ETV Bharat / state

ସ୍ଥାୟୀ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଦାବିପତ୍ର

ସ୍ଥାୟୀ ନିଯୁକ୍ତି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଲା ବୌଦ୍ଧ ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ । ଅଧିକ ପଢନ୍ତୁ

author img

By

Published : Nov 12, 2022, 12:08 PM IST

ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ
ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ

ବୌଦ୍ଧ: ସ୍ଥାୟୀ ନିଯୁକ୍ତି ନେଇ ଗର୍ଜିଲା ବୌଦ୍ଧ ସ୍ବାସ୍ଥ୍ୟ ଠିକା କର୍ମଚାରୀ ସଂଘ । ଶୁକ୍ରବାର ଜିଲ୍ଲାର ପ୍ରାୟ ୧୦୦ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ସ୍ଥାନରେ ଦୀର୍ଘ ପନ୍ଦର ବର୍ଷ ହେଲା ଠିକା କର୍ମଚାରୀ ଭାବରେ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ତେବେ ସେମାନଙ୍କ ନିୟମିତ ନେଇ ସରକାର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ।

ସ୍ଥାୟୀ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଦାବିପତ୍ର

ଶୁକ୍ରବାର ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିନରେ ଥିବା ପରିବାର କଲ୍ୟାଣ, ଜାତୀୟ ସ୍ବାସ୍ଥ୍ୟ ମିଶନ, ଏଡସ ନିୟନ୍ତ୍ରଣ ଅନ୍ତର୍ଗତ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ଠିକା କର୍ମଚାରୀମାନେ ବିଭିନ୍ନ ସମୟରେ ସେମାନଙ୍କ ସମସ୍ୟାନେଇ ସରକାରଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିବା ଅଭିଯୋଗ ହୋଇଛି । ଏଣୁ ଶୁକ୍ରବାର ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ଠିକା ଭିତ୍ତିକ ସ୍ବାସ୍ଥ୍ୟ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଦାବିପତ୍ର ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Padmapur bypoll: ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

ଏନେଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ କହିଛନ୍ତି, "ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧିନରେ ଦୀର୍ଘ ୧୫ ବର୍ଷ ହେଲା ଆମେ କାର୍ଯ୍ୟ କରୁଛୁ । କିନ୍ତୁ ଦୁଃଖର ବିଷୟ ୫୭ ହଜାର କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ଆମକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଦିଆଗଲା ନାହିଁ । ୨୦୧୩ରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ ସରକାର ରେଗୁଲାର କରିଲେ । କିନ୍ତୁ ଆମେମାନେ ୨୦୦୮ରେ ଚାକିରି ପାଇଥିଲେ ସୁଦ୍ଧା ଆମକଥା ବିଚାରକୁ ନିଆଗଲା ନାହିଁ ।

ଯାହାଫଳରେ ରାଜ୍ୟରେ ୧୦ ହଜାର କର୍ମଚାରୀ ଆମେ ଦୁଃଖରେ କାଳାତିପାତ କରୁଛୁ । ବୌଦ୍ଧ ଜିଲ୍ଲା ଶାଖାରେ ସମୁଦାୟ ୯୬ଜଣ କର୍ମଚାରୀ ରହିଛୁ । ଯଦି ୧୧ ତାରିଖ ସୁଦ୍ଧା ଦାବି ପୂରଣ ନହେଲା ଆମେ ଆନ୍ଦୋଳନ କରି ୨୧ ତାରିଖରେ ରାଜରାସ୍ତାକୁ ଓହ୍ଲାଇବୁ । ସ୍ଥାୟୀ ଚାକିରି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.