ETV Bharat / state

ବଜାରରେ ସ୍ଥାନୀୟ ଆମ୍ବର ରାଜ, ଗାଁ ଆମ୍ବ ପସରାର ନୂଆ ପରିକଳ୍ପନା - ଗାଁ ଆମ୍ବ ପସରା

ଆମ୍ବ ଚାହିଦା ବୃଦ୍ଧି ତଥା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଗାଁ ଆମ୍ବ ପସରା । ଅଧିକ ପଢନ୍ତୁ

gaon amba pasara
gaon amba pasara
author img

By

Published : Jun 4, 2023, 12:31 PM IST

ଗାଁ ଆମ୍ବ ପସରା

ବୌଦ୍ଧ: ଜିଲ୍ଲାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଉ ଏଭଳି ସମୟରେ ଆମ୍ବର ସ୍ବତନ୍ତ୍ର ଚାହିଦା ପରିଲକ୍ଷିତ ହୋଇଛି । ସ୍ଥାନୀୟ ଆମ୍ବ ପ୍ରଚୁର ମାତ୍ରାରେ ଉପଲବ୍ଧ କାରଣରୁ ଆମ୍ବର ଦର ମଧ୍ୟ ଯଥେଷ୍ଟ କମ ରହୁଛି । ସେପଟେ ଆମ୍ବ ଚାହିଦା ବୃଦ୍ଧି ତଥା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଗାଁ ଆମ୍ବ ପସରା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।

ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ୍ବର ବିଭିନ୍ନ କିସମର ପ୍ରଚୁର ଉତ୍ପାଦନ ହୋଇଛି । ଅନୁକୂଳ ଜଳବାୟୁ ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆମ୍ବ ବଗିଚାରେ ପ୍ରଚୁର ଆମ୍ବ ଫଳିଛି । ଝଡ଼ବାତ୍ୟା ସତ୍ତ୍ୱେ ବିଭିନ୍ନ ପ୍ରଜାତିର ଆମ୍ବ ଉତ୍ପାଦିତ ହୋଇ ପାରିଛି । ବଜାରରେ ସ୍ଥାନୀୟ ଆମ୍ବର ଚାହିଦା ରହିଥିବା ବେଳେ ରାଜ୍ୟ ବାହାରର ଆମ୍ବ ଆଦୌ ପ୍ରବେଶ କରିପାରି ନାହିଁ । ଏପରିକି ଜିଲ୍ଲାର କୌଣସି ବ୍ୟବସାୟୀ ବାହାରୁ ଗୋଟିଏ ଗାଡି ଟ୍ରିପ ମଧ୍ୟ ଆମ୍ବ ଆଣି ନାହାନ୍ତି । ଆମ୍ବ ବଜାରରେ ସ୍ଥାନୀୟ ଆମ୍ବର ବିଭିନ୍ନ କିସମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବେଳେ ଅତ୍ୟଧିକ ଆମ୍ବ ଉତ୍ପାଦନ ଯୋଗୁଁ ଦର କିନ୍ତୁ ଯଥେଷ୍ଟ କମ ରହୁଛି । ପୂର୍ବ ବର୍ଷଗୁଡିକରେ ରାଜ୍ୟ ବାହାରୁ ଆସୁଥିବା ବାଇଗଣପଲ୍ଲୀ, କଲମୀ, ଦସେରୀ , ଆଖୁରସ ଭଳି କିସମ ଆମ୍ବର ବଜାରରେ ଚାହିଦା ରହୁଥିବା ବେଳେ ଚଳିତ ଥର ଦେଶୀ ଆମ୍ବ ପ୍ରତି ମନ ବଳାଉଛନ୍ତି ଗ୍ରାହକ ।

ତେବେ ସ୍ଥାନୀୟ ଆମ୍ବର ଉତ୍ପାଦନ ଯଥେଷ୍ଟ ଅଧିକ ଥିବାରୁ ଆମ୍ବ କେଜି ପ୍ରତି ତିନି ଟଙ୍କାରୁ ନେଇ ପନ୍ଦର ଟଙ୍କାରେ ଭଳିକି ଭଳି ଆମ୍ବ ବଜାରରେ ଉପଲବ୍ଧ ହେଉଛି । ଗ୍ରାହକଙ୍କ ଦୃଷ୍ଟି କୋଣରୁ ଏହି ଦର ଯଥେଷ୍ଟ କମ ରହୁଥିବା ବେଳେ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଆଉ ବ୍ୟବସାୟୀଙ୍କ ଅବସ୍ଥା ମଧ୍ୟ ସମାନ । ବୌଦ୍ଧର ଆମ୍ବକୁ ନେଇ ସ୍ବତନ୍ତ୍ର ପରିଚୟ ଥିବା କୃଷ୍ଣପାଲି ଫାର୍ମ ଓ ଗିରାସିଙ୍ଗା ଫାର୍ମ ଭଳି କେତେକ ବୃହତ୍‌ ଆମ୍ବ ଫାର୍ମରେ ମଧ୍ୟ ଦର କୁନେଇ ଚିନ୍ତା ପ୍ରକାଶ ପାଇଛି ।

ସେହିପରି କେତେକ ଚାଷୀ ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼ ଭଳି କେତେକ ରାଜ୍ୟକୁ ବୌଦ୍ଧର ଆମ୍ବ ପଠାଇଥିବା ନେଇ ସୂଚନା ମିଳିଛି ।ବୌଦ୍ଧ ଜିଲ୍ଲାରେ କୌଣସି ବୃହତ ଶୀତଳ ଭଣ୍ଡାର କିମ୍ବା ଆମ୍ବ ପ୍ରକ୍ରିୟାକରଣ କେନ୍ଦ୍ର ନଥିବାରୁ ବର୍ତ୍ତମାନ ଅନେକ ସ୍ଥାନରେ ଆମ୍ବ ପଚି ଯିବାକୁ ବସିଛି । ସେପଟେ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଜିଲ୍ଲା ପ୍ରଶାସନ ଗାଁ ଆମ୍ବ ପସରା ତଥା ଆମ୍ବ ମଣ୍ଡିର ପରିକଳ୍ପନା କରିଛି । ଯାହାକୁ ନେଇ ଆମ୍ବ ଚାଷୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.