ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ଉପାନ୍ତ ପଞ୍ଚାୟତର ଅକୁହା ଯନ୍ତ୍ରଣା

ସମସ୍ୟାରେ ଜର୍ଜରିତ ଉପାନ୍ତ ପଞ୍ଚାୟତ । ସରକାରଙ୍କ ବିକାଶ ଯୋଜନାରୁ ଅନେକ ଦୂରରେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

author img

By

Published : Jul 23, 2023, 11:03 AM IST

ସରକାରଙ୍କ ବିକାଶ ଯୋଜନାରୁ ଅନେକ ଦୂରରେ ଗ୍ରାମବାସୀ

ବୌଦ୍ଧ: ଉପାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ବିକାଶରେ ବାଧକ ସାଜିଛି ପାହାଡି ଝରଣା ଓ ଘାଟି ରାସ୍ତା । ଶିକ୍ଷା ଠାରୁ ନେଇ ଆବାସ, ରାସନ, ସ୍ବାସ୍ଥ୍ୟ, ପାନୀୟଜଳ ସବୁକିଛି ଗମନାଗମନର ଅବ୍ୟବସ୍ଥା ହେତୁ ପଞ୍ଚାୟତର ଅନେକ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି । ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ବର୍ଷ ବର୍ଷ ଧରି ନିରୀହ ଆଦିବାସୀ ବିକାଶର ଅପେକ୍ଷାରେ ରହିଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତ । ପଞ୍ଚାୟତରେ ବିକାଶ କହିଲେ, ଗତ କିଛି ବର୍ଷ ତଳେ ପଞ୍ଚାୟତ କାର୍ଯ୍ୟାଳୟକୁ କରାଯାଇଥିବା ଖଣ୍ଡେ ରାସ୍ତା । ନା ଗାଁକୁ ଭଲ ରାସ୍ତା ଅଛି ନା ନାଳ ଉପରେ ଖଣ୍ଡେ ପୋଲ । ଆଉ ଯେଉଁ ରାସ୍ତା ତିଆରି ହେଉଛି ତାହା କେବଳ ଠିକାଦାର ଓ ଯନ୍ତ୍ରୀଙ୍କ କଲମ କାଗଜରେ ସିମିତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, ଆଦିବାସୀ ଅଧ୍ୟୁଷିତ ଟିକରପଡା ପଞ୍ଚାୟତର ବିକାଶ କେବଳ ନିର୍ବାଚନ ଋତୁରେ ହିଁ ରାଜନୈତିକ ଦଳର ମନେପଡେ । ଟିକରପଡା ପଞ୍ଚାୟତ ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିଲେ ମଧ୍ୟ ଏଠାରେ ଉଚ୍ଚ ଶିକ୍ଷାର ସେଭଳି କୌଣସି ଅନୁଷ୍ଠାନ ନାହିଁ । କେବଳ ଓକରାସାହି ନାଳ ନିକଟରେ ଥିବା ବୁରଗୋରା ଉଚ୍ଚ ବିଦ୍ୟାଳୟ ହିଁ ଆମ ଏକମାତ୍ର ସାହାରା । ନବମ ଓ ଦଶମ ଶ୍ରେଣୀ ଏଠାରେ ବ୍ୟବସ୍ଥା ଥିବା ବେଳେ ଅଧିକାଂଶ ସମୟରେ ଏହି ଉପାନ୍ତ ଅଞ୍ଚଳରେ ଶିକ୍ଷକଙ୍କ ଉପସ୍ଥାନ ରହେନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ ବୁରଗୋରା ଠାରେ ଥିବା ବେଳେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ରହିଛି ଟିକରପଡା ଠାରେ । ଫଳରେ ପ୍ରଶାସନର ଏଭଳି ବିଚିତ୍ର ବ୍ୟବସ୍ଥା ଯୋଗୁଁ ଆଦିବାସୀ ହଷ୍ଟେଲ ଟି ବର୍ତ୍ତମାନ ଭୂତକୋଠୀ ପାଲଟି ଗଲାଣି । ଟିକରପଡା ପଞ୍ଚାୟତ ଏକ ଉପାନ୍ତ ଅଞ୍ଚଳ ହୋଇଥିଲେ ମଧ୍ୟ ଏହାର ବିକାଶ ଦିଗରେ ଉଭୟ ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧି ଗୁରୁତ୍ୱ ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ପହଞ୍ଚି ପାରୁନି ମୌଳିକ ସୁବିଧା, ବିକାଶ ବାଟ ଖୋଜୁଛି ଅପହଞ୍ଚ ଫିରୋଜାବାଦ ଗ୍ରାମ

ଟିକରପଡାର ଗୋଟିଏ ପାର୍ଶ୍ଵରେ ସାଲୁଙ୍କୀ ନଦୀ ପ୍ରବାହିତ ହେଉଥିବା ବେଳେ ଏଠାକାର ଚାଷୀ ଅନେକ ସମୟରେ ଜଳସେଚନ ଅଭାବରୁ ମରୁଡିର ସମ୍ମୁଖୀନ ହୋଇଥାନ୍ତି । ଦୀର୍ଘ ବର୍ଷରୁ ସାଲୁଙ୍କୀ ନଦୀର ଗମ୍ଭୀର ଦରହ ଠାରେ ଏକ ଡ୍ୟାମ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ଅଗ୍ରଗତି ଘଟୁନଥିବା ଅଭିଯୋଗ ହୋଇଛି । ଏଠାରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ଶୋଚନୀୟ ସ୍ଥିତିରେ ରହିଛି । ତେଣୁ ପ୍ରଶାସନ ଏହି ପଞ୍ଚାୟତ ପ୍ରତି ନିଜ ଦୃଷ୍ଟି ନିକ୍ଷେପ କରି ସମସ୍ୟାର ସମାଧାନ କରିବା ଦିଗରେ ପଦକ୍ଷପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.