ETV Bharat / state

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଜୈବ ବିବିଧତାରେ ପରିପୂର୍ଣ୍ଣ ନନ୍ଦନବନ - ପ୍ରକୃତିପ୍ରେମୀଙ୍କୁ ବର୍ଷ ତମାମ ଆକୃଷ୍ଟ କରେ ନନ୍ଦନବନ

ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନରେ ପ୍ରତିଷ୍ଠା ହେଉଛି ଓଡ଼ିଶାର ପ୍ରଥମ ପରିବେଶ ଭିର୍ତ୍ତିକ ସଫାରୀ ନନ୍ଦନବନ ପ୍ରକଳ୍ପ । ଏହାର ଅପରୂପ ସୌନ୍ଦର୍ଯ୍ୟ ପ୍ରକୃତିପ୍ରେମୀଙ୍କୁ ବର୍ଷ ତମାମ ଆକୃଷ୍ଟ କରିଛିଏ । ଅଧିକ ପଢ଼ନ୍ତୁ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଜୈବ ବିବିଧତା ରେ ପୂର୍ଣ୍ଣ ନନ୍ଦନବନ

author img

By

Published : Mar 2, 2023, 8:33 AM IST

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଜୈବ ବିବିଧତା ରେ ପୂର୍ଣ୍ଣ ନନ୍ଦନବନ

ବୌଦ୍ଧ: ଓଡ଼ିଶାର ପ୍ରଥମ ପରିବେଶ ଭିର୍ତ୍ତିକ ସଫାରୀ ନନ୍ଦନବନ ପ୍ରକଳ୍ପ । ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ପାଇଁ ଆଣିଦେଇଛି ପର୍ଯ୍ୟଟନର ବିରାଟ ସମ୍ଭାବନା । ଶୀତ ଋତୁ ସରି ଗ୍ରୀଷ୍ମ ଋତୁ ଆରମ୍ଭ ହୋଇସାରିଥିଲେ ମଧ୍ୟ ଜିଲ୍ଲାର ଏହି ଅବର୍ଣ୍ଣନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ଖୁବ ଆକୃଷ୍ଟ କରୁଛି । ଓଡ଼ିଶାର ମଧ୍ୟ ଭାଗରେ ଥିବା ବୌଦ୍ଧ ଜିଲ୍ଲା ବୀରନରସିଂପୁର ଓ ମଥୁରା ପଞ୍ଚାୟତର ଶହ ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ରହିଛି ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ନନ୍ଦନବନ ।

ଏହି ନନ୍ଦନବନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ପରିସୀମା ମଧ୍ୟରେ ଅନେକ ଜଙ୍ଗଲ, ଜଳାଶୟ, ପାହାଡି ଝରଣା ଓ ବିଭିନ୍ନ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ରହିଛି । ନୂଆପଡା ଡ୍ୟାମର ଜଳାଶୟ ପଛପାର୍ଶ୍ବରେ ବନ୍ୟଜନ୍ତୁଙ୍କ ପ୍ରାକୃତିକ ଆବାସ ସ୍ଥଳୀ ଥିବାରୁ ଜଳାଶୟ ଅଞ୍ଚଳରେ ଅନେକ ବିରଳ ମାଛ ଓ ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଥାଏ । ନନ୍ଦନବନ ପରିସୀମା ମଧ୍ୟରେ ଥିବା ପୁରାଗୁଡା ଗୁମ୍ଫା ଠାରୁ ନେଇ ଡ୍ୟାମର ଉପର ମୁଣ୍ଡ ଝରଣାରେ ରହିଛି ଏକ ଛୋଟ ଜଳପ୍ରପାତ । ଯାହାକି ଖୁବ ଆକର୍ଷଣୀୟ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଅଞ୍ଚଳରେ ରହିଛି ଅନେକ ବିରଳ ଔଷଧୀୟ ବୃକ୍ଷରାଜି । ଏହାଛଡା ଏହି ଘଞ୍ଚ ଜଙ୍ଗଲ ଭିତରେ ହରିଣ, ବାରହା,କୁଟୁରା,ସମ୍ବର, ଜଙ୍ଗଲୀ କୁକୁଡ଼ା, ଠେକୁଆ,ଭାଲୁ,ହାତୀ ଓ ଚିତାବାଘ ରହିଥିବା ସୂଚନା ମିଳିଛି । ନଦନଦୀରେ ଭରପୁର ବୌଦ୍ଧ ଜିଲ୍ଲାରେ ମହାନଦୀ ଠାରୁ ନେଇ ଲତାଝରଣ ଜଳପ୍ରପାତ ଓ ଖଣ୍ଡିକନପାର ସୌନ୍ଦର୍ଯ୍ୟ ଠାରୁ ନେଇ ଅନେକ ପର୍ଯ୍ୟଟନ ସ୍ଥାନ ରହିଥିବା ବେଳେ ଜିଲ୍ଲାର ନନ୍ଦନବନ ଭଳି ପରିବେଶ ପାର୍କ ବର୍ତ୍ତମାନ ସମସ୍ତଙ୍କୁ ଆକର୍ଷିତ କରୁଛି । ଖରାର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଅଞ୍ଚଳର ବନ୍ୟପ୍ରାଣୀଙ୍କ ଉପରେ ମଧ୍ୟ ପଡୁଥିବା ସୂଚନା ମିଳିଛି ।

ନନ୍ଦନବନର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଯାଯାବର ନିକଟରେ ତିଆରି କରାଯାଇଥିବା ଠେକୁଆ ପାର୍କର ସମସ୍ତ ଏଗାରଟି ଠେକୁଆଙ୍କ ମୃତ୍ୟୁ ଘଟିଛି । ଠେକୁଆଙ୍କ ମୃତ୍ୟୁ ଉତ୍ତାପ ଯୋଗୁଁ ହୋଇଥିବା କେତେକ ଆଶଙ୍କା କରୁଥିବା ବେଳେ ଅନ୍ୟ କେତେକ କୌଣସି ବିଷକ୍ରିୟା ଯୋଗୁଁ ହୋଇଥିବା ଆଶଙ୍କା କରାଯାଇଛି । ତେବେ ଏଭଳି ଘଟଣା ଏଠାରେ ପ୍ରଥମଥର ପାଇଁ ହୋଇଥିବାରୁ ଠେକୁଆଙ୍କ ମୃତ୍ୟୁ କୁନେଇ ପରିବେଶ ପ୍ରେମୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.