ ଘଟଣାକୁ ଯୋଗାଣ ଅଧିକାରୀ ମଧ୍ୟ ସ୍ବୀକାର କରିବା ସହ ଏହାକୁ ଆଗାମୀ ଦିନରେ କିଭଳି ସମାଧାନ କରାଯିବ ସେନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ