ETV Bharat / state

ଆଜି 259 ଜଙ୍ଗଲରେ ନିଆଁ, ଅଣାୟତ୍ତ ହେଉଛି ସ୍ଥିତି - ଜଙ୍ଗଲରେ ଲାଗିଥିବା ନିଆଁ ବୌଦ୍ଧ

ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଡେଉଁଛି ନିଆଁ । ବୌଦ୍ଧ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହୁ ହୁ ହୋଇ ନିଆଁ ଲାଗିଥିବା ବେଳେ ଖୋଦ ବନଖଣ୍ଡ ଅଧିକାରୀ ଜଙ୍ଗଲ ଭିତରେ ପଶି ନିଆଁ ଲିଭାଉଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

ଗତକାଲି73, ଆଜି259ଜଙ୍ଗଲରେ ନିଆଁ, ଅଣାୟତ୍ତ ହେଉଛି ପରିସ୍ଥିତି

author img

By

Published : Mar 7, 2021, 10:56 PM IST

ବୌଦ୍ଧ : ଅଣାୟତ୍ତ ହେବାରେ ଲାଗିଛି ଜଙ୍ଗଲରେ ଲାଗିଥିବା ନିଆଁ । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ଡେଇଁବାରେ ଲାଗିଛି ନିଆଁ । ଗତକାଲି ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ବନାଞ୍ଚଳର ସତୁରୀରୁ ଉର୍ଦ୍ଧ୍ବ ଜଙ୍ଗଲରେ ନିଆଁଲାଗି ଥିବା ଘଟଣା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରିତ ହୋଇଥିଲା । ଆଜି ଉକ୍ତ ନିଆଁ 73 ଟି ଜଙ୍ଗଲରୁ ଡେଇଁ 259 ଟି ଜଙ୍ଗଲରେ ପହଞ୍ଚି ଗଲାଣି ।

ଗତକାଲି73, ଆଜି259ଜଙ୍ଗଲରେ ନିଆଁ, ଅଣାୟତ୍ତ ହେଉଛି ପରିସ୍ଥିତି

ଗତବର୍ଷ ଅପେକ୍ଷା ଚଳିତ ବର୍ଷ କୋଡିଏ ଗୁଣ ଅଧିକ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି । ବୌଦ୍ଧ ବନଖଣ୍ଡର ସର୍ବାଧିକ ମାଧପୁର ବନାଞ୍ଚଳ ଓ ପରେ ପୁରୁଣା କଟକ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଖୋଦ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଜଙ୍ଗଲ ଭିତରେ ପଶି ନିଆଁ ଲିଭାଉଥିବା ଦେଖିବାକୁ ମିଳିଥିଲା । ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଦିନରାତି ଏକ କରି ନିଆଁ ଲିଭାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।

ତେବେ ମହୁଲ ଗୋଟା, କେନ୍ଦୁପତ୍ର ତୋଳା ଓ ସଚେତନତା ଅଭାବରୁ ଏଭଳି ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି । ବୁଦ୍ଧିଜୀବୀ ଜଙ୍ଗଲରେ ବୃକ୍ଷରାଜି ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପର୍କରେ ବିଭାଗୀୟ ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.