ETV Bharat / state

ULB Polls: ବୌଦ୍ଧରେ ଚୂଡାନ୍ତ ହୋଇପାରୁନି ପ୍ରାର୍ଥୀ - ବୌଦ୍ଧ ଖବର

ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପରେ ପୌର ନିର୍ବାଚନକୁ ନେଇ ବୌଦ୍ଧରେ ସରଗରମ ହୋଇଉଠୁଛି ରାଜନୀତି । ଅଧିକ ପଢନ୍ତୁ

ବୌଦ୍ଧରେ ଆରମ୍ଭ ହେଲାଣି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା, କିନ୍ତୁ ଚୂଡାନ୍ତ ହୋଇପାରୁନାହିଁ ପ୍ରାର୍ଥୀ

author img

By

Published : Mar 3, 2022, 2:22 PM IST

ବୌଦ୍ଧ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ଗତକାଲି (ବୁଧବାର) ଠାରୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ସକାଳ ୧୧ରୁ ସନ୍ଧ୍ୟା ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଧାର୍ଯ୍ୟ କରାଯାଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ପରେ ପୌର ନିର୍ବାଚନକୁ ନେଇ ବୌଦ୍ଧରେ ସରଗରମ ହୋଇଉଠୁଛି ରାଜନୀତି ।

ବୌଦ୍ଧରେ ଆରମ୍ଭ ହେଲାଣି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା, କିନ୍ତୁ ଚୂଡାନ୍ତ ହୋଇପାରୁନି ପ୍ରାର୍ଥୀ

17ଟି ଓ୍ବାର୍ଡ କୁନେଇ ଗଠିତ ହୋଇଛି ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧ । ଆସନ୍ତା 24ତାରିଖରେ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଶିବିରରେ ଆଶାୟୀ ପ୍ରାର୍ଥୀଙ୍କ ନାମକୁ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନାହିଁ । କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଆପାତତଃ ସ୍ଥିର ହୋଇସାରି ଥିବା ବେଳେ ଶାସକ ବିଜେଡି ଓ ବିଜେପି ଦଳରେ ପାଞ୍ଚରୁ ଉର୍ଦ୍ଧ୍ବ ଲେଖାଏଁ ଆଶାୟୀ ଥିବାରୁ ଏନେଇ ଜୋରସୋରରେ କସରତ ଜାରି ରହିଛି ।

ତେବେ ପୌର ନିର୍ବାଚନ ଆସିଲେ ସହରର ଖଲିଆବଗିଚା, ବାବୁସାହି, ଖଦାଳସାହି, ମୁସଲିମ ବସ୍ତି, ଗାଇଗୋଠ ବସ୍ତି ଭଳି ଅଞ୍ଚଳର ରାସ୍ତା, ନାଳ ନର୍ଦ୍ଦମାର ଉନ୍ନତି କଥା ମନେ ପଡୁଥିବା ବେଳେ ଚଳିତ ନିର୍ବାଚନରେ ସବୁ ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ବୌଦ୍ଧ ସହରର ବିକାଶ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଚର୍ଚ୍ଚା ହେଉଛି । ମହାନଦୀ ଗର୍ଭରେ ଥିବା ମର୍ଜାକୁଦକୁ ସଂଯୋଗ ପାଇଁ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସହରର ସ୍ବଛତା, ମାଷ୍ଟର ପ୍ଲାନ, ରିଂରୋଡ, ବସ୍ତିର ଉନ୍ନତି ଚଳିତ ପୌର ନିର୍ବାଚନରେ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.