ETV Bharat / state

ଆଶ୍ରା ହୀନ ଜୀବନ, ପକ୍ଷଘାତ ରୋଗୀ ପାଇଁ ସାତସପନ ସରକାରୀ ଯୋଜନା - paralysis

ପକ୍ଷାଘାତ ଭଳି ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେଲା ଖଟରେ ବିତୁଛି ହରି ଦୀପଙ୍କ ଜୀବନ । କାହାରି ନାହିଁ ଆଶ୍ରା, ଏବେ କେବଳ ଅପେକ୍ଷା ସରକାରୀ ସହାୟତାକୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 4, 2019, 12:43 AM IST

ବୌଦ୍ଧ: ବୟସ 70ରୁ ଉର୍ଦ୍ଧ୍ବରୁ ଅଧିକ । ପକ୍ଷାଘାତ ଭଳି ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ ଦିନ ହେବ ଖଟରେ ବିତୁଛି ତାଙ୍କର ଶେଷ ଜୀବନ । କିନ୍ତୁ ଏବେ ସୁଦ୍ଧା କୌଣସି ସରକାରୀ ଯୋଜନାର ସୁଫଳ ପାଇ ପାରିନାହାନ୍ତି ହିତାଧିକାରୀ । ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେବଗଡ ଗ୍ରାମ ରଘୁନାଥ ସାହିସ୍ଥିତ ହରି ଦୀପଙ୍କ କଥା । ଯାହାଙ୍କ ପାଇଁ ଏବେ ସାତ ସପନ ସାଜିଛି ସରକାରଙ୍କ ମାଳ ମାଳ ଯୋଜନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ହରିଙ୍କୁ ପ୍ରାୟ 70 ବର୍ଷ ଉପରେ ହେଲେ ଆଜି ଯାଏ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା । ବାରମ୍ବାର ଗୁହାରୀ ପରେ ମଧ୍ୟ ଶୁଣୁନାହାନ୍ତି ପ୍ରଶାସନ । କିଛି ବର୍ଷ ହେବ ହରି ପକ୍ଷାଘାତ ରୋଗରେ ପୀଡିତ ହେବା ସହ ମାନସିକ ସମସ୍ୟାରେ ଗତି କରୁଛନ୍ତି । ବୋଝ ଉପରେ ନଳିତା ବିଡା ସଦୃଶ ତାଙ୍କ ଜୀବନରେ ମାଡି ଆସିଛି ଦୁଃଖ । ତଥାପି କୌଣସି ସରକାରୀ ସହାୟତା ନପାଇ ସେ ସପତ୍ନୀକ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ।

ଏନେଇ ଇଟିଭି ପକ୍ଷରୁ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ନେଇ ଅତିଶୀଘ୍ର ହରିଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.