ETV Bharat / state

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା, ନାହାନ୍ତି ସ୍ଥାୟୀ ଡାକ୍ତର

author img

By

Published : Feb 23, 2023, 7:04 AM IST

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । 20 ବର୍ଷ ହେବ ସମସ୍ୟାର ସମ୍ମୁଖନ ହେଉଛନ୍ତି 7ଟି ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା
ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଆଜି ବି ପହଞ୍ଚିପାରୁନି ସ୍ବାସ୍ଥ୍ୟ ସେବା । ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସେବା ପ୍ରଭାବିତ ହେବା ସହ ଏଠାକାର ପ୍ରମୁଖ ସ୍ଥାନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ 20 ବର୍ଷ ହେଲା ସ୍ଥାୟୀ ଡାକ୍ତର ନଥିବାରୁ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ରହୁଛନ୍ତି 7ଟି ପଞ୍ଚାୟତବାସୀ । ଫଳରେ ଜଟିଳ ରୋଗରେ ଆକ୍ରାନ୍ତ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଝଡାଫୁଙ୍କା, ଗୁଣିଗାରେଡି ଭଳି ଆଦି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମୃତ୍ୟୁମୁଖରେ ପଡିଥାନ୍ତି । ଏଣୁ ସ୍ଥାୟୀ ସମାଧାନ କରିବାକୁ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ଲୋକେ ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡା ଥାନା ଅନ୍ତର୍ଗତ 7ଟି ପଞ୍ଚାୟତବାସୀଙ୍କ ପାଇଁ ସାତସପନ ସ୍ବାସ୍ଥ୍ୟ ସେବା । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ଅବହେଳିତ ହୋଇପଡିଥିବା ବେଳେ ଅନେକ ସ୍ଥାନରେ ଡାକ୍ତର ଅଭାବ ଏବଂ ଗମନାଗମନର ସୁବିଧା ନଥିବାରୁ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରଭାବିତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ଲୋକେ।

ବିଶେଷ ଭାବରେ ବରଗାଁ, ଉମା, ନାରାୟଣପ୍ରସାଦ,କୁଳୁତାଯୋର, ଘଣ୍ଟାପଡା ଭଳି 7ଟି ପଞ୍ଚାୟତର ଅନେକ ଉପାନ୍ତ ଅଞ୍ଚଳକୁ ଗମନାଗମନର ଅସୁବିଧା ଥିବାରୁ ଆମ୍ବୁଲାନ୍ସ ସେବା ଠିକରେ ପହଞ୍ଚି ପାରୁନାହିଁ । ଫଳରେ ଜନନୀ ଯନ୍ତ୍ରଣା ସହ ଗୁରୁତର ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ସହ ମୃତ୍ୟୁମୁଖରେ ପଡ଼ିଥାନ୍ତି । ସେପଟେ ସମସ୍ୟା ଘେରରେ ଛନ୍ଦି ହୋଇରହିଛି କଣ୍ଟାମାଳ ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡିକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗୁଡିକ । ସେହିପରି ଆମ୍ବଗାଁ, ମସିଣାଗୋରା, ନାରାୟଣପ୍ରସାଦ ଭଳି ଆରୋଗ୍ୟ କେନ୍ଦ୍ରର ଅବସ୍ଥା କହିଲେ ନସରେ । କେତେକ ସ୍ବାସ୍ଥ୍ୟ କେନ୍ଦ୍ରର ନିଜସ୍ୱ ଜାଗା କିମ୍ବା ବିଦ୍ୟୁତ ସଂଯୋଗ ନଥିବା ବେଳେ ଅନ୍ୟ କେତେକ କେନ୍ଦ୍ର ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ପଡିରହିଛି ।

ସେହିପରି କେବଳ ଖୁଣ୍ଟିଗୋରା ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ସଠିକରେ ହେଉଥିବା ବେଳେ ଅନ୍ୟ କେନ୍ଦ୍ର ଗୁଡିକ ନାନା ଅବ୍ୟବସ୍ଥା ଘେରରେ ରହିଛି । ତେବେ ଘଣ୍ଟାପଡା ଥାନା ଅନ୍ତର୍ଗତ 7ଟି ପଞ୍ଚାୟତର ଅଧିବାସୀ ଘଣ୍ଟାପଡା ଉପରେ ନିର୍ଭର କରୁଥିବା ବେଳେ ଏଠାରେ ଦୀର୍ଘ ପ୍ରାୟ 20ବର୍ଷ ହେଲାଣି ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇପାରୁ ନାହାନ୍ତି । ଫଳରେ ଅଞ୍ଚଳର ଏହି ପ୍ରମୁଖ ସ୍ଥାନରେ ଥିବା ଡାକ୍ତରଖାନାରେ ଚିକିତ୍ସା ଠିକରେ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଲୋକେ ।

ସୂଚନା ଥାଉ କି, ଉପାନ୍ତ ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ରୋଗ ବ୍ୟାପିଥାଏ । ରୋଗର ନିରାକରଣ ପାଇଁ ସାଧାରଣ ନିରୀହ ଆଦିବାସୀ ଲୋକେ ଝଡାଫୁଙ୍କା, ଗୁଣିଗାରେଡି ଭଳି ଆଦି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଥାନ୍ତି। କେବଳ ଏତିକି ନୁହେଁ ଏହାର ସୁଯୋଗ ନେଇ ନକଲି ଡାକ୍ତରଙ୍କ ପ୍ରାଦୁର୍ଭାବ ମଧ୍ୟ ଦେଖିବାକୁ ମିଳିଥାଏ । ଫଳରେ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେବା ସହ ମୃତ୍ୟୁମୁଖରେ ପଡିଥାନ୍ତି।

ତେବେ ଏ ସମ୍ପର୍କରେ ସୋମବାର ବୌଦ୍ଧ ଜିଲ୍ଲାପାଳଙ୍କୁ ଅଞ୍ଚଳର ସଚେତନ ନାଗରିକଙ୍କ ପକ୍ଷରୁ ଅବଗତ କରାଯିବା ସହ ଘଣ୍ଟାପଡା ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବି କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ଉମା ପଞ୍ଚାୟତ ଗସ୍ତ ସମୟରେ ଏଠାରେ କେତେକ ଶିଶୁ ଏଭଳି କଷ୍ଟସାଧ୍ୟ ରୋଗରେ ପୀଡ଼ିତ ଥିବା ନେଇ ଦୃଷ୍ଟି ଗୋଚର ହୋଇଥିଲା । ଏହା ପରେ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ମଙ୍ଗଳବାର ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଡାକ୍ତରଖାନାକୁ ନିଆଯାଇଥିଲା । ଏବଂ ସେଠାରୁ 4 ଜଣ ଶିଶୁଙ୍କୁ କଟକ ଶିଶୁ ଭବନ ଓ ଜଣେ ଶିଶୁକୁ ଭୁବନେଶ୍ୱର ଏମ୍ସକୁ ସେମାନଙ୍କ ଅଭିଭାବକ ସହିତ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଉନ୍ନତ ଚିକିତ୍ସା ପାଇଁ ପଠାଯାଇଥିଲା । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.