ବୌଦ୍ଧ: ଜିଲ୍ଲା ମୁଣ୍ଡାପଡା ସମବାୟ ସମିତିର ସମ୍ପାଦକଙ୍କ ମନମୁଖି କାର୍ଯ୍ୟ ଓ ଦୁର୍ନୀତିକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଆରସିଏସ ଘଟଣାର ତଦନ୍ତ କରିବା ପରେ ମଣ୍ଡିରେ ଧାନକ୍ରୟ ଆରମ୍ଭ ହୋଇଛି ।
ଜିଲ୍ଲାରେ ମୁଣ୍ଡାପଡା ସମବାୟ ସମିତିର ସମ୍ପାଦକଙ୍କ ମନମୁଖି କାର୍ଯ୍ୟ ଓ ଦୁର୍ନୀତିକୁ ନେଇ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଲାଗି ରହିଥିଲା । ଶୁକ୍ରବାର ମୁଣ୍ଡାପଡାଠାରେ ଧାନକ୍ରୟ ଆରମ୍ଭରୁ ହିଁ ଦୁର୍ନୀତିର ଆଶଙ୍କା କରି ଗୁରୁବାର ରାତିରେ ଅଞ୍ଚଳର ଚାଷୀ ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ ଶୁକ୍ରବାର ଧାନକ୍ରୟ ଆରମ୍ଭ ପାଇଁ ପହଞ୍ଚିଥିବା ଏଆରସିଏସ ଓ ଯୋଗାଣ ଅଧିକାରୀ ମଧ୍ୟ ଜନ ଆକ୍ରୋଶର ଶୀକାର ହୋଇଥିଲେ ।
ସମିତି କାର୍ଯ୍ୟାଳୟରେ ଉତ୍ୟକ୍ତ ଚାଷୀ ତାଲା ପକାଇ ଦେଇଥିଲେ । ସେପଟେ ଏଆରସିଏସ ତୁରନ୍ତ ପଦକ୍ଷେପ ଗ୍ରହଣ ସ୍ବରୂପ ଏହାର ତଦନ୍ତ ଆରମ୍ଭ କରିଥିଲେ । ଫଳସ୍ବରୂପ ସମବାୟ ସମ୍ପାଦକଙ୍କ ମନମୁଖି କାର୍ଯ୍ୟ ସମ୍ମୁଖକୁ ଆସିଥିଲା । ତୁରନ୍ତ ସମ୍ପାଦକଙ୍କଠାରୁ ସ୍ବୀକାରୋକ୍ତିନାମା ଲେଖା ନିଆଯିବା ପରେ ପରିସ୍ଥିତି ସାଧାରଣ ହୋଇଥିଲା । ତେବେ ସମବାୟ ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ଏବେ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ