ETV Bharat / state

ବୌଦ୍ଧରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 5କୁ ବୃଦ୍ଧି

author img

By

Published : May 17, 2020, 10:23 PM IST

Updated : May 18, 2020, 12:02 PM IST

ରାଜ୍ୟରେ କୋରୋନାର ନୂଆ ଠିକଣା ପାଲଟିଛି କଣ୍ଟାମାଳ । ବୌଦ୍ଧ ଜିଲ୍ଲାରେ ଆଉ ଜଣେ କୋରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ 5ଟି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

corona in boudh, corona update, coronavirus news, boudh latest news, ବୌଦ୍ଧରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ବୌଦ୍ଧରେ ଜଣେ ଆକ୍ରାନ୍ତ ଚିହ୍ନଟ ସହ ମୋଟ ସଂଖ୍ୟା 5କୁ ବୃଦ୍ଧି

ବୌଦ୍ଧ: ରାଜ୍ୟରେ କୋରୋନାର ନୂଆ ଠିକଣା ପାଲଟିଛି କଣ୍ଟାମାଳ । ବୌଦ୍ଧ ଜିଲ୍ଲାରେ ଆଉ ଜଣେ କୋରୋନା ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ 5ଟି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ରବିବାର ସଂଧ୍ୟାରେ ଆସିଥିବା ରିପୋର୍ଟ ଅନୁଯାୟୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୌଦ୍ଧରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 5କୁ ବୃଦ୍ଧି

କଣ୍ଟାମାଳ ବ୍ଲକରେ ପ୍ରଥମ ଥର ପାଇଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଯୋଗୁଁ ଅଞ୍ଚଳରେ ସାଧାରଣ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହାକୁ ମିଶାଇ ବୌଦ୍ଧ ଜିଲ୍ଲାରେ ରବିବାର ସୁଦ୍ଧା ପାଞ୍ଚ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 500ରୁ ଊର୍ଦ୍ଧ୍ବ ସ୍ବାବ ଟେଷ୍ଟ ହୋଇଛି । ଯେଉଁଥିରୁ ପାଞ୍ଚଟି ପଜିଟିଭ ଚିହ୍ନଟ ହୋଇଛି । ରବିବାର ଚିହ୍ନଟ ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ହୋଇଥିବା ବେଳେ ସେ ଖଲିଆପାଲିର ବାସିନ୍ଦା ବୋଲି ବୌଦ୍ଧ ସିଡିଏମଓ ସୂଚନା ଦେଇଛନ୍ତି ।

ଆକ୍ରାନ୍ତଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଚିକିତ୍ସା କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : May 18, 2020, 12:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.