ETV Bharat / state

ବୌଦ୍ଧରେ କମୁଛି ସଂକ୍ରମଣ, ଅଫଲାଇନରେ ମଧ୍ୟ ଦିଆଯିବ ଟିକା - ଅଫଲାଇନରେ ଟିକାଦାନ

ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଉଥିବାବେଳେ ଅଫଲାଇନ ଅର୍ଥାତ ଅନଲାଇନରେ ବୁକିଂ ନ କରିଥିଲେ ମଧ୍ୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ବୌଦ୍ଧରେ କମୁଛି ସଂକ୍ରମଣ, ଅଫଲାଇନରେ ମଧ୍ୟ ଦିଆଯିବ ଟିକା

author img

By

Published : Jun 21, 2021, 10:56 PM IST

ବୌଦ୍ଧ: ଜିଲ୍ଲାରେ ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମଣ । ଏହାରି ମଧ୍ୟରେ ଜିଲ୍ଲାବାସୀଙ୍କ ଟୀକାକରଣ ମଧ୍ୟ ଜାରି ରହିଛି । ଏଣିକି ଅନଲାଇନ ବ୍ୟତୀତ ମଧ୍ୟ ସାଧାରଣ ଲୋକଙ୍କୁ ଅଫଲାଇନରେ ଟିକାଦାନ କରାଯିବ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି ।

ବୌଦ୍ଧରେ କମୁଛି ସଂକ୍ରମଣ, ଅଫଲାଇନରେ ମଧ୍ୟ ଦିଆଯିବ ଟିକା

ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି(ସୋମବାର) 40 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 18 ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ତୃତୀୟ ପର୍ଯ୍ୟାୟ ଟୀକାଦାନ ଆରମ୍ଭ ହୋଇଛି । ସୋମବାର ବୌଦ୍ଧ ଟାଉନହଲଠାରେ 3 ଦିନ ପାଇଁ 1500 ଟୀକାଦାନ ବ୍ୟବସ୍ଥା ଥିବାବେଳେ ଅନଲାଇନରେ ବୁକିଂ କରିନଥିବା 100ଜଣ ସାଧାରଣ ଲୋକଙ୍କ ପାଇଁ ଦିନ 12ଟା ପରେ ଟିକାଦାନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜିଲ୍ଲାରେ ବର୍ତ୍ତମାନ ମଧ୍ୟ କୋରୋନା ମୃତ୍ୟୁରେ ବ୍ରେକ ଲାଗିନାହିଁ ।

ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋରୋନା ଜନିତ ମୃତ୍ୟୁ ଯୋଗୁଁ ଅନେକ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଏଭଳି ସମୟରେ ଜିଲ୍ଲା ପ୍ରଶାସନ ଅସହାୟ ପରିବାରକୁ ଚିହ୍ନଟ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଉଦ୍ୟମ କରୁଛି । ଗତକାଲି କଣ୍ଟାମାଳ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ବିଡ଼ିଓ ବନ୍ଦନା ଖଟୁଆ ସ୍ବର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାର ଓ କୁଲିହାପାଲି ଗ୍ରାମର ଅନାଥ ଶିଶୁ ନିକଟରେ ପହଞ୍ଚି ଆର୍ଥିକ ସହାୟତା ଯୋଗାଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.