ETV Bharat / state

ଅଣାୟତ୍ତ ସଂକ୍ରମଣ, ବୌଦ୍ଧରେ ନୂଆ ଗାଇଡଲାଇନ ଜାରି - କୋଭିଡ ଗାଇଡଲାଇନ ଜାରି

ସଂକ୍ରମଣର ଦ୍ବିତୀୟ ଲହର ଅତି ଭୟଙ୍କର । ଅଣାୟତ୍ତ ସଂକ୍ରମଣ, ବୌଦ୍ଧରେ ନୂଆ ଗାଇଡଲାଇନ ଜାରି । ଅଧିକ ପଢନ୍ତୁ...

new covid guidelines issued in boudha
ଅଣାୟତ୍ତ ସଂକ୍ରମଣ,ବୌଦ୍ଧରେ ନୂଆ ଗାଇଡଲାଇନ ଜାରି
author img

By

Published : Apr 19, 2021, 8:19 PM IST

ବୌଦ୍ଧ: ସଂକ୍ରମଣର ଦ୍ବିତୀୟ ଲହର ଅତି ଭୟଙ୍କର । ଆଉ ଏଭଳି ସମୟରେ ବୌଦ୍ଧ ଜିଲ୍ଲାବାସୀ ଆଦୌ ସଚେତନ ରହୁନାହାଁନ୍ତି । ଜିଲ୍ଲାରୁ ଗୋଟିଏ ଦିନରେ ହଠାତ 21 ପଜେଟିଭ ଚିହ୍ନଟ ପରେ ସବୁଆଡେ ଆତଙ୍କ ଖେଳିଯାଇଛି । ପ୍ରଶାସନ ଦ୍ବାରା ଧାର୍ଯ୍ୟ ଗାଇଡଲାଇନକୁ ମାନୁନଥିବାରୁ ଖୋଦ ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ କୋଭିଡ କେନ୍ଦ୍ରକୁ ଟୀକାକରଣ କେନ୍ଦ୍ର ରୂପେ ବ୍ୟବହାର କରାଯାଉଥିବାବେଳେ ଏହାକୁ କୋରୋନା ରୋଗୀଙ୍କ ଉଦ୍ଦେଶ୍ୟରେ ପୁନଃ କାର୍ଯ୍ୟକ୍ଷମ କରାଯାଇଛି ।

ଅଣାୟତ୍ତ ସଂକ୍ରମଣ,ବୌଦ୍ଧରେ ନୂଆ ଗାଇଡଲାଇନ ଜାରି

ଏଠାରେ 6ଟି ଆଇସିୟୁ ଭେଣ୍ଟିଲେଟର ସହ ଆଠଟି ଆମ୍ବୁଲାନ୍ସ ସବୁବେଳେ ପ୍ରସ୍ତୁତ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୋମବାର ଜିଲ୍ଲା ପ୍ରଶାସନ ଏନେଇ ନୂତନ ଗାଇଡଲାଇନ ଜାରି କରିବା ସହ ସମସ୍ତ ସଭା ସମିତି, ଉତ୍ସବ, ଜନଗହଳିପୂର୍ଣ୍ଣ ସ୍ଥାନରେ କଟକଣା ଲଗାଇଛି । ଅନେକ ସ୍ଥାନରେ ଲୋକେ କଟକଣାକୁ ମାନୁ ନଥିବାରୁ ଗଣମାଧ୍ୟମ ଜରିଆରେ ଜିଲ୍ଲାପାଳ ସମସ୍ତଙ୍କୁ ସଚେତନ ରହିବାକୁ ଅପିଲ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.